ରାଜ୍ୟର ୧୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଗୋଟିଏ ବି ICU ବେଡ୍

Key Points
ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨୦ଟିରେ ଆଇସିୟୁ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ମୋଟ ୧୩୪ଟି ଶଯ୍ୟା ରହିଛି ।
ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ମାନଙ୍କରେ ଆବଶ୍ୟକତା ଅନୁଯାୟୀ ନାହିଁ ଆଇସିୟୁ ବେଡ୍ । ଫଳରେ ଗୁରୁତର ରୋଗୀଙ୍କ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି ସରକାରୀ ହସ୍ପିଟାଲ୍ । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିବା ବେଳେ ବିଭିନ୍ନ ସରକାରୀ ହସ୍ପିଟାଲ୍ରେ ଥିବା ଆଇସିୟୁ ବେଡ୍ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।.
ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଏବେ ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୨ଟି ରେ ଆଇସିୟୁ ବ୍ୟବସ୍ଥା ନାହିଁ । ଏବେ ଢେଙ୍କାନାଳ, ଝାରସୁଗୁଡା, ରାୟଗଡ଼ା, ରାଉରକେଲା ଆଇଜିଏଚରେ ଆଇସିୟୁ ନିର୍ମାଣଧୀନ ରହିଛି । ଏପ୍ରିଲ୍ ୨୦୨୫ରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ କାର୍ଯ୍ୟ କାରୀ ହେବ ।
📱 Get Argus News App
✨ତେବେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ଵରର କ୍ୟାପିଟାଲ୍ ହସ୍ପିଟାଲ୍ରେ ସର୍ବାଧିକ ୧୬ଟି ଲେଖାଏଁ ଆଇସିୟୁ ବେଡ୍ ରହିଥିବା ବେଳେ ଅନ୍ୟ ସ୍ଥାନରେ ମାତ୍ର ୬ଟି ଆଇସିୟୁ ବେଡ୍ ରହିଛି । ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨୦ଟିରେ ଆଇସିୟୁ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ମୋଟ ୧୩୪ଟି ଶଯ୍ୟା ରହିଛି ।
ଭଦ୍ରକ, କଟକ ସିଟି ହସ୍ପିଟାଲ୍ ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ରାଉରକେଲା ଆରଜିଏଚ୍ରେ ଗୋଟିଏ ବି ଆଇସିୟୁ ବେଡ୍ ନାହିଁ । ଆଇସିୟୁ ପରିଚାଳନା ଲାଗି ଆବଶ୍ୟକ ଡାକ୍ତର, ନର୍ସିଂ ଅଫିସର ଓ ଅନ୍ୟାନ୍ୟ ପଦବୀ ପୂରଣ ଲାଗି ପଦକ୍ଷେପ ନିଆ ଯାଉଥିବା ମନ୍ତ୍ରୀ କହିଛନ୍ତି ।
