Videos
|
Odisha

ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

Ritu Das
Browse all articles by Ritu Das
·2 years ago
ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଅର୍ଗସ ବ୍ୟୁରୋ: ଆଜି ସକାଳେ ଘନ କୁହୁଡ଼ି ପାଇଁ କଟକ  ଚାନ୍ଦବାଲି  ରାସ୍ତାର  ନିଶ୍ଚିନ୍ତକୋଇଲି  ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ   ମୁଖ୍ୟମନ୍ତ୍ରୀ   ନବୀନ  ପଟନାୟକ  ଗଭୀର  ଶୋକ  ପ୍ରକାଶ  କରିବା  ସହ  ମୃତକଙ୍କ  ନିକଟତମ  ଆତ୍ମୀୟଙ୍କ  ପାଇଁ   ତିନି ଲକ୍ଷ  ଟଙ୍କା  ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

କାଳ ହେଲା କୁହୁଡି, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ କଟକ  SCB ମେଡିକାଲ  କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା  ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nishintkoili road accident | Argus News