Videos
|
Odisha

No NonVeg / ୨୬ରେ ମିଳିବନି ଆମିଷ କି ମଦ, ନମାନିଲେ ଦୃଢ଼ ଆକ୍ସନ

Banajyotshna Ray
Browse all articles by Banajyotshna Ray
·7 months ago·2 min read
୨୬ରେ ମିଳିବନି ଆମିଷ କି ମଦ, ନମାନିଲେ ଦୃଢ଼ ଆକ୍ସନ
No NonVeg

Key Points

ଗଣତନ୍ତ୍ର ଦିବସରେ ଆମିଷ ଏବଂ ମାଦକ ଦ୍ରବ୍ୟ ବିକ୍ରି ବାରଣ
ସମସ୍ତ ତହସିଲଦାର ଏବଂ ଗଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଚିଠି
ଗଣତନ୍ତ୍ର ଦିବସରେ ଆମିଷ ଏବଂ ମାଦକ ଦ୍ରବ୍ୟ ବିକ୍ରି ବାରଣ। ସମସ୍ତ ତହସିଲଦାର ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଚିଠି। ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା, ଇତ୍ୟାଦି ଏବଂ ନିରାମିଷ ଖାଦ୍ୟ ବିକ୍ରୟ ଉପରେ ନିଷେଧ ପାଇଁ ଜିଲ୍ଲା ପ୍ରଶାସନ ଆଦେଶକୁ ୧୪ ବ୍ଲକରେ ଥିବା ସମସ୍ତ ଆମିଷ ଦୋକାନକୁ ସୂଚନା ଦେବା ସହ ସତର୍କତା କରାଇବା ପାଇଁ ଅଧିକାରୀମାନଙ୍କୁ ଆସିଲା ଚିଠି।

୨୬ ଜାନୁଆରୀ ୨୦୨୬ ରେ କୋରାପୁଟ ଜିଲ୍ଲାରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ମାଂସ, କୁକୁଡ଼ା, ମାଛ, ଅଣ୍ଡା, ଇତ୍ୟାଦି ଏବଂ ଅନ୍ୟାନ୍ୟ ନିରାମିଷ ସାମଗ୍ରୀ ବିକ୍ରୟ ନିଷେଧ କରିବା ପାଇଁ ସରକାରୀ ବିଜ୍ଞପ୍ତି ଜାରି ହେଇଛି। ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ। ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଏହି ଦିନ ସବୁ ଆମିଷ ଦୋକାନ ବନ୍ଦ ରଖାଯିବ। ନିଷ୍ପତ୍ତି ଅନୁସାରେ, ଜାନୁଆରୀ ୨୬ରେ ପାଳନ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ପ୍ରତିବନ୍ଧକ ରହିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ଜିନିଷ କୋରାପୁଟରେ ବନ୍ଦ ରହିଛି। ତେବେ ଅନ୍ୟ ସ୍ଥାନରେ ଏସବୁ ମିଳିବ କି ନାହିଁ ତାହା ଏଯାଏଁ ଜଣାନାହିଁ। କିନ୍ତୁ ଏମିତିରେ ଜାନୁଆରୀ ୨୬ରେ ଦୋକାନ ବଜାର ବନ୍ଦ ରୁହେ। ଆହୁରି ମଧ୍ୟ ଆମିଷ ଯେପରି ବିକ୍ରି ନହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଭଳି ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଶୁକ୍ରବାନ ଏନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି।

ଏଥିସହ ପଢ଼ନ୍ତୁ: ଆଜି ୧୮ତମ ରୋଜଗାର ମେଳା, ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହାକୁ ଲୋକମାନେ କେତେଦୁର ମାନୁଛନ୍ତିତାହା ଉପରେ ସମସ୍ତଙ୍କ ନଜର। କାହିଁକିନା କିଛି ଅମାନିଆ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ କିଛି ବି ବାରଣ କଲେ ସେମାନେ ମାନନ୍ତି ନାହିଁ। ତେବେ ଯିଏ ଏହାକୁ ନମାନିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories