ଶବକୁ କାନ୍ଧ ଦେବା ପାଇଁ କେହି ଆସିଲେନି

ଏ ହେଉଛନ୍ତି ୫୪ ବର୍ଷୀୟ ବୁଡୁ ପରାଭୁଏ । ଯିଏ ଦୀର୍ଘ ଦିନ ରୁ ଓଡିଶା ବଲାଙ୍ଗୀର ଜିଲ୍ଲାର ଭୂତେର ବାହାଲ ନାମକ ଏକ ଗାଁ ରେ ନିଜର ସ୍ତ୍ରୀ ଏକ ମାତ୍ର ପୁଅ ଓ ଝିଅ ସହ ରହି ଆସୁଥିଲେ। ଆଜି ସକାଳୁ ୫୪ ବର୍ଷୀୟ ବୁଡୁ ପରାଭୁଏଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ କେହି ଆସିନଥିଲେ । ଜାତି ସମାଜ ଲୋକେ ପାଖ ମାଡିନଥିଲେ କାରଣ ଗତ ତିନିବର୍ଷ ତଲେ ବୁଡୁ ପରାଭୁଏଙ୍କ ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିଥିଲେ ।ତେଣୁ ନିଜ ସମାଜ ରୁ ଗାଁ ରୁ ବାସନ୍ଦ ହୋଇଥିଲେ। କିନ୍ତୁ ପରେ ସେ ସମୟରେ ବଢିଆ ସମାଜର କର୍ମକର୍ତ୍ତା, ଘର ମୁହଁରେ ଥିବା ଏହି ତୁଳସୀ ଚଉଁରା ଠାରେ ବୈଠକ କରିଥିଲେ ।
ସମାଜର ନିଷ୍ପତ୍ତି ମୁତାବକ, ବୁଡୁ ମାଂସ ଭୋଜି ଦେବା ସହିତ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ତାପରେ ବୁଡୁଙ୍କୁ ଜାତିରେ ମିଶାଇଥିଲେ ଜାତି ସମାଜ । କିନ୍ତୁ ଝିଅ ବାପାଙ୍କ ଦେହ ଖରାପ ହେବାରୁ ଥରେ ଦି ଥର ଦେଖିବାକୁ ଆସିଥିଲେ । ତେଣୁ ପୁଣିଥରେ ବୁଡୁଙ୍କ ପରିବାରକୁ ବାସନ୍ଦ କରିଦେଲେ ଜାତି ଲୋକେ । ଏବେ ମୃତ୍ୟୁ ପରେ ବି କେହି ଆସିନଥିଲେ । ବୁଡ଼ଙ୍କ ଏକମାତ୍ର ପୁଅ ଓ ସ୍ତ୍ରୀଙ୍କ ମୁଣ୍ଡରେ ଚଡକ ପଡିଲା ।୭ ଘଣ୍ଟା ଶବ ପଡି ରହିଲା । ଭୁତିଆରବାହାଲର ଜଣେ ମହିଳା, ବଲାଙ୍ଗିରର ମାହେଶ୍ଵରୀ ସଂଗଠନକୁ ଖବର ଦେଇଥିଲେ । ମାହେଶ୍ଵରୀ ସଂଗଠନର କର୍ମକର୍ଭାକୁ ଗାଁକୁ ପହଞ୍ଚି, ଶବକୁ କାନ୍ଧ ଦେଇଥଲେ । ନିକଟସ୍ଥ ନଦୀପଠାକୁ ନେଇ ସସମ୍ମାନର ସହିତ ଶବ ସତ୍କାର କରାଗଲା। ଏ ଗୋଟିଏ ଘଟଣା ନୁହେଁ, ବାରମ୍ଵାର ଏମିତି ଜାତିପ୍ରଥାକୁ ନେଇ ଶବ ବାସନ୍ଦ ହେଉଛି । ସ୍ଵେଚ୍ଛାସେବୀ ମାନେ ଶବସତ୍କାର କରୁଛନ୍ତି । କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏନେଇ ଗାଁ ଗାଁରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଦାବି କରିଛନ୍ତି ସ୍ୱେଚ୍ଛାସେବୀ।