ଆଗରୁ ଦେଖାଦେଉନଥିଲେ, ଏବେ ସାହାଣ ମେଳା କଣ ପାଇଁ ?

Key Points
- ଶଙ୍ଖକୁ ଅନାସ୍ଥା ଟେନସନ୍
- ଆଗରୁ ନବୀନ ଦେଖା ଦେଉନଥିଲେ, ଏବେ ସାହାଣ ମେଳା
- ହାତରୁ କେମିତି ସିଟ୍ ଖସିବନି, କରୁଛନ୍ତି ମାଷ୍ଟର ପ୍ଲାନ
ଅର୍ଗସ ବ୍ୟୁରୋ : ବିଜେଡିକୁ ଘାରିଲାଣି ଅନସ୍ଥା ଚିନ୍ତା । ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳର ଯେଉଁ ଅବସ୍ଥା ହେଲେ ତାହା ଯେମିତି ପୌରି କି ପଂଚାୟତରେ ନହୁଏ ସେଇଥି ଲାଗି ଏବେଠୁ ମିଟିଂ ପରେ ମିଟିଂ କରୁଛନ୍ତି ନବୀନ । ଖାଲି ମିଟିଂ କରୁଛନ୍ତି ତାହା ନୁହେଁ ବରଂ କେମିତି ହାତରୁ ସିଟ୍ ନଖସେ ସେଇଥି ଲାଗି ଆଲୋଚନା ବି କରୁଛନ୍ତି । ପୂର୍ବରୁ ନବୀନ ନିବାସକୁ ପ୍ରବେଶର ଅନୁମତି ମିଳୁନଥିବା ବେଳେ ଏବେ ସାହାଣ ମେଳା ପରି ନବୀନଙ୍କୁ ଭେଟୁଛନ୍ତି ନେତା । ତେଣୁ ଗୋଟିଏ କଥା ସ୍ପଷ୍ଟ, ହାରିବା ପରେ ବୁଦ୍ଧି ଶିଖିଲାଣି ବିଜେଡି ।
ସାଧାରଣ ନିର୍ବାଚନ ୨ ମାସ ନସରୁଣୁ ପୌର ଓ ପଂଚାୟତ ନିର୍ବାଚନ ଲାଗି ଅଙ୍କ କଷିଲେଣି ନବୀନ । ସେଥିଲାଗି ପୌର ପ୍ରତିନିଧିଙ୍କୁ ଏକାଠି ରଖିବାକୁ ଘନ ଘନ ବୈଠକ କରୁଛି ଦଳ । କେନ୍ଦୁଝର, ପାରାଦ୍ଵୀପ, ଖଣ୍ଡପଡ଼ା, ଜୁନାଗଡ଼ ଓ ନୀଳଗିରିରେ ବି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେଣୁ ଏବେ ପୌର ଉପରେ ବିରୋଧୀ ଦଳର ନଜର ।
୨୪ ନିର୍ବାଚନ ହାରିବା ପରେ ବିଜେଡି ପ୍ରଥମେ ଏହି ପଲିସି ଆପଣାଇ ଫୁଲବାଣୀ ଏନ୍ଏସିରେ ସଫଳତା ପାଇଛି । ଫୁଲବାଣୀ ପରେ ପରେ ଜୁନାଗଡ଼ରେ ବି ଦଳ ଅନାସ୍ଥା ଫଣ୍ଡା ଆପଣାଇ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଇନଗତ ଲଢେଇ ପାଇଁ ସେଇଠି ବିଜେଡି ରଣନୀତିରେ ବ୍ରେକ୍ ଲାଗିଛି । ସେପଟେ କେନ୍ଦୁଝରରେ ଯେହେତୁ ପଞ୍ଚାୟତ ପ୍ରତନିଧି ବିଜେପିରେ ସାମିଲ୍ ହୋଇସାରିଛନ୍ତି ସେଥିଲାଗି ପୌର ପ୍ରତିନିଧି ମଧ୍ୟ ବିଜେପିକୁ ଆସି ଗଣିତ ବିଗାଡିପାରନ୍ତି ।
📱 Get Argus News App
✨ସୂଚନା ଅନୁସାରେ, ରାଜ୍ୟରେ ମୋଟ୍ ୧୦୬ ଟି ବିଜ୍ଞାପିତ ପରିଷଦ ଅଞ୍ଚଳ ବା ଏନ୍ଏସି ଓ ପୌର ପରିଷଦ ରହିଛି । ଯେଉଁଥିରୁ ୧୬ଟିରେ ବିଜେପି, ୭ଟିରେ କଂଗ୍ରେସ ଓ ୯ଟିରେ ସ୍ଵାଧୀନ ଅଧ୍ୟକ୍ଷ ରହିଛନ୍ତି । ବାକି ୭୪ଟିରେ ବିଜେଡିର ଅଧ୍ୟକ୍ଷ ଅଛନ୍ତି । ଏଭଳି ସ୍ଥଳେ ବିଜେଡି ଓ ବିଜେପି ଭିତରେ ଆରମ୍ଭ ହୋଇଛି ଟଣା ଓଟରା । ସରକାରୀ ଦଳ ଆଡକୁ ପଞ୍ଚାୟତ ଓ ପୌର ପ୍ରତିନିଧି ଢଳୁଥିବା ଦେଖି ବିଜେଡି ଆଗୁଆ କ୍ଷେତ୍ର ରକ୍ଷଣ କରିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡି ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ତେଣୁ ଆଗାମୀ ଦିନରେ କେମିତି ପୌର ଓ ପଂଚାୟତ ନିର୍ବାଚନ ଦଳ ଲଢୁଛି ତାହା ସମୟ କହିବ ।