Attack On Nisha / ନିଶା ମହାରଣାଙ୍କୁ ଚେୟାର ମାଡ଼, ଦୁଷ୍କର୍ମ ସିନ୍ ବେଳେ ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ
·49 mins ago·2 min read

Key Points
ନିଶା ମହରଣାଙ୍କୁ ଚେୟାର ମାଡ଼
ଦୁଷ୍କର୍ମ ସିନ୍ ବେଳେ ଚେୟାର ଫିଙ୍ଗିଲେ ଦର୍ଶକ
ଆଠଗଡ଼ରେ ଯାତ୍ରା ଚାଲିଥିବା ବେଳେ ଘଟିଲା ଘଟଣା
ଦୁଷ୍କର୍ମ ସିନ୍ ବେଳେ ଚେୟାର ଫିଙ୍ଗିଲେ ଦର୍ଶକ
ଆଠଗଡ଼ରେ ଯାତ୍ରା ଚାଲିଥିବା ବେଳେ ଘଟିଲା ଘଟଣା
ଆଠଗଡ଼, ୦୭/୦୯ : ଯାତ୍ରା ମଞ୍ଚରେ ଚେୟାର ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ଧାଇପୁର ଠାରେ। ନିଶା ନିଶା ରାତି ଯାତ୍ରା ପରିବେଷଣ ସମୟରେ ଅଶାଳୀନ ଯାତ୍ରା ପରିବେଷଣ କୁ ନେଇ ଦର୍ଶକ ପାଣି ବୋତଲ ଓ ଚେୟାର ମାଡ଼ କରିଥିବା ସୂଚନା ମିଳିଛି।
ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ମାଡ । ଆପତ୍ତିଜନକ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଏହାସହ ଚେୟାର ଫିଙ୍ଗି ପ୍ରତିବାଦ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନିଶା ମହାରଣାଙ୍କ ସହ ।
ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ନିଶା ମହାରଣା । ଅନେକ ସମୟରେ ତାଙ୍କ ବୟାନ ଏବଂ ପ୍ରତିକ୍ରିୟା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ଯାତ୍ରାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରନ୍ତି । ବେଳେବେଳେ ତାଙ୍କ ବିରୋଧରେ ଯାତ୍ରାମଞ୍ଚରେ ଆପତ୍ତିଜନକ ଦୃଶ୍ୟର ଅଭିଯୋଗ ମଧ୍ୟ ଆସିଛି । ତେବେ ଆଠଗଡରେ ନିଶାଙ୍କ ଅଭିନୟ ବେଳେ ତାଙ୍କୁ ଦର୍ଶକଙ୍କ ବିରୋଧର ସାମ୍ନା କରିବାକୁ ପଡିଛି ।
ନୁଆ କରି ଗଢ଼ି ଉଠିଥିବା ତାରିଣୀ ଗଣନାଟ୍ୟରେ ନିଶାଙ୍କୁ ବିରୋଧ କରାଯାଇଛି । ରବିବାର ଆଠଗଡ କଇଥ ଛକଠାରେ ତାରିଣୀ ଗଣନାଟ୍ୟର ପ୍ରଥମ ରାତିର ନାଟକ "ନିଶା ନିଶା ରାତି" ଯାତ୍ରା ପରିବେଷଣ ବେଳେ ନିଶା ମହାରଣା ଅଭିନୟ କରୁଥିଲେ । ଏହି ସମୟରେ ସେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିଲେ । ଯେଉଁଥି ପାଇଁ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଥିଲେ ଦର୍ଶକ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:୫୨ ବର୍ଷ ବୟସରେ ନିଜଠାରୁ ୧୯ ବର୍ଷ ସାନ ଏହି ବ୍ୟବସାୟୀଙ୍କୁ ବିବାହ କରିବେ ମଲ୍ଲାଇକା
ବିଶେଷକରି ଯାତ୍ରାମଞ୍ଚରେ ଆପତ୍ତିଜନକ ଦୃଶ୍ୟ ଓ ପରିବେଷଣକୁ ନେଇ ସମୟ ସମୟରେ ପ୍ରଶ୍ନ ଉଠିଥାଏ। ଏହାକୁ ନେଇ ଯାତ୍ରା ଆୟୋଜକ, କଳାକାର ଓ ଦର୍ଶକଙ୍କ ମଧ୍ୟରେ ମତଭେଦ ମଧ୍ୟ ଦେଖାଯାଏ। ଏବେ ଆଠଗଡ଼ରେ ନିଶାଙ୍କ ଅଭିନୟକୁ ନେଇ ଦର୍ଶକଙ୍କ ବିରୋଧ ଏହି ଚର୍ଚ୍ଚାକୁ ପୁଣି ସାମ୍ନାକୁ ଆଣିଛି।
ତେବେ ଆଠଗଡ଼ର ଘଟଣାକୁ ନେଇ ନିଶା ମହାରଣାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିଛି କି ନାହିଁ, ସେନେଇ ଅଧିକ ସୂଚନା ଅପେକ୍ଷାରେ ରହିଛି। ଘଟଣାର ପ୍ରକୃତ କାରଣ ଓ ମଞ୍ଚରେ କ’ଣ ଘଟିଥିଲା, ତାହା ସ୍ପଷ୍ଟ ହେଲେ ହିଁ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ।
ଏହି ଘଟଣା ପରେ ଆଠଗଡ଼ର ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି। ନିଶାଙ୍କ ଅଭିନୟକୁ ନେଇ ଦର୍ଶକଙ୍କ ମତାମତ କ’ଣ ରହୁଛି ଏବଂ ଆଗାମୀ ଦିନରେ ଏହି ଘଟଣାକୁ ନେଇ ତାଙ୍କ ପକ୍ଷରୁ କୌଣସି ବୟାନ ଆସୁଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Related Topics
Explore more stories