Videos
|
Odisha

ମିଳୁନି ପକ୍କାଘର, ଟିଣ ତଳେ ପରିବାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମିଳୁନି ପକ୍କାଘର, ଟିଣ ତଳେ ପରିବାର

ଅର୍ଗସ ବ୍ୟୁରୋ:  ଗଂଜାମ ପାତ୍ରପୁର ବ୍ଲକ ଆକୁଲି ଗ୍ରାମ ପଞ୍ଚାୟତର ଗଡ଼ଙ୍ଗ ଗାଁ । ପାହାଡ଼ ପର୍ବତ ଘେରା ଦୁର୍ଗମରେ ଅବସ୍ଥିତ ଏହି ଆଦିବାସୀ ଗାଁ କୁ ପହଞ୍ଚିବାକୁ ହେଲେ ଅତିକ୍ରମ କରିବାକୁପଡ଼େ ଦୀର୍ଘ 5ରୁ 7କିଲୋମିଟର ପଥୁରିଆ ଫାଡିଆ ରାସ୍ତା। ଗାଁକୁ ଦେଖିଲେ ପଦାରେ ପଡି ଯାଏ ପୂର୍ବ ସରକାରଙ୍କ ଆବାସ ବାସ୍ତବତା। ପାହାଡ ଜଙ୍ଗଲ ଘେରା ଏହି ଗାଁରେ ଯୁଆଡେ ଦେଖ ମାଳମାଳ ଟିଣଘର। ଆଜିବି ଆବାସ ଯୋଜନା ଏଠି ସାତ ସପନ । ଖରା ଦିନେ ମୁଣ୍ଡ ଗୁଞ୍ଜିବା ଯେମିତି ସେମିତି ହୋଇଯାଏ । କିନ୍ତୁ ଏହି ବର୍ଷା ହେଲେ ଟିଣ ଛପର ଉପରେ ଜରିପାଲ ପକାଇ ରହିବାକୁ ହୁଏ।

ଗାଁକୁ ଆଜିଯାଏଁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ସୋଲାର ଲଗାଯାଇଛି ସତ ମାତ୍ର ତାହା ଅଚଳ। ବିନା ବିଦ୍ୟୁତରେ ଜିବନ ଅତିବାହିତ କରୁଛନ୍ତି ଅଞ୍ଚଳବାସୀ। ଖାଲି ସେତିକି ନୁହେଁ ପାଣି , ଶିକ୍ଷା , ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ  ଗଡ଼ଙ୍ଗବାସୀ।

ମୌଳିକ ସୁବିଧାରୁ ବଞ୍ଚିତ ଗଡ଼ଙ୍ଗ। ନା ଅଛି ରାସ୍ତା । ନା ଅଛି ପକ୍କା ଘର। ଶିକ୍ଷାସ୍ବାସ୍ଥ୍ୟ ଭଳି ମୈଳିକସୁବିଧାରୁ ବଞ୍ଚିତ ଗଡ଼ଙ୍ଗବାସୀ। ବର୍ଷ ବର୍ଷ ଧରି ପୂର୍ବ ସରକାର ପ୍ରତାରଣା ଦେଇଥିବା ବେଳେ ନୂଆ ସରକାରଙ୍କ ଉପରେ ବିଶ୍ବାସ ରଖିଛନ୍ତି ଅଞ୍ଚଳବାସୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No house, family under the tin | Argus News