Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାକୁ ୪ ହଜାର କୋଟିର ୧୯ ପ୍ରକଳ୍ପ ଭେଟି ଦେବେ ନିତିନ ଗଡ଼କରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଓଡ଼ିଶାକୁ ୪ ହଜାର କୋଟିର ୧୯ ପ୍ରକଳ୍ପ ଭେଟି ଦେବେ ନିତିନ ଗଡ଼କରୀ

ଆସନ୍ତାକାଲି ଓଡ଼ିଶାକୁ ବଡ଼ ଭେଟି ନେଇ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ମିଳିବ ଡବଲ ବେନିଫିଟ । ରୋଡ ସଂଯୋଗୀକରଣରେ ଏକ ନମ୍ବର ହେବ ଓଡିଶା । ୪ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ ।

ଚାରି ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ । ଯେଉଁଥିରେ ରହିଛି ୨୯୦୫ କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ, ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜର ଶିଳାନ୍ୟାସ କରାଯିବ । ଏହାସହ ୮୪୧ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିବେ କେନ୍ଦ୍ର ମନ୍ତ୍ରୀ । ଏହା ମଧ୍ୟରେ ରହିଛି ଭୁବେନେଶ୍ୱରରୁ ପୁରୀ ଜାତୀୟ ରାଜପଥ, ମେରାଇନ ଡ୍ରାଇଭ ରୋଡ, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ ସହ କିଛି ୪ ଲେନକୁ ୬ ଲେନ କରିବାର କାର୍ଯ୍ୟକ୍ରମ ।

କେବଳ ସେତିକି ନୁହେଁ ଚଳିତ ବର୍ଷ ପାଇଁ ଓଡିଶା ଲାଗି ୯ ହଜାର କୋଟି ଟଙ୍କାର ଅନୁଦାନ ସଭା ମଞ୍ଚରୁ ଘୋଷଣା କରିପାରନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି । ତେବେ ଏହାକୁ ନେଇ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ରୋଡ ସଂଯୋଗୀକରଣରେ ଓଡିଶା ୮ ନମ୍ବରରୁ ୧ ନମ୍ବର ହେବ । ଆହୁରି କହିଛନ୍ତି ଉପକୂଳ ରାଜପଥକୁ ଆର୍ଥିକ ଅନୁମତି ମିଳିଛି । କିନ୍ତୁ ପ୍ରଶାସନିକ ଅନୁମତି ମିଳି ନଥିବାରୁ ଟେଣ୍ଡର ବିଳମ୍ବ ହେଉଛି । ସେହିପରି ଉପକୂଳ ରାଜପଥ ଏବଂ କ୍ୟାପିଟାଲ ରିଜନ ରିଙ୍ଗ ରୋଡ, ଏହି ଦୁଇଟି ରାସ୍ତା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ।

ସଡ଼କ ନିର୍ମାଣ କ୍ଷେତ୍ରକୁ ବିଜେପି ସରକାରଙ୍କ ଫୋକସ୍ । ବାଜପେୟୀଙ୍କ ପୂର୍ବରୁ ଓଡିଶାରେ ଥିଲା ୧୬୦୦ କିଲୋମିଟର ଜାତୀୟ ରାଜପଥ । ବାଜପେୟୀଙ୍କ ସମୟରେ ଏହା ୩୨୦୦ କିଲୋମିଟର ଛୁଇଁଲା । ମୋଦିଙ୍କ ସମୟରେ ୨୦୧୪-୧୫ରୁ ୨୨-୨୩ ଭିତରେ ୨୮,୨୫୧ କୋଟି ଖର୍ଚ୍ଚରେ ହେଲା ଆଉ ଅଧିକ ୪୧୪୩ କିଲୋମିଟର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored