Videos
|
Odisha

Residents Protest / ନୀଳାଦ୍ରିବିହାରରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ, ବିରୋଧରେ ସ୍ଥାନୀୟ ବାସିନ୍ଦା

Rashmita Mishra
Browse all articles by Rashmita Mishra
·1 month ago·1 min read
ନୀଳାଦ୍ରିବିହାରରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ, ବିରୋଧରେ ସ୍ଥାନୀୟ ବାସିନ୍ଦା
Residents Protest

Key Points

ରାଜଧାନୀରେ ବିଏମସି ବଡ଼ ଧରଣର ଉଚ୍ଛେଦ ଅଭିଯାନ । 
ନୀଳାଦ୍ରିବିହାର ଅଞ୍ଚଳରେ ଚାଲିଛି ଉଚ୍ଛେଦ ଅଭିଯାନ ।  
ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । 
ଉଚ୍ଛେଦକୁ ବିରୋଧ କରିଛନ୍ତି ଲୋକେ । 
ନୀଳାଦ୍ରି ବିହାର ଟ୍ରାଞ୍ଜିଟ ହାଉସରେ ଥିବା ଲୋକଙ୍କ ବିରୋଧ । 
ମାଟିରେ ମିଶିବ ୩୩୦ ଘର...! ନୀଳାଦ୍ରିବିହାରରେ ବଡ଼ ଉଚ୍ଛେଦ ଅଭିଯାନ । ସକାଳୁ ସକାଳୁ ଜେସିବି ଓ ବୁଲଡୋଜର ଧରି ପହଞ୍ଚିଛି ପ୍ରଶାସନ । ଗୋଟିଏ ପଟେ ବିଏମସି-ବିଡିଏର ଉଚ୍ଛେଦ ଅଭିଯାନ, ଅନ୍ୟପଟେ ଘର ହରାଇବା ଆଶଙ୍କାରେ ଲୋକଙ୍କ ବିରୋଧ । ସ୍ଥିତିକୁ ନଜରରେ ରଖି ମୁତୟନ ହୋଇଛି ବ୍ୟାପକ ପୋଲିସ ଫୋର୍ସ । ରାଇଟ୍ କଣ୍ଟ୍ରୋଲ୍ ଗାଡ଼ିଠୁ ଆମ୍ବୁଲାନ୍ସ ସବୁକିଛି ପ୍ରସ୍ତୁତ । ନୀଳାଦ୍ରିବିହାରରେ ଏବେ ଉଚ୍ଛେଦକୁ ନେଇ ତେଜିଛି ତାତି ।

ସୂଚନାଥାଉ କି ରାଜଧାନୀ ଭୁବନେଶ୍ୱରର ନୀଳାଦ୍ରିବିହାର ଅଞ୍ଚଳରେ ଆଜି ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି ବିଏମସି । ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି । ଅଭିଯାନକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ରେ ରହୁଥିବା ଲୋକେ ଏହି ଉଚ୍ଛେଦ ଅଭିଯାନକୁ ବିରୋଧ କରିଛନ୍ତି । ଉଚ୍ଛେଦକୁ ନେଇ ଅଞ୍ଚଳରେ ଉତ୍ତେଜନାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତୁରନ୍ତ ମୁକାବିଲା ପାଇଁ ରାଇଟ୍ କଣ୍ଟ୍ରୋଲ୍ ଗାଡ଼ି ସହ ଆମ୍ବୁଲାନ୍ସକୁ ମଧ୍ୟ ସଜାଗ ରଖାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ନୀଳାଦ୍ରିବିହାରରେ ଥିବା ପ୍ରାୟ ୮୯୦ଟି ଘର ମଧ୍ୟରୁ ୩୩୦ଟି ଘରକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅଭିଯାନ ଚାଲିଛି । ଉଚ୍ଛେଦକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି ।