ହତାଶ ଚାଷୀ ! ଟମାଟେ ରଖିବାକୁ ଯାଗା ନାହିଁ, ୨ ଟଙ୍କାରେ କରୁଛନ୍ତି ବିକ୍ରି

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖତ ଖାଉଛି ଶୀତଳ ଭଣ୍ଡାର । କେଉଁଠି ଭାଙ୍ଗିରୁଜି ଗଲାଣି ତ କେଉଁଠି ନଷ୍ଟ ହେଉଛି ଯନ୍ତ୍ରାଶ । ଚାଷୀଙ୍କ ପାଇଁ କାଳ ପାଲଟିଲାଣି ଶୀତଳ ଭଣ୍ଡାରର ଅଭାବ । ଅଭାବୀ ବିକ୍ରିର ସାମନା କରୁଛନ୍ତି ଚାଷୀ । ଟମାଟୋ କିଲୋ ୨ ଟଙ୍କାରେ ବିକ୍ରି କରୁଛି ଚାଷୀ । ୨୪ ବର୍ଷର ଅପାରଗ ବିଜେଡି ସରକାର
ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ ।
ରାଜ୍ୟରେ ଥିବା ଶୀତଳ ଭଣ୍ଡାରର ଅବସ୍ଥା କେମିତି ରହିଛି, ତାହା ଶବ୍ଦରେ କହିବା ମୁସ୍କିଲ । ଶୀତଳ ଭଣ୍ଡାରଗୁଡ଼ିକୁ ଖାଲି ଆଖିରେ ଦେଖିଲେ ସ୍ପଷ୍ଟ ବାରି ହେବ ଭଲ ନାହିଁ ଚାଷୀଙ୍କ ଅବସ୍ଥା । ଆମେ ଆପଣଙ୍କୁ କହୁଛୁ ରାୟଗଡ଼ା, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଥିବା ଶୀତଳ ଭଣ୍ଡାର କଥା । ୨୪ ବର୍ଷର ଅପାରଗ ବିଜେଡି ସରକାର କାରଣରୁ ଏବେ ସେଗୁଡ଼ିକ ଜଣାଜୀର୍ଣ୍ଣ ଅବସ୍ଥାରେ ।
ରାୟଗଡ଼ା ଜିଲ୍ଲାରେ ବାର୍ଷିକ ଟନ ଟନ ପରିବା ଆଦାୟ ହେଉଛି । କିନ୍ତୁ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ହତାସ । ରାୟଗଡ଼ା ଜିଲ୍ଲାରେ ଥିବା ୩ଟି ଶୀତଳ ଭଣ୍ଡାର ଚାଷୀଙ୍କ କାମରେ ଆସୁନି । ଏହାର ଯନ୍ତ୍ରାଂଶ ଖତ ଖାଉଛି । ରାୟଗଡ଼ା ସହର ଏବଂ ବିଷମକଟକ ବ୍ଲକରେ ଥିବା ଶୀତଳ ଭଣ୍ଡାର ଥାଇ ନଥିବା ଭଳି ।
ସେହିଭଳି କେନ୍ଦ୍ରାପଡା ଚାଷୀଙ୍କ ଅବସ୍ଥା ବି ଶୋଚନୀୟ । ରାଜନଗର, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର, ଡେରାବିଶ ବ୍ଲକର ଚାଷୀମାନେ ପନିପରିବା ଚାଷ କରୁଛନ୍ତି । କିନ୍ତୁ ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ । ଜିଲ୍ଲାରେ ଯେଉଁ ୨ଟି ଶୀତଳ ଭଣ୍ଡାର ରହିଛି ତାର ଅବସ୍ଥା ବି ଭଲ ନାହିଁ । ଗୁଲନଗର ଭରତପୁର ଗ୍ରାମରେ ଜବରଦଖଲକାରୀଙ୍କ କବଜାରେ ରହିଛି ଶୀତଳ ଭଣ୍ଡାର ।
ସେପଟେ ଜଗତସିଂହପୁର ଜିଲ୍ଲାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ସେଠାରେ ବନ୍ଦ ପଡିଛି ଏକ ମାତ୍ର ଶୀତଳ ଭଣ୍ଡାର। ଛାତ ଘର ଭାଙ୍ଗି ନଷ୍ଟ ହେଲାଣି। ଛାତ ଉପରେ ବରଗଛ ଛିଡା ହେଲାଣି। ଶୀତଳ ଭଣ୍ଡାର ଅଭାବରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ । ୨୪ ବର୍ଷର ଅପାରଗ ବିଜେଡି ସରକାରର କାରଣରୁ ଚାଷୀ ଆଜି ହଇରାଣ ହେଉଛି ।
ତେବେ ଶୀତଳ ଭଣ୍ଡାର ଅଭାବରୁ ପନିପରିବାର ଅଭାବୀ ବିକ୍ରି ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚାଷୀ କରିଥିଲେ ବିଲାତି ଚାଷ । ଯାହାକୁ ଏବେ ମାଗଣା ବାଣ୍ଟିବା ଭଳି ବିକ୍ରି କରୁଛନ୍ତି । ମାତ୍ର ୩୦ ଟଙ୍କାରେ ବିକୁଛନ୍ତି ଟମାଟୋ ଟ୍ରେ' । ବଜାରରେ କେଜି ୧ ଟଙ୍କା ୨୦ ପଇସା। ଗଞ୍ଜାମ ଜିଲ୍ଲାରେ ଟମାଟୋ କିଲୋ ପିଛା ୨ ରୁ ୩ ଟଙ୍କାରେ ବିକ୍ରି ହେଉଛି । ଶୀତଳ ଭଣ୍ଡାର ନଥିବାରୁ ବିଲାତି ଅଭାବୀ ବିକ୍ରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କଠୁ ଟମାଟୋ କିଲୋ ପିଛା ମାତ୍ର ୨ରୁ ୪ ଟଙ୍କା ଦରରେ କିଣୁଛନ୍ତି ବେପାରୀ ।
ଓଡ଼ିଶାରେ ନୁଆ ସରକାର ଆସିବା ପରେ ୫୮ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିବା ପରେ ଚାଷୀ ଏବେ ଆଶାବାଦୀ ।
ଶୀତଳ ଭଣ୍ଡାରର ଅଭାବ ସାଙ୍ଗକୁ ପନିପରିବାର ଅଭାବୀ ବିକ୍ରି ଚାଷୀଙ୍କୁ ବେଉଷା ଛାଡ଼ିବାକୁ ବାଧ୍ୟ କଲାଣି । ତଥାପି ବିଜେପି ସରକାରର ପ୍ରତିଶ୍ରୁତି ଉପରେ ଭରସା କରିଛି ଚାଷୀ । ଶୀତଳ ଭଣ୍ଡାର ନିର୍ମାଣ ହେବ । ଦୂର ହେବ ଚାଷୀର ସମସ୍ୟା ।
