Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

New Year Reality / ଗରିବ ଖଟିଖିଆଙ୍କ ପାଇଁ ନାହିଁ ନୂଆବର୍ଷ

Rashmita Mishra
Browse all articles by Rashmita Mishra
·6 months ago·2 min read
ଗରିବ ଖଟିଖିଆଙ୍କ ପାଇଁ ନାହିଁ ନୂଆବର୍ଷ
New Year Reality

Key Points

ଗରିବ ଖଟିଖିଆଙ୍କ ନାହିଁ ନୂଆବର୍ଷ । 
କାମ ମିଳିଲେ ପେଟ ପୂରେ ନମିଳିଲେ ଓପାସ । 
ନୂଆ ବର୍ଷ କାହା ପାଇଁ କେମିତି । 

ଆସିଛି ନୂଆବର୍ଷ... ଅନେକଙ୍କ ମନରେ ଏ ବର୍ଷକୁ ନେଇ ରହିଛି ଉତ୍ସାହ ଓ ଉଦ୍ଦୀପନା । କିଏ ଜୀବନ ପଥରେ ଆଗେଇ ଯିବାକୁ ଲକ୍ଷ ରଖିଛି ତ ଆଉ କିଏ ନିଜର ପରିଚୟ ଛାଡ଼ିଯିବାକୁ । କିନ୍ତୁ ପେଟର ଭୋକ ଆଗରେ ଫିକା ପଡ଼ିଛି ଉତ୍ସବ, ଆଗ ହୋଇଛି କର୍ତ୍ତବ୍ୟ । ଗରିବ ଖଟିଖିଆଙ୍କର ନାହିଁ ନୂଆବର୍ଷ, କାମ ମିଳିଲେ ପେଟ ପୂରେ ନମିଳିଲେ ଓପାସ । ବଡ଼ ବଡିଆଙ୍କ ଜାକଜମକ ଆଗରେ ଫିକା ମଳିମୁଣ୍ଡିଆଙ୍କ ଭୋକ ।

ଏସବୁ ଭିତରେ ନୂଆବର୍ଷକୁ ସଜେଇ ହୋଇ ସ୍ଵାଗତ କରିଛି ରାଜଧାନୀର ଚିକମିକି ଆଲୁଅ କିନ୍ତୁ ଫିକା ପଡ଼ିଛି ଗରିବ, ଖଟିଖିଆଙ୍କ ଇଛା । ଗୋଟିଏ ପଟେ ବାବୁ ବାବୁଆଣୀ ମାନେ ଭୋଜିଭାତ, କ୍ଲବ୍ ମାନଙ୍କରେ ମାତିଥିବା ବେଳେ ସବୁଦିନ ପରି ଆଜି ପୁଣିଥରେ କାମ ଆଶାରେ କୋଡ଼ି, କୋଦାଳ ଧରି କାର୍ଯ୍ୟକ୍ଷେତ୍ରକୁ ବାହାରି ଆସିଛନ୍ତି ଖଟିଖିଆ ।

ଏଥିସହ ପଢ଼ନ୍ତୁ: ଜନଜାତି ଅଞ୍ଚଳରେ ଶିକ୍ଷା ବିପ୍ଳବ, ରାଷ୍ଟ୍ରପତିଙ୍କ ଦ୍ୱାରା ଇଗ୍ନୋ ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ 

ରାଜଧାନୀର ଭିଡ଼ ଭିତରେ ନୂଆ ବର୍ଷ ସେଲିବ୍ରେସନ ସାତସପନ ପାଲଟିଛି ଗରିବ ଦିନମଜୁରୀଙ୍କ ପାଇଁ । ପିଲା ହେଉକି ବୁଢ଼ା ପ୍ରତିଦିନ ପରି ଆଜି ମଧ୍ୟ କାମକୁ ବାହାରିଯାଇଛନ୍ତି ଦିନମଜୁରୀ କରିବାକୁ । ଯେଉଁ ରାଜଧାନୀର ଛାତି ଉପରେ ବଡ଼ବଡ଼ ବାବୁମାନେ ଭୋଜିଭାତ, ମଦ ମାଂସ, କ୍ଲବ୍ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଛନ୍ତି ଅନ୍ୟପଟେ ସେହି ରାଜଧାନୀରେ ଦେଖିବାକୁ ମିଳିଛି ଜଣେ ମଉସାଙ୍କୁ ବୟସ ପ୍ରାୟ ୮୦ ଛୁଇଁବାକୁ ବସିଲାଣି କିନ୍ତୁ ଭୋକ ଟାଣି ଆଣିଛି ରାଜ ରାସ୍ତାକୁ । ରାସ୍ତା କଡ଼ରେ ବସି ନଟେଇ ତିଆରି କରୁଛନ୍ତି । ଯେଉଁ ଦୁଇ ପଇସା ମିଳିବ ସେଥିରେ ତାଙ୍କ ଘର ଚୁଲି ଜଳିବ । ଯଦି ସେ କାମ ନକରିବେ ତେବେ ତାଙ୍କ ପେଟର ଭୋକ କିଏ ବା ବୁଝିବ । 

ଏମିତି ଅନେକ ଉଦାହରଣ ଆପଣ ରାଜଧାନୀର ଛାତି ଉପରେ ଦେଖି ପାରିବେ । କିଏ ରାସ୍ତାକଡ଼ରେ କୁଲା, ପାଛିଆ ତିଆରି କରୁଛି ତ ଆଉ କିଏ ପ୍ରତ୍ୟେକ ଦିନ କାମ ଆଶାରେ ମଣିଷ ହାଟରେ ଛିଡ଼ା ହୋଇ କାମ ପାଇଁ ଅପେକ୍ଷା କରୁଛି । ଗାଁରୁ ନେଇ ସହର, ହୋଟେଲ ଠାରୁ ନେଇ କନଭେନସନ ହଲ୍ । ସବୁଠି ନୂଆବର୍ଷର ଆସର ଜମିଛି। ଏସବୁ ଭିତରେ ଇଛାକୁ ପଛ କରି ପରିବାର ପ୍ରତିପୋଷଣ କରିବାକୁ କାମ କରିବାକୁ ଘରୁ ଗୋଡ଼ କାଢିଛନ୍ତି ମଣିଷ ହାଟର ମାଳ ମାଳ ମୁଣ୍ଡ।...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Year Reality | No New Year Celebration for the Poor Daily Wage Earners | Argus News