Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ ବୟସ ଦେଖି କଣ ସରକାର ଜାଣି ପାରୁନାହାଁନ୍ତି ? 

Manini Pattanayak
Browse all articles by Manini Pattanayak
·2 years ago·2 min read
ଆମ ବୟସ ଦେଖି କଣ ସରକାର ଜାଣି ପାରୁନାହାଁନ୍ତି ? 

କଳାହାଣ୍ଡି: କିଟି କିଟି ଅନ୍ଧାର ଭଙ୍ଗା ଘର ଭିତରେ ରାଜ୍ୟ ସରକାରଙ୍କ ପ୍ରତି  ବୃଦ୍ଧାଙ୍କ କ୍ଷୋଭ।  ନା ଅଛି ଘର ... ନା ଅଛି ଭତ୍ତା ଆଉ ନା ଅଛି  ରାସନ କାର୍ଡ।.. ଭୋଟବେଳେ   ଆମ କଥା ମନେ ପଡୁଛି.. ଭୋଟ ମାଗିବା ପାଇଁ ଚାଲିଆସୁଛ.. କିନ୍ତୁ ଆମ ଦୁଃଖ ଶୁଣୁନାହାନ୍ତି  ରାଜ୍ୟ ସରକାର। ଯୋଜନା  ଜନ୍ମ ଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ।  ହେଲେ ଏ ସବୁ ଯୋଜନା କାହା ପାଇଁ.. ନିରୀହ ଲୋକମାନଙ୍କ ଆଖିର ଲୁହ ଧାର ଧାର , ଖାଲି ମାଳତି ନାୟକଙ୍କ ଆଖିରେ ଲୁହ ଗଡୁନି   ପାଚିକା ଦଶମୀ ମାଝୀ ଙ୍କ ଅବସ୍ଥା ମଧ୍ୟ  ସମାନ।  ବିଦ୍ୟାଳୟରେ   ବର୍ଷ ବର୍ଷ କରି ପାଚିକା  ଭାବେ କାମ କଲେ। ସ୍କୁଲ ଉଠିଗଲା  କିଛି  ପାରିଶ୍ରମିକ ପାଇଲେନି ଦଶମି। ରହିବାକୁ ମଧ୍ୟ ଘର ନାହିଁ ସ୍କୁଲ ରୋଷେଇ ଘରେ  ବିତୁଛି ଜୀବନ।  ୭୦ ବର୍ଷୀୟ ମାଉସିଙ୍କ  ଆଖିର ଲୁହ କହିଦେଉଛି ତାଙ୍କ ଯନ୍ତ୍ରଣାକୁ।  ଦଶମୀଙ୍କର ନିଜର ବୋଲି କେହି ନାହାଁନ୍ତି। ଏଭଳି ଅବସ୍ଥାରେ ନା ଭତ୍ତା ଅଛି ନା ଆବାଶ। କି ପାରିଶ୍ରମିକ ଦରମା ମିଲିପାରିଲା ନାହିଁ।

ସରକାର ଯୋଜନା କାହା ପାଇଁ କରୁଛନ୍ତି ..? ଯେଉଁମାନେ ଏ ସବୁ ଯୋଜନା ପାଇବାର ହକଦାର ସେମାନେ ତ ପାଉନାହାଁନ୍ତି।  ବୟସର ଅପରାହ୍ନରେ ପହଞ୍ଚିଥିବା  ବୃଦ୍ଧାଙ୍କ  ପ୍ରଶ୍ନ ଯେ,  ଭୋଟ ଦେଉଛୁ ହେଲେ ଆମ ପାଇଁ କିଛି କରୁନାହାନ୍ତି କଣ ପାଇଁ ରାଜ୍ୟ ସରକାର ।  ଭୋଟ ନେଲା ବେଳେ ଗୋଡ ହାତ ଧରି ଦେଉଛନ୍ତି।  ସରକାରକୁ ଆସିଲା ପରେ ଗୋଇଠା  ମାରିଦେଉଛନ୍ତି। ଗାଁ ର ବନମାଳୀ ନାଏକ, ତାରା ନାଏକ ମଧ୍ୟ ଆବାସ ଏବଂ ଭତ୍ତାରୁ ବଞ୍ଚିତ । ରାତିରେ ଭଙ୍ଗା ଗରେ ଦିଶୁଛନ୍ତି ଜହ୍ନ ତାରା.. ଦିନରେ ସୂର୍ଯ୍ୟ କିରଣ ପଡୁଛି ଏ କୁଡିଆରେ।  ୨୫ ବର୍ଷର  ସ୍ଥିର ସରକାରରେ  ଅତି ଦୟନୀୟ ଭାବେ ଅବହେଳିତ ବୃଦ୍ଧବୃଦ୍ଧା ।  ବାରମ୍ବାର ଅଭିଯୋଗ ଗୁହାରି .ନେହୁରା ହୁଅନ୍ତି ପରେ ବି ଆଖି ଲୁହ ଆଖିରେ ଶୁଖୁଛି ।  ନବୀନ  ବାବୁଙ୍କ ଶାସନ ବ୍ୟବସ୍ଥା ରେ  କଣ  ବଦ୍ଧାବୃଦ୍ଧ ବେସାହାରା। 

ଅଧିକ ଦେଖନ୍ତୁ :  
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No house... no allowance and no ration card... I remember our words during voting | Argus News