ଦୁର୍ନୀତିର ଚେର ଯେତେ ତଳକୁ ଯାଇଥିଲେ ବି ମୂଳୋତ୍ପାଟନ କରାଯିବ: ମୁଖ୍ୟମନ୍ତ୍ରୀ

Key Points
ଖଣି ମାଫିଆଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା
ଖଣି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ
ଭିଜିଲାନ୍ସ ଏସଆଇଟି ଗଠନ କରିଛି, ଅଧିକ ତଦନ୍ତ କରିବ
ଯେତେ ପ୍ରଭାବଶାଳୀ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ
ଦୁର୍ନୀତିର ଚେର ଯେତେ ତଳକୁ ଯାଇଥିଲେ ବି ମୂଳୋତ୍ପାଟନ କରାଯି
ସୁନ୍ଦରଗଡ଼ କୋଇଡା ଓ ହେମଗିରି ଖଣି ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ । ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଲେ- ଖଣି ମାଫିଆଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ଯେତେ ପ୍ରଭାବଶାଳୀ ହୋଇଥିଲେ ବି ନିଆଯିବ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତଭାର ଯାଇଛି ଭିଜିଲାନ୍ସ ହାତକୁ । ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ଏକ SIT ଗଠନ କରାଯାଇଛି ।
ପୂର୍ବରୁ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀ ମାନଙ୍କ ସହ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି ରିପୋର୍ଟ ସଂଗ୍ରହ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନସକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । ଯାହାର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ।