Cooked Food Distribution Banned / ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପଡ଼ିବନି ପତ୍ର ,ପାଣି ବୋତଲ, ଆସିବ SOP
·3 weeks ago·2 min read

Key Points
ବଡ଼ଦାଣ୍ଡରେ ବଣ୍ଟା ହେବନି ରନ୍ଧା ଖାଦ୍ୟ
ସ୍ୱଚ୍ଛତା ପାଇଁ ପ୍ରଶାସନର କଡ଼ା ଆକ୍ସନ ପ୍ଲାନ୍
ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ଓ ଭକ୍ତ

ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପଡ଼ିବନି ପତ୍ର ,ପାଣି ବୋତଲ । ଏଥିପାଇ ଆସିବ ଏସ ଓ ପି। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ରନ୍ଧା ନ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି। ପ୍ରାୟ 100 ରୁ ଊର୍ଦ୍ଧ୍ଵ ଅନୁଷ୍ଠାନ ଶ୍ରୀଗୁଣ୍ଡିଚା ପୂର୍ବ ଦିନ,ଶ୍ରୀଗୁଣ୍ଡିଚା ଦିନ ଓ ବାହୁଡା଼ ଦିନ ରନ୍ଧା ଖାଦ୍ୟ ଶ୍ରଦ୍ଧାଳୁଙ୍କୁ ବାଣ୍ଟି ଥାନ୍ତି। ତେବେ ଡଷ୍ଟବିନ ଥିବା ସତ୍ତ୍ବେ ବି ଲୋକେ ଏଠି ସେଠି ଅଇଁଠା ପତ୍ର,ପାଣି ବୋତଲ ପକାନ୍ତି । ଗହଳିରେ ଗାଡି ଆସି ନପାରିବାରୁ ଆବର୍ଜନା ପରିଷ୍କାର ହୋଇପାରେନାହିଁ । ଚଳିତ ଥର ବଡ଼ଦାଣ୍ଡ ଉଭୟ ପାର୍ଶ୍ଵ ରେ ରନ୍ଧା ଖାଦ୍ୟ ବାରଣ କରାଯିବା ସହ ସଫେଇ ପାଇଁ ଆସୁଥିବା ଅନୁଷ୍ଠାନ ଗୁଡ଼ିକ ଅନୁମତି ନେବା ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆସିବ ସ୍ଵତନ୍ତ୍ର ଏସ ଓ ପି । ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳି ରେ ଅନୁମତି ନେଇ ବାଣ୍ଟି ପାରିବେ ଶ୍ରଦ୍ଧାଳୁ । ଏହାକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ଭକ୍ତ । ଅଇଁଠା ପତ୍ର ନ ପଡ଼ିବା ଦ୍ଵାରା ବଡ଼ଦାଣ୍ଡ ପବିତ୍ରତା ବଜାୟ ରହିବ ଓ ଏହା ଉପରେ ରଥ ଚକ ଗଡୁଥିଲା,ସେଥିରେ ରୋକ୍ ଲାଗିବ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ହରିଶଙ୍କର ମିଶ୍ର।
ରଥ ପାଇଁ ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍ । ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ବଚ୍ଛତା ଉପରେ ଫୋକସ୍। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବାକୁ ନିଆଯାଇଅଛି ନିଷ୍ପତ୍ତି । ଚଳିତ ରଥରେ ଶ୍ରଦ୍ଧାଳୁଙ୍କ ପାଇଁ ଦୁଇ ଗୁଣା ବଢ଼ିବ ଅସ୍ଥାୟୀ ଟଏଲେଟ୍ ସଂଖ୍ୟା । ମହିଳା ଓ ପୁରୁଷ ଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହୋଇଛି। ସ୍ଵତନ୍ତ୍ର ଦାୟିତ୍ୱରେ ମୁତୟନ ହେବେ ଅତିରିକ୍ତ ଅଧିକାରୀ ।
ସେପଟେ ଡ୍ରାଫ୍ଟ ଆକ୍ସନ ରେ ରହିଛି ଟଏଲେଟ୍ ପାଇଁ ନିଷ୍ପତ୍ତି । ଗତ ଥର 594 ଅସ୍ଥାୟୀ ଟଏଲେଟ୍ ହୋଇଥିବା ବେଳେ ଚଳିତ ଥର 1000 ଟଏଲେଟ୍ ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ମହିଳା ଓ ପୁରୁଷଙ୍କ ପାଇଁ ହେବ ଅଲଗା ଅଲଗା ବ୍ୟବସ୍ଥା ।ଗୋଟିଏ ୟୁନିଟ୍ ରେ ନୁହେଁ ବରଂ ସେପାରେଟ ୟୁନିଟ୍ ରେ ରହିବ ମହିଳାଙ୍କ ପାଇଁ ବ୍ୟବସ୍ଥା ।ସେପଟେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବୈଜ୍ଞାନିକ ପଦ୍ଧତି ଓ ଅତ୍ୟାଧୁନିକ ପ୍ରକ୍ରିୟା କରିବାକୁ ମ୍ୟୁନିସପାଲିଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟାପ୍ତ ପାଣି,ପରିଚ୍ଛନ୍ନତା,ଖୋଲା ଡ୍ରେନ ସ୍ଲାବ ସହ ,ମଶା ମରା ତେଲ ବ୍ୟବସ୍ଥା କରି ସ୍ବଚ୍ଛତା ଉପରେ ବିଶେଷ ଫୋକସ ଦିଆଯାଇଛି ବୋଲି କହିଛନ୍ତି ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ସେପଟେ ଆକ୍ସନ ପ୍ଲାନ୍ ରେ ରଥ ସମୟରେ ଭିଡ଼ ଓ ୱାର୍କ ଲୋଡ କମାଇବାକୁ ଆଗୁଆ ପାର୍କିଂ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories