Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାରରୁ ବ୍ୟବହାର ହେବନି ଅଳଙ୍କାର, ଯାହା ହେବ ସବୁ ନୂଆ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରତ୍ନଭଣ୍ଡାରରୁ ବ୍ୟବହାର ହେବନି ଅଳଙ୍କାର, ଯାହା ହେବ ସବୁ ନୂଆ !

Key Points

ଶ୍ରୀଜିଉଙ୍କର କିଛି ଅଳଙ୍କାର ପତଳା ହୋଇଗଲାଣି ବା ସରି ସରି ଆସିଲାଣି ।

କିଛି ଅଳଙ୍କାର ଦବି ଯାଇଛି ବୋଲି ସେବାୟତମାନେ ସୂଚନା ଦେଇଛନ୍ତି। 

ନୂଆ ଅଳଙ୍କାର ପିନ୍ଧିବେ ମହାପ୍ରଭୁ । ଆର ଥରକ ସୁନାବେଶ ବେଳକୁ ନୂଆ ସୁନା ଅଳଙ୍କାର ପିନ୍ଧିବେ ୩ ଠାକୁର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆହୁରି କହିଛନ୍ତି ନୂଆ ଅଳଙ୍କାରରେ ରତ୍ନଭଣ୍ଡାରର କୌଣସି ଅଳଙ୍କାର ବ୍ୟବହାର ହେବନି । ଏନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ ।

ଖାଲି ସେତିକି ନୁହେଁ, ଶ୍ରୀଜିଉଙ୍କର କିଛି ଅଳଙ୍କାର ପତଳା ହୋଇଗଲାଣି ବା ସରି ସରି ଆସିଲାଣି । ଏମିତିକି କିଛି ଅଳଙ୍କାର ଦବି ଯାଇଛି ବୋଲି ସେବାୟତମାନେ ସୂଚନା ଦେଇଛନ୍ତି। ନିକଟରେ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟିଏ ଅଳଙ୍କାର ସେଟ୍ ପାଇଁ ଅନୁରୋଧ କରାଯାଇଥିଲା। ଠାକୁରଙ୍କ ଇଚ୍ଛା ଥିଲେ ଏହା ହୋଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅନ୍ୟପଟେ ମଙ୍ଗଳବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ନୀଳାଦ୍ରି ବିଜେ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି ।

ମଙ୍ଗଳବାର ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ, ଅବକାଶ, ଗୋପାଳବଲ୍ହଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଅପରାହ୍ନ ୪ ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।

ସେପଟେ ରତ୍ନଭଣ୍ଡାର ମରାମତି ଶେଷ ହୋଇଛି। ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହେବ। ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ। ଯେଉଁମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ଼ ମନ୍ଦିରରେ ଅଳଙ୍କାର ଗଣତି କରିଛନ୍ତି । ଯେଉଁମାନଙ୍କର ଏନେଇ ଅଭିଜ୍ଞତା ଥିବ ସେହିଭଳି ଏକ୍ସପର୍ଟଙ୍କୁ ସାମିଲ କରାଯିବ ।

ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି। ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ। ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ। ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରି ସାରିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No jewelry will be used from the Ratna Bhandar, everything will be new! | Argus News