Videos
|
Odisha

ଟିକଟ କଟିବା ପରେ କାହିଁକି କାନ୍ଦିଲେ ସମୀର ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଟିକଟ କଟିବା ପରେ କାହିଁକି କାନ୍ଦିଲେ ସମୀର ?

ଅର୍ଗସ ବ୍ୟୁରୋ : କର୍ମୀଙ୍କ ସାମ୍ନାରେ କେମିତି କାନ୍ଦିଲେ ବିଜେଡିର ନିମାପଡ଼ା ବିଧାୟକ ସମୀର ଦାସ । ଖାଲି କାନ୍ଦିଲେ ତାହା ନୁହେଁ ବରଂ ୪୨ ବର୍ଷ ରାଜନୀତିରେ ସ୍ତ୍ରୀକୁ ଘଣ୍ଟାଏ ସମୟ ଦେଇନାହାନ୍ତି...କେବଳ ଲୋକଙ୍କ ଲାଗି କାମ କରିଛନ୍ତି ବୋଲି କହିଲେ । ଖାଲି ଏତିକି ନୁହେଁ ବରଂ ସେ ଏତେ କାମ କରିବା ପରେ ବି କେମିତି ତାଙ୍କ ବଦଳରେ ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କଲା ସେନେଇ ଆପତ୍ତି କରିବା ସହ ପୁଣି ଥରେ ପୁର୍ନବିଚାର କରିବାକୁ ଦାବି କଲେ ।

ଟିକଟ କଟିବା ପରେ ରାଗି ରକ୍ତଚାଉଳ ଚୋବାଉଛନ୍ତି ସମୀର ଦାସ ? ଖାଲି ରାଗିଛନ୍ତି ତାହା ନୁହେଁ ବରଂ ଆଗାମୀ ଦିନରେ ତାଙ୍କୁ ପ୍ରାର୍ଥୀ କରାନଗଲେ ନିମାପଡାରେ ବିଜେଡି ପାନେ ପାଇବ ବୋଲି କାଳେ ସେ ପରୋକ୍ଷରେ କହିଥିବା ଚର୍ଚ୍ଚା ଜୋର ଧରିଛି । ତେବେ କର୍ମୀ ମେଳିରେ ଏକାଠି ହୋଇଥିଲେ ଶତାଧିକ କର୍ମୀ । ଯେଉଁଠି ଟିକେଟ୍ କଟିବାକୁ ନେଇ ଭାବବିହ୍ଵଳ ହୋଇପଡ଼ିଥିଲେ ସମୀର । ସେହି ବୈଠକରେ ଗୋପ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଯାହାକୁ ନେଇ ବିଜେଡି ଶିବିରରେ ଏବେ ବଢିଲାଣି ଚିନ୍ତା ।

ବିଜେଡି ପାଇଁ କାଳ ହେବ କି ଟିକଟ ଘୋଷଣା ? କାରଣ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଖାଲି ଦଳ ଛାଡୁଛନ୍ତି ତାହା ନୁହେଁ ବିଜେଡିର ଗୋହି ବି ଖୋଳୁଛନ୍ତି । ଏହାରି ଭିତରେ ସମୀର ବି ଟିକଟ ପାଇନାହାନ୍ତି । ତେଣୁ ଆଗାମୀ ଦିନରେ ନିମାପଡାରେ ବିଜେଡିର କି ସମୀକରଣ ହେଉଛି ତାହା ଦେଖିବାକୁ ବାକି ରହିଥିବା ବେଳେ ସମୀର ଯଦି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ନଦିଅନ୍ତି ତାହାଲେ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିବା ସହିତ ଦଳ ପରାଜୟ ସ୍ଵୀକାର କରିବା ନେଇ ବି ଚର୍ଚ୍ଚା ଜୋର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Nimapada MLA Sameer Ranjan Das | Argus News