ନାବାଳିକା ପୋଡିଯିବା ଘଟଣା; ଗଠନ ହେଲା 14 ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍

Key Points
ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣାରେ ଗଠନ ହେଲା 14 ଜଣିଆ ଡାକ୍ତରୀ ଟିମ୍
ନୋଟିସ ଜାରି କଲା AIIMS
ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା
ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣାରେ ଗଠନ ହେଲା 14 ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଚିକିତ୍ସା ପାଇଁ ଏମ୍ସର 14 ଜଣ ବିଶେଷଜ୍ଞଙ୍କୁ ନେଇ ଗଠନ ହୋଇଛି ଏହି ଟିମ୍ । ଏହି ଟିମ୍ ଘଟଣାକୁ ଅନୁଧ୍ୟାନ କରିବା ସହ ପୀଡିତାଙ୍କୁ କିପରି ଉନ୍ନତମାନର ଚିକିତ୍ସା ମିଳିବ ଏ ଦିଗରେ ଧ୍ୟାନ ଦେବ । ସେପଟେ ନୋଟିସ ଜାରି କଲା AIIMS । ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା କରାଯାଇଛି ।

📱 Get Argus News App
✨ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍ରେ ଚିକିତ୍ସାଧୀନ ରହିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ସେପଟେ ସ୍ପେଶାଲ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି । ଘଟଣାରେ କେତେଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଘଟଣାସ୍ଥଳରେ ପହଞ୍ଚି ପ୍ରତିକ୍ରିୟାରେ କହିଛନ୍ତି ପୁରୀ ଏସପି ପିନାକ ମିଶ୍ର ।
ଆଜି ସକାଳେ ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣକ ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ତାଙ୍କୁ ରାସ୍ତାରେ ଅଟକାଇଥିଲେ କେତେକ ଦୁର୍ବୃତ୍ତ । ତା ଦେହରେ ନିଆଁ ଲଗାଇ ଦେଇଥିଲେ । ଝିଅଟିର ହାତ, ଗୋଡ଼, ଦେହର କିଛି ଅଂଶ ପୋଡ଼ିଯାଇଛି ।