Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ: ଯୋଗାଣ ମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଖରିଫ ଧାନ କିଣା ସମ୍ପର୍କରେ ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ ଧାନ କିଣା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍‌ ଲାଇନ୍‌ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ।

ଧାନ କିଣା ପାଇଁ ମାର୍ଚ୍ଚ 31 ଡେଡ୍ ଲାଇନ। 95 ପ୍ରତିଶତ ସରିଲାଣି ପ୍ରକ୍ରିୟା। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ମୋଟ 76 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ସରକାର ରଖିଛନ୍ତି ଲକ୍ଷ୍ୟ। ଖୁବ୍ ଶୀଘ୍ର ଆରମ୍ଭ ହେବ ରବି ଧାନ କିଣା ପାଇଁ ପଞ୍ଜୀକରଣ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ ଧାନ କିଣା ସରିଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ୭୬ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ରହିଛନ୍ତି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷେ ରବି ସିଜିନ ଧାନ କିଣା ପାଇଁ ସରାକର ଯୋଜନା କରୁଛନ୍ତି। ଖୁବଶୀଘ୍ର ରବି ଧାନ କିଣା ସମ୍ପର୍କରେ ସରକାର ସବିଶେଷ ତଥ୍ୟ ଜାରି କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
no-more-paddy-procurement-after-march-31-supplies-minister | Argus News