Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୋଟ୍ ପୂର୍ବରୁ ବିଳିବିଳି ହେଉଛନ୍ତି ସମୀର ଦାସ

Odisha

ଭୋଟ୍ ପୂର୍ବରୁ ବିଳିବିଳି ହେଉଛନ୍ତି ସମୀର ଦାସ

Smruti Parija
Browse all articles by Smruti Parija
·2 years ago·1 min read
ଭୋଟ୍ ପୂର୍ବରୁ ବିଳିବିଳି ହେଉଛନ୍ତି ସମୀର ଦାସ

Key Points

  • ଆକୁଳିଆ ବିଜେଡି ନେତା
  • ଭୋଟ୍ ପୂର୍ବରୁ ବିଳିବିଳି ହେଉଛନ୍ତି ସମୀର ଦାସ
  • ସରକାରୀ ସଭାରେ ଭୋଟ ମାଗି ଚର୍ଚ୍ଚାରେ ନିମାପଡ଼ା ବିଧାୟକ

ପୁରୀ: ଆଜିଠୁ ଶଙ୍ଖ ଫୁଙ୍କାଗଲା । ଶୟନେ ସପନେ ଜାଗରଣେ ନବୀନ ପଟ୍ଟନାୟକଙ୍କୁ କେମିତି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସେଥିପାଇଁ ନିବେଦନ କଲେ । ଆଉ ଚତୁର୍ଥ ଥର ପାଇଁ ସମୀର ଦାସଙ୍କୁ ଆସୀର୍ବାଦ କରିବାକୁ ଭୋଟ୍ ଭିକ୍ଷା କଲେ । ହୁଳହୁଳି କର ତାଳି ଦେଇ ତାଙ୍କୁ  ଆଶୀର୍ବାଦ ଦେବାକୁ କହିଲେ ନିମାପଡା ବିଧାୟକ ସମୀର ଦାସ ।

ସ୍ଥାନ- ନିମାପଡା । କାର୍ଯ୍ୟକ୍ରମ- ଆମ ଓଡିଶା ନବୀନ ଓଡିଶା । ସଭା ସମୟ ଥିଲା ପୂର୍ବାହ୍ନ ୧୧ଟା । ହେଲେ ପହଞ୍ଚିନଥିଲେ ବିଧାୟକ । ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ବାବୁ ବିରାଜିତ ହୋଇଥିଲେ । କିନ୍ତୁ ଭୋଟ ପାଇଁ ସେ ଏତେ ବିକଳ ଥିଲେ ଯେ ପହଞ୍ଚୁ ପହଞ୍ଚୁ ମାଗିଲେ ଭୋଟ୍‌ । ସରକାରୀ ସଭାରେ କେମିତି ବେସରକାରୀ କାମ କଲେ ତାହାକୁ ନେଇ ଚର୍ଚ୍ଚା ବି ଜୋର । 

ନିର୍ବାଚନକୁ ଆଉ ମାତ୍ର ୨ ମାସର ସମୟ । ୨୪ ପାଇଁ ଦଳ କାହାକୁ ଟିକେଟ୍ ଦେବ ତାହା ଅସ୍ପଷ୍ଟ ଥିବାବେଳେ ବିଧାୟକ ଏବେଠୁ ମାଗିଲେଣି ଭୋଟ୍ ।  ସରକାରୀ ସଭାରେ ୪ର୍ଥ ଥରପାଇଁ ବିଧାୟକ କରିବାକୁ ସମର୍ଥନ ମାଗିଲେ ସମୀର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ନିର୍ବାଚନ ପାଖେଇ ଆସିଲାଣି । ଏବେଠୁ ପ୍ରତି ନିର୍ବାଚନିମଣ୍ଡଳିରେ ଉଷ୍ମତା ବଢିଲାଣି । କିଏ ଟିକେଟ୍ ପାଇବ ? କାହାକୁ ଭୋଟର ଭୋଟ୍ ଦେବେ ? କିଛି ଏମିତି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସରକାରୀ ସଭାରେ ସମୀର ଯେମିତି ଦଳୀୟ ପ୍ରଚାର କଲେ ତାହାକୁ ନେଇ ଚର୍ଚ୍ଚା ଜୋର । 

 

Painting
Sponsored
Nimapada MLA-sameer-das in public meeting asking for votes | Argus News