Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Big Announcement / ଏଣିକି ଆଉ ଶୀତ କାକରରେ ବଡଦାଣ୍ଡରେ ରାତି କାଟିବେନି ଶ୍ରଦ୍ଧାଳୁ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

Ritu Das
Browse all articles by Ritu Das
·7 months ago·2 min read
ଏଣିକି ଆଉ ଶୀତ କାକରରେ ବଡଦାଣ୍ଡରେ ରାତି କାଟିବେନି ଶ୍ରଦ୍ଧାଳୁ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
Puri Temple

Key Points

ଏଣିକି ଆଉ ଶୀତ କାକରରେ ବଡଦାଣ୍ଡରେ ରାତି କାଟିବେନି ଶ୍ରଦ୍ଧାଳୁ। କାରଣ ପୁରୀରେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ।
ଜଗା ଦୁଆରେ ଭକ୍ତଙ୍କ ଅପେକ୍ଷା। ଟଙ୍କା ଅଭାବରୁ ବାଧ୍ୟହୋଇ ମହାପ୍ରଭୁଙ୍କ ଦୁଆରେ ରାତି କାଟୁଛନ୍ତି ଗରିବ ଶ୍ରଦ୍ଧାଳୁ । କିଏ ଗାମୁଛା ପାରି ଶୋଉଛି ତ ଆଉ କିଏ ଶୀତ କାକରରେ ବସିରହି ରାତି କଟାଉଛନ୍ତି। ଆଉ ଶୀତଦିନେ ଚାଲିଥିବା ବେଳେ ଛୋଟଛୋଟ ପିଲାଙ୍କୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ। ଶୀତ କାକରରେ ସିଂହ ଦୁଆରରେ ପଡି ରହିଛନ୍ତି ଶ୍ରଦ୍ଧାଳୁ। ହୋଟେଲ୍, ଲଜିଂର ଚଢାଦର ଏମାନଙ୍କ ପକେଟକୁ ସାଥ୍ ଦେଉନଥିବାରୁ ବାଧ୍ୟ ହୋଇ ବଡଦାଣ୍ଡରେ ରାତି କାଟୁଥିବା ଏମାନେ କହିଛନ୍ତି।

ଏଣିକି ଆଉ ଶୀତ କାକରରେ ବଡଦାଣ୍ଡରେ ରାତି କାଟିବେନି ଶ୍ରଦ୍ଧାଳୁ। କାରଣ ପୁରୀରେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ। ଅବଢା ଯୋଜନାରେ 2022ରୁ ଆରମ୍ଭ ହୋଇଥିବା ଏହି ଧର୍ମଶାଳା ନିର୍ମାଣ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତତ୍କାଳୀନ ସରକାରଙ୍କ ସମୟରେ ଓବିସିସି ପକ୍ଷରୁ 2022 ଅଗଷ୍ଟ 23 ତାରିଖରେ ଧର୍ମଶାଳା ପ୍ରକଳ୍ପ ନିମନ୍ତେ ଶ୍ରୀଜୀକୃପା ପ୍ରୋଜେକ୍ଟ ଲିମିଟେଡ୍ ସଂସ୍ଥାକୁ 135.6 କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। 24 ମାସ ମଧ୍ୟରେ ଅର୍ଥାତ 2024 ଅଗଷ୍ଟ 22 ତାରିଖରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏହା ଏଯାଏ ଶେଷ ହୋଇନାହିଁ। ଯାହା ଫଳରେ ବଡଦାଣ୍ଡରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରାତି କାଟୁଛନ୍ତି।

ପରିକ୍ରମା ପ୍ରକଳ୍ପ ଆଳରେ ଶ୍ରୀମନ୍ଦିର 75 ମିଟର ମଧ୍ୟରେ ଥିବା ଅନେକ ମଠ, ଲଜିଂ, ଗେଷ୍ଟ ହାଉସ୍, ଧର୍ମଶାଳାକୁ ଭାଙ୍ଗିଦେଇଥିଲେ ନବୀନ ସରକାର। ଲୋକମାନେ ବହୁତ୍ କମ୍ ଟଙ୍କା ଦେଇ ଶ୍ରୀମନ୍ଦିର ଚାରିପଟେ ରାତ୍ରୀଯାପନ କରୁଥିଲେ। କିନ୍ତୁ ଏବେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ କୌଣସି ଧର୍ମଶାଳା, ହୋଟେଲ୍, ଲଜିଂ ଉପଲବ୍ଧ ନଥିବାରୁ ଶୀତକାକରରେ ବଡଦାଣ୍ଡରେ ଦହଗଞ୍ଜ ଅବସ୍ଥାରେ ରାତି କଟାଉଛନ୍ତି ଶ୍ରଦ୍ଧାଳୁ।

ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଭକ୍ତ-ଶ୍ରଦ୍ଧାଳୁ-ପର୍ଯ୍ୟଟକ-ତୀର୍ଥଯାତ୍ରୀଙ୍କ ପାଇଁ ମୋହନ ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆଉ ବଡ଼ଦାଣ୍ଡରେ ରାତି କାଟିବେନି ଭକ୍ତ। ସେମାନଙ୍କ ପାଇଁ ଖୁବଶୀଘ୍ର ସୁଲଭ ମୂଲ୍ୟରେ ରହଣୀ ସୁବିଧା କରିବାକୁ ଯାଉଛନ୍ତି ମୋହନ ସରକାର । ଖୁବ୍‌ଶୀଘ୍ର ନିର୍ମାଣ ହେବ ଧର୍ମଶାଳା । ଅବଢ଼ା ଯୋଜନାରେ ବାସେଳି ସାହି ଥାନା ନିକଟରେ G+3, 5ଟି କୋଠା ନିର୍ମାଣ ଜୋରସୋରରେ ଚାଲିଥିବା ବେଳେ ଦୁଇମାସ ମଧ୍ୟରେ ଏହାର ନିର୍ମାଣ ସରିବ ।

ସେପଟେ ନିର୍ବାଚନ ବୈତରଣୀ ପାର ପାଇଁ ୨୦୨୨ରୁ ପ୍ରକଳ୍ପ ଆରମ୍ଭ କରି ତତ୍କାଳୀନ ସରକାର ଧୀମେଇ ଯାଇଥିବା ଅଭିଯୋଗ କରିଛନ୍ତି ଖୋଦ୍ ପୁରୀର ପୂର୍ବତନ ବିଧାୟକ। ଅନ୍ୟପଟେ ଲୋକଙ୍କ ସୁଲଭ ମୂଲ୍ୟରେ ରହଣୀ ପାଇଁ ଶ୍ରୀମନ୍ଦିର ଚାରିପଟୁ ଲଜିଂ, ମଠ ଉଚ୍ଛେଦ କରିଥିଲେ ତତ୍କାଳୀନ ସରକାର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State Govt Stops Night Stay for Devotees at Badadanda | Argus News