Videos
|
Odisha

ଭସାଣୀ ହେବ, ଡିଜେ ବାଜିବନି : ଯଦି ବଜାଇଲେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଭସାଣୀ ହେବ, ଡିଜେ ବାଜିବନି :  ଯଦି ବଜାଇଲେ...

ଅର୍ଗସ ବ୍ୟୁରୋ: ଏଥର ମଦମୁକ୍ତ ଓ ଡିଜେମୁକ୍ତ ହେବ ଭଷାଣି । ଛାତି ଥରାଇଲା ଭଳି ଶଦ୍ଦ ପ୍ରଦୂଷଣ କରୁଥିବା ଡିଜେ ଉପରେ ରୋକ। ଭଷାଣି ଶୋଭାଯାତ୍ରାରେ ଏଣିକି ଆଉ ବାଜିବନି ଡିଜେ। ଶଦ୍ଦ ପ୍ରଦୂଷଣ ରୋକିବାକୁ କମିଶନରେଟ ପୋଲିସ ପାର୍ଵଣ ପୂର୍ଵରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଯଦି କୌଣସି ପୂଜା କମିଟି ଡିଜେ ବ୍ୟବହାର କରେ ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଡିଜେ ସିଜ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

ତେବେ ଡିଜେ ବଦଳରେ ୬ଟି ବକ୍ସ ବ୍ୟବହାର କରିପାରିବେ ବୋଲି ସିପି କହିଛନ୍ତି ତାହା ପୁଣି ୬୫ ଡେସିମିଲ ଭିତିରେ ହେବା ଆବଶ୍ୟକ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ଯଦି କୌଣସି ପୂଜା କମିଟି ଜୋରଜବରଦସ୍ତ ଚାନ୍ଦା ଆଦାୟ କରେ ତେବେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇ ଜେଲକୁ ପଠାଯିବ । ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୂଜା କମିଟିଗୁଡିକ ପକ୍ଷରୁ ରାତି ୧୨ ଟା ପର୍ଯ୍ୟନ୍ତ ଅନୁମତି ମଗାଯାଇଥିବାବେଳେ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କଟକର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଯୋଗଦେଇ କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Durga Puja | Argus News