Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଠ ପଢିବା ପାଇଁ ନାହିଁ ଅଙ୍ଗନବାଡି କେନ୍ଦ୍ର

Odisha

ପାଠ ପଢିବା ପାଇଁ ନାହିଁ ଅଙ୍ଗନବାଡି କେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଠ ପଢିବା ପାଇଁ ନାହିଁ ଅଙ୍ଗନବାଡି କେନ୍ଦ୍ର

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ଅନେକ ସ୍ଥାନରେ ନାହିଁ ଶିଶୁଙ୍କ ପାଠ ପଢିବା ପାଇଁ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର । କେଉଁଠି କମ୍ୟୁନିଟି ସେଣ୍ଟର ତ ଆଉ କେଉଁଠି ଭଡ଼ା ଘରେ ଚାଲିଛି ଅଙ୍ଗନବାଡି । ସରକାରୀ ତଥ୍ୟ ଅନୁଯାୟୀ, ବିଞ୍ଝାରପୁର ବ୍ଲକରେ ମୋଟ ୨୯୫ ଗୋଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ମାତ୍ର ୧୭୮ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହରେ ପାଠ ପଢୁଛନ୍ତି ଶିଶୁ । ବାକି ୧୨୭ଟି ସ୍ଥାନରେ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରି ନାହିଁ ଅଙ୍ଗନବାଡି ଗୃହ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୧୨୭ଟି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ୭୬ଟି କେନ୍ଦ୍ର ସ୍କୁଲ ଗୃହରେ, ୨୪ଟି କେନ୍ଦ୍ର ଭଡ଼ା ଘରେ ଏବଂ ୨୭ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲୁଛି । ବର୍ତ୍ତମାନ ସୁଦ୍ଧା ୩୯ଟି କେନ୍ଦ୍ରର ଗୃହ ନିର୍ମାଣଧୀନ ଅବସ୍ଥାରେ ପଡି ରହିଛି । କେବଳ ସେତିକି ନୁହେଁ, କେତେକ ଅଙ୍ଗନବାଡିରେ କର୍ମଚାରୀଙ୍କର ଦେଖା ମିଳୁନାହିଁ, ନାମକୁ ମାତ୍ର ଚାଲିଛି l ଯେଉଁଥିପାଇଁ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି ।

ପୂର୍ବ ବିଜେଡି ସରକାର ସମୟରେ ଶିକ୍ଷାଦାନ ପାଲଟିଥିଲା ପ୍ରହସନ । କେତେକ ସ୍ଥାନରେ ଅଙ୍ଗନବାଡି ପାଇଁ ଜାଗା ନଥିବାରୁ ଗୃହ ନିର୍ମାଣ ହୋଇନାହିଁ । ପ୍ରଶାସନର ଅବହେଳା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାଗା ନିରୂପଣ ହୋଇ ପାରିନାହିଁ । ଏହା ଛଡା ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଟଙ୍କା ଆସିଥିଲେ ସୁଦ୍ଧା ଗୃହ କାର୍ଯ୍ୟ ହୋଇ ପାରିନଥିବା ଅଭିଯୋଗ ହୋଇଛି । ସେପଟେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ l

ଯଥାଶୀଘ୍ର ଅସମ୍ପୂର୍ଣ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ସମ୍ପୂର୍ଣ କରିବା ସହ ବାକି ଥିବା ଗୃହଗୁଡିକ ପାଇଁ ଉପଯୁକ୍ତ ଜାଗା ନିରୂପଣ କରି ଗୃହ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
no-anganwadi-center-for-education | Argus News