ଶ୍ରୀମନ୍ଦିର ଉପରେ ଆଉ ଉଡିପାରିବନି ଡ୍ରୋନ୍ , ଲାଗିବ ୱାଚ୍ ଟାୱାର୍

Key Points
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।
ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଯୋଗୁଁ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ଉତ୍ତୋଳନ ହେବାସହ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡଧରଣର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ୱାଚ ଟାୱାର କରାଗଲେ ଡ୍ରୋନ କେଉଁଠୁ ଆସୁଛି, ତାକୁ ଉଚ୍ଚତାରୁ ନିରୀକ୍ଷଣ କରାଯାଇ ପାରିବ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ଆଇନଜୀବୀ ମହଲରେ ସ୍ୱାଗତ କରାଯାଇଛି ।
ପରିକ୍ରମା ପ୍ରକଳ୍ପ ପୂର୍ବରୁ ଶ୍ରୀମନ୍ଦିର ଚାରିଦୁଆରେ ଚାରିଗୋଟି ୱାଚ ଟାୱାର ରହିଥିବା ବେଳେ ପ୍ରକଳ୍ପ ପାଇଁ ଏସବୁକୁ ଉଚ୍ଛେଦ କରାଯାଇଥିଲା । ଯାହାଫଳରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ କେଉଁ ଜାଗାରୁ ଉଡୁଛି ତାହା ନୀରିକ୍ଷଣ ହୋଇପାରୁନଥିଲା । ତେଣୁ ରାଜ୍ୟ ସରକାର ପୁର୍ନବାର ଚାରିଦୁଆରରେ ଚାରୋଟି ୱାଚ ଟାୱାର ନିର୍ମାଣ କରିଲେ ଶ୍ରୀମନ୍ଦିର ସୁରକ୍ଷା ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।
📱 Get Argus News App
✨ଏହାସହ ୱାଚ ଟାୱାର ଉପରେ 24 ଘଣ୍ଟିଆ ସୁରକ୍ଷାକର୍ମୀ ନିୟୋଜିତ ରହିଲେ ଶ୍ରୀମନ୍ଦିର ସୁରକ୍ଷିତ ରହିବ ବୋଲି ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି ।