Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ତେଲ ସଙ୍କଟ ନାହିଁ': ତେଲ ପାଇଁ ଚିନ୍ତା କରନ୍ତୁ ନାହିଁ

Rashmita Mishra
Browse all articles by Rashmita Mishra
·1 year ago·1 min read
`ତେଲ ସଙ୍କଟ ନାହିଁ': ତେଲ ପାଇଁ ଚିନ୍ତା କରନ୍ତୁ ନାହିଁ

Key Points

ଟଳିଲା ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା
ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା
`ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବାର ଆଶଙ୍କା ଆଉ ନାହିଁ'
`ଗତକାଲିଠୁ ୨୫୦ଟି ତେଲ ଟ୍ୟାଙ୍କର ଓଡ଼ିଶାକୁ ଆସିଛି'

ରାଜ୍ୟରେ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ତେଲ ସଙ୍କଟ ଆଶଙ୍କାରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକ କହିଲେ- ତେଲ ପାଇଁ ଚିନ୍ତା କରନ୍ତୁନି । ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବାର ଆଶଙ୍କା ଆଉ ନାହିଁ । ତେଲ ପରିବହନ ଆରମ୍ଭ ହୋଇଛି ।


ଗତକାଲିଠୁ ୨୫୦ଟି ତେଲ ଟ୍ୟାଙ୍କର ଓଡ଼ିଶାକୁ ଆସିଛି । ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି । ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି । ସରକାରଙ୍କ ଏଥିପ୍ରତି ପୁରା ନଜର ରହିଛି। ତରବରିଆ ହୋଇ ଆବଶ୍ୟକ ଠାରୁ ଅଧିକ ପେଟ୍ରୋଲ କିଣନ୍ତୁନି ବୋଲି ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
no-oil-crisis-dont-worry-about-oil | Argus News