Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

No Petrol Without PUC / 'ନୋ ହେଲମେଟ୍‍ ନୋ ପେଟ୍ରୋଲ'କୁ ଭୁଲି ଗଲେଣି; PUCକୁ ମାନିବେ ତ ?

Sushanta Sahoo
Browse all articles by Sushanta Sahoo
·6 months ago·2 min read
'ନୋ ହେଲମେଟ୍‍ ନୋ ପେଟ୍ରୋଲ'କୁ ଭୁଲି ଗଲେଣି; PUCକୁ ମାନିବେ ତ ?
After No Helmet Rule Failed, New PUC Rule Sparks Debate

Key Points

ପ୍ରତ୍ୟେକ ଦିନ ୫୦୦୦ ଲୋକ ତେଲ ପକାଉଛନ୍ତି । ସମସ୍ତଙ୍କର ପଲ୍ୟୁସନ୍ ସାର୍ଟିଫିକେଟ ଦେଖିବା ସମ୍ଭବ ହେବ କି ବୋଲି ଛିଡ଼ା ହୋଇଛି ପ୍ରଶ୍ନବାଚୀ ।
ଭୁବନେଶ୍ଵର: ବିନା ପଲ୍ୟୁସନ୍ ସାର୍ଟିଫିକେଟରେ ମିଳିବନି ପେଟ୍ରୋଲ । ଏଣିକି ଆପଣଙ୍କୁ ଗାଡ଼ିରେ ତେଲ ପକାଇବାକୁ ହେଲେ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ପଲ୍ୟୁସନ ସାର୍ଟିଫିକେଟ୍ । ଏଭଳି ନିର୍ଦ୍ଦେଶନାମା ଜାରି କରି ସମସ୍ତ ତୈଳ କମ୍ପାନୀର ରାଜ୍ୟ ମୁଖ୍ୟଙ୍କୁ ଚିଠି କରିଛି ରାଜ୍ୟ ପରିବହନ ବିଭାଗ ।

ଦେଶର ରାଜଧାନୀ ଦିଲ୍ଲୀରେ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବିଭିନ୍ନ ନିର୍ଦ୍ଦେଶନାମା ଜାରି କରୁଥିବା ବେଳେ ରାଜ୍ୟରେ ଜାରି ହେଇଥିବା ଏଭଳି ନିର୍ଦ୍ଦେଶନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ରାଜଧାନୀରେ ଜାରି ହୋଇଥିବା 'ନୋ ହେଲ୍‌ମେଟ୍- ନୋ ପେଟ୍ରୋଲ୍' ନିୟମକୁ ସମସ୍ତେ ଭୁଲି ଗଲେଣି ।

ଏଥିସହ ପଢ଼ନ୍ତୁ: ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?

ହେଲମେଟ୍ ପିନ୍ଧିନଥିଲେ ବି ପେଟ୍ରୋଲ ମିଳୁଛି । ସେହିପରି ଲୁଚାଛପାରେ ପ୍ଲାଷ୍ଟିକ୍ ବୋତଲରେ ବି ଅତି ସହଜରେ ମିଳିଯାଉଛି ପେଟ୍ରୋଲ । ଆଉ ଏବେ ଜାରି ହୋଇଥିବା ଏହି ନିୟମ କେତେ ଦୂର ଠିକଣା ଜାଗାରେ କାର୍ଯ୍ୟକାରୀ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଅନ୍ୟପଟେ ଜାରି ନିର୍ଦ୍ଦେଶନାମାକୁ ଉତ୍କଳ ପେଟ୍ରୋଲିୟମ ସଂଘ ସ୍ଵାଗତ କରିଛି । ଦିଲ୍ଲୀ ପରିସ୍ଥିତି ଓଡ଼ିଶା ଆଗକୁ ନ ଭୋଗିବା ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି । ହେଲେ ଏହାର ମାନଦଣ୍ଡ ଓ ମେକାନିଜିମ୍ କଣ ରହିବ ସେ ନେଇ ସରକାରଙ୍କ ସହ ଆଲୋଚନା କରାଯିବ ।

ଦୁଇ କି ତିନି ଦିନରେ ଜଣେ ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ୍ ପମ୍ପ ଆସୁଥିବା ବେଳେ ଜଣେ ପଲ୍ୟୁସନ୍ ସାର୍ଟିଫିକେଟ୍ ନିୟମିତ ଦେଖାଇବ କିମିତି ? ପ୍ରତ୍ୟେକ ଦିନ ୫୦୦୦ ଲୋକ ତେଲ ପକାଉଛନ୍ତି । ସମସ୍ତଙ୍କର ପଲ୍ୟୁସନ୍ ସାର୍ଟିଫିକେଟ ଦେଖିବା ସମ୍ଭବ ହେବ କି ବୋଲି ଛିଡ଼ା ହୋଇଛି ପ୍ରଶ୍ନବାଚୀ ।

ଏଥିସହ ପଢ଼ନ୍ତୁ: ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ମିଳିବନି ପେଟ୍ରୋଲ୍‍, ଡିଜେଲ୍

ରାସ୍ତାରେ ଗଡୁଥିବା ଗାଡ଼ି ସହ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବର ଲିଙ୍କ୍ ଅଛି । ଯାହା ଦ୍ଵାରା ନିୟମ ଭାଙ୍ଗିଲେ ମୋବାଇଲକୁ ଆସୁଛି ମେସେଜ । ସେହି କ୍ରମରେ ପଲ୍ୟୁସନ୍ ସାର୍ଟିଫିକେଟର ଅବଧି ସରିଲେ ସରକାର ମୋବାଇଲକୁ ମେସେଜ ମାଧ୍ୟମରେ ଅବଗତ କରନ୍ତୁ ବୋଲି ସବୁ ମହଲରେ ଦାବି ହେଉଛି ।


ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ଫାଇନ୍ ବ୍ୟବସ୍ଥା ଥିବା ବେଳେ ଏବେ ପୁଣି ନୂଆ ନିୟମ ଗାଡ଼ି ଚାଳକଙ୍କ ଉପରେ କେଉଁ ପ୍ରଭାବ ପକାଉଛି ଓ ଆଗକୁ ଏହି ନିର୍ଦ୍ଦେଶନାମା ଗ୍ରାଉଣ୍ଡରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତା ଉପରେ ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
No Helmet Rule Forgotten, Will PUC Be Followed? | Argus News | Argus News