Sand Mafia / ଆଉ ଚଳିବନି ବାଲି ମାଫିଆଙ୍କ ରାଜ, ଏଣିକି...
·7 months ago·2 min read

Key Points
ମୟୂରଭଞ୍ଜରେ ଦିନକୁ ଦିନ ବଢୁଛି ବାଲି ମାଫିଆଙ୍କର ରାଜ୍
ପ୍ରଶାସନ ନେବ କଡା କାର୍ଯ୍ୟାନୁଷ୍ଠାନ
ପ୍ରଶାସନ ନେବ କଡା କାର୍ଯ୍ୟାନୁଷ୍ଠାନ
ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ସମ୍ପଦ ଚୋରା ଚାଲାଣକାରୀଙ୍କ ପ୍ରତି ପ୍ରଶାସନିକ ଉଦାସନିତା ପାଇଁ ବିଗିଡୁଛି ବ୍ୟବସ୍ଥା। ଗାଁ ଗାଁରେ ବେସରକାରୀ ଭାବେ ମାଫିଆମାନେ ନିଜ ନିଜ ଭିତରେ ବାଲି ଭାଗବଣ୍ଟା କରିନେଇଛନ୍ତି। ସରକାରୀ ନିଲାମ ପରିବର୍ତ୍ତେ ବେସରକାରୀ ଭାବେ ନଦୀ ସଂଲଗ୍ନ ଗ୍ରାମଗୁଡିକରେ ମାଫିଆଗୋଷ୍ଠୀ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ପୂର୍ବକ ହାଇୱା ଯୋଗେ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଫଳରେ ପରିବେଶ ଅସନ୍ତୁଳନ ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଛି ।
ମୟୂରଭଞ୍ଜ ଜିଲ୍ଲାରେ ବାଲି ଚୋରା ଚାଲାଣ ଏବେ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଛି। ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ସୋନ, ଜମ୍ଭିରା ଜିଲ୍ଲାର ଅନ୍ୟ ନଦୀଗୁଡ଼ିକରୁ ଦିନରାତି ମେସିନ୍ ଲଗାଇ ହାଇଓ୍ବା, ଟ୍ରକ ଓ ଟ୍ରାକ୍ଟରରେ ବାଲି ଲୁଟ୍ ଚାଲିଛି। ଏହାଫଳରେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଗାଁ ଗଣ୍ଡା ଘାଟଗୁଡ଼ିକରେ ପୋଖରୀ ଭଳି ଗାତ ଖୋଳାଯାଇ ବଡ଼ ବଡ଼ ମେସିନ୍ ଲଗାଇ ନଦୀଠାରୁ ବାଲି ଉଠାଯାଉଛି। କେତେକ ସ୍ଥାନରେ ନଦୀରେ ବନ୍ଧ ବାନ୍ଧି ପାଣିର ଗତିପଥ ବଦଳାଇ ବାଲି ଉତ୍ତୋଳନ କରାଯାଉଛି। ଏହି ଚୋରା ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଉପରେ ମାଫିଆଙ୍କ ଆକ୍ରମଣ ମଧ୍ୟ ହେଉଛି।
ଏପରି ସ୍ଥଳେ ନିଜ ଜମିରେ ବାଡ଼ ଘେରିବାକୁ ଯାଇ ଜଣେ ଗ୍ରାମବାସୀ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଗାଁ ରାସ୍ତାଗୁଡ଼ିକରେ ଓଭରଲୋଡ୍ ଗାଡ଼ିରୁ ଧୂଳିମାଟି ଉଡି ଗାଢଖାଲ ସୃଷ୍ଟି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଏହି ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଫେରାଦ ହେବା ପରେ ଜିଲ୍ଲା ପ୍ରଶାସନ ଏଦିଗରେ କଡ଼ା ଆଭିମୁଖ୍ୟ ନେବେ ବୋଲି ଆଶ୍ବାସନା ଦେଇଥିବା କହିଛନ୍ତି ଗ୍ରାମବାସୀ ।ଛୋଟ ଘରଖଣ୍ଡେ ନିର୍ମାଣ ପାଇଁ ଗରିବ ଲୋକଟିଏ ବାଲି ପାଇବା କଷ୍ଟସାଧ୍ୟ ହୋଇପଡ଼ିଛି।
କିନ୍ତୁ ମାଫିଆମାନେ ନଦୀ ଭିତରୁ ହାଇଓ୍ୱା ଭର୍ତ୍ତିକରି ଚୋରା ଚାଲାଣ କରୁଛନ୍ତି। ସ୍ଥାନୀୟ ଥାନା ଓ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ଦିନ ରାତି ଏହି ଗାଡ଼ି ଚାଳାଚଳ କରୁଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବାକୁ କେହି ଆଗେଇ ଆସୁ ନାହାନ୍ତି। ମାଇନିଂ ବିଭାଗ ଚଢ଼ାଉ କରି ଗାଡ଼ି ଜବତ କରୁଛନ୍ତି, କିନ୍ତୁ ମେସିନ୍ ଗୁଡ଼ିକୁ ଛାଡ଼ି ଦେଉଛନ୍ତି। କେତେକ କ୍ଷେତ୍ରରେ କୋହଳ ମନଭାବରେ କିଛି ଫାଇନ୍ ନେଇ ଗାଡ଼ି ମଧ୍ୟ ଛାଡ଼ି ଦିଆଯାଉଛି। ଆଇନ ଅନୁଯାୟୀ ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ ଉପରେ ୫ ଲକ୍ଷ ଟଙ୍କା, ନଦୀ ଅବରୋଧ ପ୍ରତି ହେକ୍ଟରରେ ୫ ଲକ୍ଷ ଓ ନଦୀପଠା ଭାଙ୍ଗିବା-ପରିବେଶ ନଷ୍ଟ ଉପରେ ଅଧିକ ଜରିମାନା ସହ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ ଏହି କଠୋର ନିୟମ କେବଳ କାଗଜରେ ରହିଯାଇଛି ବୋଲି ସ୍ଥାନୀୟ ପରିବେଶବିତ୍ ଓ ସମାଜସେବୀମାନେ ଅଭିଯୋଗ କରିଛନ୍ତି।
ବାଲି ,ପଥର ଓ ମୋରମ ଚୋରା ଚାଲାଣକାରୀ ଆଉ ସୁଯୋଗ ପାଇବେ ନାହିଁ । ବାଲି ମାଫିଆଙ୍କ ଚାଲାକି ଏଥର ଆଉ ଚଳିବ ନାହିଁ ବୋଲି ପ୍ରଶାସନ ଦୃଢ଼ୋକ୍ତି ପ୍ରକାଶ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ କରାଗଲାଣି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପୋଲିସ୍, ତହସିଲଦାର ଓ ମାଇନିଂ ବିଭାଗକୁ ନେଇ ଏକ ବିଶେଷ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଗଠନ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏଥର ପୂର୍ବ ରଣନୀତି ବଦଳାଇ ସଠିକ୍ ସମୟରେ ସଠିକ୍ ସ୍ଥାନରେ ଚଢ଼ାଉ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ନଦୀବାଲି ଲୁଟ୍ ଯୋଗୁଁ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ ହାନି ଓ ଗ୍ରାମବାସୀ ହେଉଛନ୍ତି ଆତଙ୍କିତ । ଏପରି ସ୍ଥଳେ ପ୍ରଶାସନର କଡା ଆଭିମୂଖ୍ୟ ନୀତି ସଫଳ ହେଲେ ଜିଲ୍ଲାର ନଦୀ ଓ ଗ୍ରାମବାସୀ ଏକ ବଡ଼ ସମସ୍ୟାରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories