Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୀଳଗିରି ପୋଲିସ ହାତରେ ବନ୍ଧା ହେଲେ ସରକାରୀ ବାବୁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନୀଳଗିରି ପୋଲିସ ହାତରେ ବନ୍ଧା ହେଲେ ସରକାରୀ ବାବୁ

Key Points

ବନ୍ଧା ହେଲେ ସରକାରୀ ବାବୁ

ନୀଳଗିରି ପୋଲିସ ହାତରେ ବନ୍ଧା ହେଲେ ସରକାରୀ ବାବୁ

ସରକାରୀ ଅର୍ଥକୁ ହରିଲୁଟ୍‌ ଘଟଣାର ଖୁଲାସା କରିଥିଲେ ପ୍ରତାପ ଷଡଙ୍ଗୀ

ବନ୍ଧା ହେଲେ ସରକାରୀ ବାବୁ । ନୀଳଗିରି ପୋଲିସ ହାତରେ ବନ୍ଧା ହେଲେ ସରକାରୀ ବାବୁ । ଆଦିବାସୀ ଯୁବକଙ୍କୁ ଜାତିଆଣା ଆକ୍ଷେପ ସହ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଗିରଫ ହେଲେ । ନୀଳଗିରି ବ୍ଲକର ପୂର୍ବତନ ବିପିଏମ ତଥା ବର୍ତ୍ତମାନର ବିଏଲସି ଅର୍ଜୁନ ପାଲ । ଧୋବଶିଳା ଗ୍ରାମ ପଞ୍ଚାୟତ ଜିପିଏଲ୍ଏଫ୍ ପ୍ରେସିଡେଣ୍ଟ ପ୍ରଭାତୀ ସ୍ୱାଇଁଙ୍କୁ ଗିରଫ କରିଥିଲା ନୀଳଗିରି ପୋଲିସ। ଗତ ସରକାରରେ ଜୀବିକା ମିଶନ ଶକ୍ତି ବିଭାଗରେ ଛେଳି ପାଳନ ପାଇଁ ସରକାରୀ ଅର୍ଥ କୁ ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ର ହରିଲୁଟ ଘଟଣା ର ଖୋଲାସା କରିଥିଲେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ।


ଉକ୍ତ ପଞ୍ଚାୟତ ଅଫିସ୍ ରେ ସାଂସଦ ପ୍ରତାପ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ , ବିଡ଼ିଓ ବିକ୍ରମ କିଶୋର ପରିଡ଼ା ଓ ଜନସାଧାରଣଙ୍କ ସମ୍ମୁଖରେ ନୀଳଗିରି ବ୍ଲକ ବି.ପି.ଏମ୍. ଅର୍ଜୁନ ପାଲ, ଉକ୍ତ ପଞ୍ଚାୟତର ଏମ.ବି.କେ. ରଶ୍ମିତା ସ , ଜି.ପି.ଏଲ୍.ଏଫ୍. ସଭାପତି ପ୍ରଭାତୀ ସ୍ୱାଇଁ, ଜି.ପି.ଏଲ୍.ଏଫ୍. ସମ୍ପାଦକ ସୁମିତ୍ରା ସିଂ କିଭଳି ପୂର୍ବ ସରକାର ସମୟରେ ଜୀବିକା ମିଶନ ଶକ୍ତି ର ୨ ଲକ୍ଷ ୮୦ ଟଙ୍କାକୁ ନିଜ ନିଜ ଭିତରେ ଅର୍ଥ ହରିଲୁଟ କରିଥିବା ସ୍ବୀକାର କରିଥିଲେ। ତଦନ୍ତ ପରେ ସେମାନଙ୍କ ଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଅର୍ଥ ଆଦାୟ କରାଯାଇଥିବା ବେଳେ ନୀଳଗିରି ବିଡ଼ିଓ ସେହି ୪ ଙ୍କ ନାମରେ ନୀଳଗିରି ଥାନାରେ ଲିଖିତ ଏତଲା ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୀଳଗିରି ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଚାରି ଦିନ ପୂର୍ବରୁ ପ୍ରଭାତୀ ସ୍ୱାଇଁ ଙ୍କୁ ଗିରଫ କରାଯାଇଥିଲା। ଆଜି ପୁଣି ଅନ୍ୟ ଏକ ଅଭିଯୋଗରେ ମାମଲା ରୁଜୁ କରି ନୀଳଗିରି ପୋଲିସ ଅଭିଯୁକ୍ତ ଅର୍ଜୁନ ପାଲଙ୍କୁ ଗିରଫ କରିଛି। ସେହିପରି ନୀଳଗିରି ବ୍ଲକ ର କେସିପୂର୍, ତେଲିପାଳ ଓ ନରଣପୂର୍ ପଞ୍ଚାୟତରେ ମଧ୍ୟ ସମାନ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

Sponsored
nilgiri-police-tied-up-government-officials-arrested | Argus News