Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନାହିଁ ବିଦ୍ୟୁତ: ଡିବିରି ଆଲୁଅରେ ଗାଁ

Odisha

ନାହିଁ ବିଦ୍ୟୁତ: ଡିବିରି ଆଲୁଅରେ ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନାହିଁ ବିଦ୍ୟୁତ: ଡିବିରି ଆଲୁଅରେ ଗାଁ

ଅର୍ଗସ ବ୍ୟୁରୋ:  ଦେଖିବାକୁ ମିଳିଛି ଆଦିବାସି ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଥିବା ବଡ଼ଗାଁ ପଞ୍ଚାୟତର ଉଜିଆବସାରେ । ଏଠି ୩୫ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁରେ ହୋଇ ପାରିନି ବିଦ୍ୟୁତ୍ ସଂଯୋଗ। ଜଙ୍ଗଲ ମଧ୍ୟରେ ଅନ୍ଧାରରେ ବଞ୍ଚିବା ପାଇଁ ସଂଙ୍ଘର୍ଷ କରୁଛନ୍ତି ଅଞ୍ଚଳବାସୀ।

ଗାଁରେ ନା ଅଛି ବିଦ୍ୟୁତ ଅଛି ନା ହୋଇପାରିଛି ସୋଲାର ସଂଯୋଗ...ଆଜିବି ରାତି ହେଲେ ଗାଁକୁ ଡିବିରି ଭରସା। ଡିବିରି ଲଗାଇ ହୁଏ ରୋଷେଇ...ନିଆଁ ଲଗାଇ ବନ୍ୟଯନ୍ତୁଠୁ ସୁରକ୍ଷିତ ରୁହନ୍ତି ଗ୍ରାମବାସୀ। ଏହି ବିଦ୍ୟୁତ ସମସ୍ୟା ପାଇଁ ଗାଁର ଅନେକ ଶିଶୁ ପାଠପଢାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଖାଲି ବିଦ୍ୟୁତ୍ ରେ ଅଟକିନି ଗାଁ ସମସ୍ୟା। ଗାଁରେ ବିଶୁଦ୍ଧ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ପାଣି ଟାଙ୍କି ଟିଏ ହୋଇଛି.. ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଛି ସତ ହେଲେ ଗାଁ ରେ ବିଦ୍ୟୁତ୍ ସଞ୍ଜୋଗ ନଥିବା ହେତୁ ଲୋକେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦିଓ ଏ ଦୀର୍ଘ ବର୍ଷ ପୂର୍ବରୁ ନଳକୁଅ ଖନନ କରାଯାଇଥିଲା ତାହା ମଧ୍ୟ ଏବେ ପାନୀୟ ଜଳ ପିଇବା ଉପୋଯୋଗି ନୁହେଁ। ନଳକୂପରୁ ବାହାରୁଛି ଆଇରନ ଯୁକ୍ତ ଗୋଳିଆ ପାଣି। ପ୍ରକଳ୍ପ ଥାଇବି ଗାଁ ଲୋକ ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି। ବିକାଶର ବାସ୍ତବତା ବଖାଣେ ଉଜିଆବସା.. ଏଠି ବିଦ୍ୟୁତ ସଂଯୋଗ ହୋଇ ପାରୁ ନଥିବାରୁ ଲୋକଙ୍କୁ ରହିବାକୁ ପଡୁଛି ରାତି ଉଜାଗର ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No electricity in mayurbhanj | Argus News