Videos
|
Odisha

ବାର୍‌ରେ ନାଚିପାରିବେନି ବାରଗର୍ଲ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବାର୍‌ରେ ନାଚିପାରିବେନି ବାରଗର୍ଲ !

Key Points

  • ବାର୍‌ରେ ନାଚିପାରିବେନି ବାରଗର୍ଲ !
  • ନିୟମ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ପକ୍କା

ଅର୍ଗସ ବ୍ୟୁରୋ : ଆଉ ସଂଧ୍ୟା ନଇଁଲେ ରାଜଧାନୀରେ ନାଚିବେନି ବାଲ ଗର୍ଲ । ଯେଉଁ ବାର ମାଲିକ ଏହି ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କିଛି ଏମିତି ନିଷ୍ପତ୍ତି ନିଆଯିବ ପରେ ଏବେ ପୁରା ରାଜଧାନୀରେ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ଏହି ନିୟମ ପୁରା ରାଜ୍ୟରେ ନୁହେଁ ବରଂ କେବଳ ରାଜଧାନୀରେ ହୋଇଛି । ତେଣୁ ରାଜଧାନୀରେ ଖୋଲାଯାଇଥିବା ବାରମାଲିକଙ୍କ ଚିନ୍ତା ବଢିଛି । 

ରାଜଧାନୀରେ ବାର କେମିତି ଚାଲେ ତାହା ଉଣାଅଧିକେ ଆପଣ ଜାଣନ୍ତି । ଅନେକ ସମୟରେ ଅଭିଯୋଗ ଆସେ କି ବାର୍‌ ଗର୍ଲଙ୍କୁ ନିର୍ଯାତନା ଦିଆଯାଉଛି ତ ଆଉ କେତେବେଳେ ତାଙ୍କ ଉପରେ ଆକ୍ରମଣ ବି ହେଉଛି । ଖାଲି ଏତିକି ନୁହେଁ ବରଂ ଅନେକ ଅପରାଧର ସୁତ୍ରପାତ୍ର ବି ହେଉଛି । ତେଣୁ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଆକ୍ସନ ମୋଡକୁ ଆସିଛି ଅବକାରୀ ବିଭାଗ । ତେଣୁ ରାଜଧାନୀର ବାର୍‌ରେ ବାର୍‌ଗାର୍ଲ ନାଚିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଯେଉଁ ବାର୍‌ ମାଲିକ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । 

ଅଭିଯୋଗ ଅନୁସାରେ, କିଛି ବାର୍‌ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରଖୁଛନ୍ତି । ରାତି ତମାମ ଡିଜେ ବାଜୁଛି । ରାତିଅଧ ଯାଏ ବାର୍‌ ଖୋଲା ରହିବାରୁ ଗଣ୍ଡଗୋଳ ମଧ୍ୟ ଘଟୁଛି । ବାରମ୍ବାର ଅଭିଯୋଗ ପରେ ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଦେବାଶିଷ ପଟେଲ୍‌ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜିଲ୍ଲାର ସମସ୍ତ ଅବକାରୀ ଉପ-ଅଧୀକ୍ଷକ, ଇନ୍ସପେକ୍ଟର ଓ ଅବକାରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ ଲାଇସେନ୍ସପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର‌୍ ପରିସରରେ ନୃତ୍ୟ ପରିବେଷଣ କରିପାରିବେ ନାହିଁ । ଏପରିକି ଯେଉଁ ଲାଇସେନ୍ସପ୍ରାପ୍ତ ଠିପିଖୋଲା ବିଦେଶୀ ମଦ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନରେ ବାର୍‌ ଖୋଲିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଦୃଶ୍ୟମାନ ହେଉଥିବା ମଦ ଦୋକାନ ସାଇନବୋର୍ଡ ରହିବ ନାହିଁ। ତୁରନ୍ତ ସେଠାରୁ ସାଇନ୍‌ବୋର୍ଡ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ବାର୍‌ ଓ ପବ୍‌ଗୁଡ଼ିକ ମହିଳାମାନଙ୍କୁ ନିୟୋଜିତ କରି ଗୀତ ବଜାଉଛନ୍ତି। ଯାହାର ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ପ୍ରସାର କରାଯାଉଛି। ଏମିତିକି ବିଭିନ୍ନ ବ୍ରାଣ୍ଡର ମଦ୍ୟପାନ ଭିଡିଓକୁ ମଧ୍ୟ ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଭାବେ ପ୍ରସାରଣ କରାଯାଉଛି।

ଯାହାକି ବେଆଇନ। ଯେଉଁମାନେ ଏଭଳି ବିଜ୍ଞାପନ କରୁଛନ୍ତି ସେ ସବୁର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମୟ ବ୍ୟବଧାନରେ ବାର୍‌ ଓ ପବ୍‌ଗୁଡ଼ିକର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଯଦି ସେଠାରେ କୌଣସି ଆପତ୍ତିଜନକ ଭିଡିଓ ମିଳେ ସମ୍ପୃକ୍ତ ବାର‌୍ ମାଲିକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।  ମୋଟ୍‌ ଉପରେ ବାରକୁ ନେଇ ଅନେକ ଅଭିଯୋଗ ରୀତିମତ ଭାବରେ ଆସୁଛି । ତେଣୁ କିଛି ଏମିତି ଢଙ୍ଗରେ ଆକ୍ସନ ନେଇଛି ଅବକାରୀ ବିଭାଗ ।
 

Bar Dance | Argus News