Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା

Odisha

ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା

Smruti Parija
Browse all articles by Smruti Parija
·1 year ago·1 min read
ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା

ପୁରୀ: ସରିଲା ଘୋଷଯାତ୍ରା । ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା । ନୀଳାଦ୍ରି ବିଜେ କରୁଛନ୍ତି ନୀଳାଦ୍ରିନାଥ। 13 ଦିନର ଲୀଳାଖେଳା ପରେ ରତ୍ନ ସିଂହାସନକୁ ଫେରୁଛନ୍ତି ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ପରେ ଚାରି ଦିନ ହେଲା ରଥ ଉପରେ ଜଗତବାସୀଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶ, ଅଧରପଣା ପରେ ନୀଳାଦ୍ରିବିଜେ ନୀତି । ଏବର୍ଷ ରଥ ଉପରେ ଶ୍ରୀଜୀଉଙ୍କ ଶେଷ ଦିନ। ସକାଳ, ପୂର୍ବାହ୍ନ, ମଧ୍ୟାହ୍ନ, ଅପରାହ୍ନର ସବୁ ନୀତିକାନ୍ତି ପରେ ସମ୍ପନ୍ନ ହେଲା ସଂନ୍ଧ୍ୟାଧୂପ ନୀତି । ତା ପରେ ଚାରମାଳ ବନ୍ଧା । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରଲାଗି । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । 

ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ମହାଲକ୍ଷ୍ମୀଙ୍କୁ ଏକୁଟିଆ ଛାଡ଼ି 13 ଦିନ ତଳେ ଶ୍ରୀମନ୍ଦିରରୁ ଭାଇ ଭଉଣୀଙ୍କ ସହ ଯାତ୍ରାରେ ବାହାରି ଆସିଥିଲେ ଜଗନ୍ନାଥ । ଏବେ ଫେରିବାର ସମୟ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ବାରଣ ନାହିଁ । କିନ୍ତୁ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିବେ, ତା ପରେ ଯାଇ ମିଳିବ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି । 

ରସଗୋଲା ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଭିତରେ ବୁଝାମଣାର ବାହକ ଓ ପ୍ରେମର ପ୍ରତୀକ ହୋଇ ରହିଥିବା ବେଳେ ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
niladribije-last-rituals-of-rathayatra | Argus News