Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଠାନବେ ଲକ୍ଷ ହିତାଧିକାରୀଙ୍କୁ ମିଳିସାରିଛି ସୁଭଦ୍ରା ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·1 min read
ଅଠାନବେ ଲକ୍ଷ ହିତାଧିକାରୀଙ୍କୁ ମିଳିସାରିଛି ସୁଭଦ୍ରା ଟଙ୍କା

5 ଦିନ ଭିତରେ କୋଟିଏ ଛୁଇଁବ ସୁଭଦ୍ରା ଲାଭାର୍ଥୀଙ୍କ ସଂଖ୍ୟା। ଅଠାନବେ ଲକ୍ଷ ହିତାଧିକାରୀଙ୍କୁ ମିଳିସାରିଛି ସୁଭଦ୍ରା ଟଙ୍କା । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା, ଡିବିଟି ମାଧ୍ୟମରେ ଟଙ୍କା ଦେଉଛନ୍ତି ସରକାର ।


୯୮ ଲକ୍ଷ ହିତାଧିକାରୀଙ୍କୁ ମିଳିସାରିଛି ସୁଭଦ୍ରା ଟଙ୍କା । ୧୫ ଦିନ ଭିତରେ ଏହା କୋଟିଏ ଛୁଇଁବ ।ଡିବିଟି ମାଧ୍ୟମରେ ଟଙ୍କା ଦିଆସରିଛି । ୩୨ ତମ ମହିଳା ଆୟୋଗ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଏହା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗତ ୮ ତାରିଖରେ ଯାଜପୁର ଚାନ୍ଦମା ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ତେବେ ଆସନ୍ତୁ ଜାଣିବା ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନଥିଲେ କେବେ ପୁଣି ମିଳିବ। ପ୍ରାୟ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। ଏବେ ବି ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ E-KYC କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି ବୋଲି ରାଜ୍ୟ ସରକାର ସୋମବାର କହିଛନ୍ତି। ତେବେ E-KYC କରିଦେଲେ ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ।

Sponsored
Ninety-eight lakh beneficiaries have already received Subhadra money. | Argus News