Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime In Odisha / ନାବାଳିକା ଅପହରଣ ମାମଲାରେ ଉଠାଇ ନେଇଥିଲା ପୋଲିସ, ସକାଳୁ ମିଳିଲା ମୃତଦେହ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ନାବାଳିକା ଅପହରଣ ମାମଲାରେ ଉଠାଇ ନେଇଥିଲା ପୋଲିସ, ସକାଳୁ ମିଳିଲା ମୃତଦେହ
Youth Death Sparks Protest

Key Points

ଭେଣ୍ଡିଆ ପୁଅର ଅଚାନକ ମୃତ୍ୟୁ ପରେ ଏମିତି ଛାତି ପିଟି କାନ୍ଦୁଛନ୍ତି ବାପାମାଆ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଥାନା । ଯୁବକଙ୍କ ମୃତ୍ୟୁକୁ ନେଇ ନିମାପଡ଼ା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି ।
ନିମାପଡ଼ା (ପୁରୀ): ମୋ ପୁଅକୁ ମାରିଦେଲେ । ମୋତେ ମୋ ପୁଅକୁ ଆଣି ଦିଅ । ଭେଣ୍ଡିଆ ପୁଅର ଅଚାନକ ମୃତ୍ୟୁ ପରେ ଏମିତି ଛାତି ପିଟି କାନ୍ଦୁଛନ୍ତି ବାପାମାଆ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଥାନା । ଯୁବକଙ୍କ ମୃତ୍ୟୁକୁ ନେଇ ନିମାପଡ଼ା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି ।

ପୋଲିସ ସୂଚନା ଅନୁସାରେ, ଡିହବାରୀ ଗାଁର ଜୈନିକ ନାବାଳିକା ଘରୁ କେଉଁ ଆଡ଼େଇ ପଳାଇ ଯାଇଥିଲେ । ଯାହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଏତଲାରେ ସୁବ୍ରତ ଭୋଇଙ୍କ ଉପରେ ସନ୍ଦେହ କରିଥିଲେ ନାବାଳିକାଙ୍କ ପରିବାର ।

ଏଥିସହ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ୬୩ କଲ୍; ସାରା ରାତି 'Sorry' କହିବାକୁ ବିକଳ ହେଉଥିଲେ

ପରେ ସୁବ୍ରତ ଭୋଇ ଓ ନାବାଳିକାଙ୍କ ପରିବାର ଆଲୋଚନା କରିଥିଲେ । ସୁବ୍ରତଙ୍କ ଦାଦାଙ୍କ ଅଭିଯୋଗ ଅନୁସାରେ, ପୋଲିସ ଘରକୁ ଯାଇ ସପରିବାରକୁ ଧମକ ଚମକ ଦେଇଛନ୍ତି । ସୁବ୍ରତଙ୍କ ପରିବାର ଝିଅ ଓ ପୁଅ ଉଭୟଙ୍କୁ ଆଣି ସୋମବାର ଥାନାରେ ପୋଲସ ଜିମା ଦେଇଥିଲେ ।

ଥାନାରେ ଦୁହିଁଙ୍କୁ ଜିମା ଦେବା ପରେ ପୋଲିସ ସୁବ୍ରତଙ୍କୁ ଛାଡ଼ି ନଥିଲା । ହେଲେ ସକାଳୁ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ମିଳିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ନିମାପଡ଼ା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ନ୍ୟାୟ ଦାବିରେ ଶତାଧିକ ଗ୍ରାମବାସୀ ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ।

ପୋଲିସର ନିର୍ଯାତନା ସହ ନପାରି ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସୁବ୍ରତଙ୍କ ପରିବାର । ପୋଲିସ ଚାପରେ ସୁବ୍ରତ ଭୋଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ, ସୁବ୍ରତଙ୍କ ପରିବାର ଆଣୁଥିବା ଅଭିଯୋଗକୁ ପୋଲିସ ଅସ୍ଵୀକାର କରିଛି ।

ନିମାପଡ଼ା ଏସଡିପିଓ କହିଛନ୍ତି, "ପୋଲିସ ସୁବ୍ରତଙ୍କୁ ଦେଖି ନାହିଁ କିମ୍ବା ଥାନାକୁ ଅଣାଯାଇ ନାହିଁ । ଗାଁ ମଶାଣିରୁ ସୁବ୍ରତର ଝୁଲନ୍ତା ମୃତଦେହ ମିଳିଛି ।" ପରିବାର ଆଣୁଥିବା ପୋଲିସର ନିର୍ଯାତନା ଅଭିଯୋଗକୁ ଏସଡିପିଓ ଖଣ୍ଡନ କରିଛନ୍ତି ।

ତେବେ କିଏ କହୁଛି ସତ ? ପୋଲିସ ନା ମୃତ ସୁବ୍ରତଙ୍କ ପରିବାର ? ରାତିରେ ସୁବ୍ରତଙ୍କୁ ଥାନାରେ ଅଟକ ରଖିଥିଲା କି ପୋଲିସ ? ଯଦି ଅଟକ ରଖିଥିଲା, ତାହେଲେ ସକାଳୁ କେମିତି ଗାଁ ମଶାଣିରୁ ମିଳିଲା ଝୁଲନ୍ତା ମୃତଦେହ ? ଯଦି ନା... ତେବେ ସୁବ୍ରତ ରାତିରେ କେଉଁଠି ଥିଲେ ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ଏଭଳି ଏକାଧିକ ପ୍ରଶ୍ନ ଉଠୁଥିବା ବେଳେ ତଦନ୍ତ ହେଲେ ହିଁ ସୁବ୍ରତଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟି ପାରିବ ।
ଏଥିସହ ପଢ଼ନ୍ତୁ: ସ୍କୁଟର ଦେବାକୁ ମନା କରିବାରୁ ପେଟ୍ରୋଲ ଢାଳି ସ୍ତ୍ରୀ ସହ ଶାଶୂ-ଶ୍ବଶୁରଙ୍କୁ ଜାଳିଦେଲା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored