Videos
|
Odisha

Maoists / ଆଉ ଜଙ୍ଗଲରେ ଚାଲିବନି ଜଙ୍ଗଲରାଜ, ମାଓବାଦୀଙ୍କୁ ଆଉ ମାତ୍ର ୮ ଦିନର ମହଲତ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଆଉ ଜଙ୍ଗଲରେ ଚାଲିବନି ଜଙ୍ଗଲରାଜ, ମାଓବାଦୀଙ୍କୁ ଆଉ ମାତ୍ର ୮ ଦିନର ମହଲତ
Maoists

Key Points

ଆଉ ଜଙ୍ଗଲରେ ଚାଲିବନି ଜଙ୍ଗଲରାଜ
ମାଓବାଦୀଙ୍କୁ ଆଉ ମାତ୍ର ୮ ଦିନର ମହଲତ
ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ ହେବ ଓଡିଶା
ଶୁକ୍ରୁ ସହ ଏବେ ରାଜ୍ୟରେ ସକ୍ରିୟ ଅଛନ୍ତି ୧୫ ହାର୍ଡକୋର୍ ମାଓବାଦୀ
ଆଉ ଦେଖିବାକୁ ମିଳିବନି ନକ୍ସଲଙ୍କ ଦୌରାତ୍ମ୍ୟ। କାରଣ ଖୁବଶୀଘ୍ର ଓଡ଼ିଶା ମାଟିରୁ ଲିଭିବାକୁ ଯାଉଛି ନକ୍ସଲଙ୍କ ଛାପ। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଭାରତ ନେଇ ପୂର୍ବରୁ ଚେତାବନୀ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ମାଓବାଦୀଙ୍କ ପାଇଁ ଆଉ ମାତ୍ର ୮ ଦିନର ମହଲତ । ଘଞ୍ଚ ଜଙ୍ଗଲରୁ ମାଓବାଦୀ ସମ୍ପୂର୍ଣ୍ଣ ମୂଳପୋଛ ପରେ ସବୁଦିନ ପାଇଁ ଶେଷ ହୋଇଯିବ ଜଙ୍ଗଲରାଜ । ମାଓ ଲିଡର୍ ସୁକୃକୁ ଧରିବା ସହ ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାକୁ ମାଓ ମୁକ୍ତ କରିବା ପାଇଁ ଦମ୍ଭ ଦେଖାଇଛି ଓଡିଶା ପୋଲିସ । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡିଜିପିଙ୍କ ପକ୍ଷରୁ ଶେଷ ଚେତାବନୀ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା ହୋଇଛି, ତାର ଫାଇଦା ନେବାକୁ କହିଛନ୍ତି ଡିଜିପି ।

.ନକ୍ସଲ ହିଂସା ଯୋଗୁଁ ଗତ 5 ବର୍ଷରେ ୧୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି
. ୫ ଜଣ ସରକାରୀ ବାବୁ ଓ ପୋଲିସ ବି ନକ୍ସଲ ଦ୍ୱାରା ହତ୍ୟାକାଣ୍ଡର ଶିକାର ହୋଇଛନ୍ତି
. ୨୦୨୧ରୁ ୨୦୨୬ ମାର୍ଚ୍ଚ ୧୫ ମଧ୍ୟରେ ପୋଲିସ ଗୁଳିରେ ୫୦ ମାଓବାଦୀଙ୍କ ମୃତ୍ୟୁ, ୭୮ ନକ୍ସଲ ଗିରଫ ଓ ୧୨୫ ଜଣଙ୍କ ଆତ୍ମସମର୍ପଣ ନିଶା କାରବାର ଓ ମାଫିଆଙ୍କ ପ୍ରଚ୍ଛଦପଟରେ ମାଓବାଦୀ ରହୁଥିବାରୁ ସେମାନଙ୍କୁ କଡା ହସ୍ତରେ ଦମନ କରିଛି ଓଡିଶା ପୋଲିସ । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି । ଏଣୁ ମାରଣାସ୍ତ୍ର ଛାଡି ଶାନ୍ତିରେ ବଞ୍ଚିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି । ଭୁଶୁଡୁଛି ଲାଲଗଡ ।ଧୀରେ ଧୀରେ ଅସ୍ତ୍ର ଛାଡ଼ିଲେନି ମାଓନେତା। ଆଗକୁ ଓଡ଼ିଶାରେ ଆଉ ରହିବନି ନକ୍ସଲଙ୍କ ଦୌରାତ୍ମ୍॥

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maoists | No More Jungle Raj in Forests, Maoists Given Only 8 Days Ultimatum | Argus News | Argus News