Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଇ 15 ନିର୍ବାଚନମଣ୍ଡଳିରେ କେହି ବି ଘୋଷଣା କରିନାହାନ୍ତି ପ୍ରାର୍ଥୀ , ହେଲେ କାହିଁକି ?

Odisha

ଏଇ 15 ନିର୍ବାଚନମଣ୍ଡଳିରେ କେହି ବି ଘୋଷଣା କରିନାହାନ୍ତି ପ୍ରାର୍ଥୀ , ହେଲେ କାହିଁକି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଏଇ 15 ନିର୍ବାଚନମଣ୍ଡଳିରେ କେହି ବି ଘୋଷଣା କରିନାହାନ୍ତି ପ୍ରାର୍ଥୀ , ହେଲେ କାହିଁକି ?

Key Points

  • ଏଇ ୧୫ ବିଧାନସଭାରେ ଏଯାଏଁ କୌଣସି ଦଳ ପ୍ରାର୍ଥୀ ଦେଇନାହାନ୍ତି
  • ଟେନସନ୍‌ରେ ୧୫ ନିର୍ବାଚନମଣ୍ଡଳିର ଲୋକେ

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନ ଲାଗି ଘୋଷଣା ହୋଇସାରିଛି ତାରିଖ । ରାଜ୍ୟର ତିନି ପ୍ରମୁଖ ଦଳ ଅନେକ ସ୍ଥାନରେ ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିସାରିଲେଣି । ହେଲେ ରାଜ୍ୟର ଏମିତି ୧୫ ନିର୍ବାଚନମଣ୍ଡଳି ରହିଛି ଯେଉଁଠି ଏଯାଏଁ କୌଣସି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ହେଲେ କାହିଁକି ଘୋଷଣା ହୋଇନି ସେନେଇ ନେତାଙ୍କୁ ବି କିଛି ଜଣାନାହିଁ । ସେଇଥି ଲାଗି ଏବେ ଏଇ ସବୁ ଆସନକୁ ନେଇ ବଢିଲାଣି ଚର୍ଚ୍ଚା ।

ରାଜ୍ୟ ରାଜନୀତିରେ ବୋଧହୁଏ ପ୍ରଥମ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅନେକ ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇସାରିଲାଣି । ପ୍ରଚାର ମୈଦାନକୁ ନେତା ବି ଓହ୍ଲାଇଲେଣି । ହେଲେ ୧୫ ଆସନରେ ଏମିତି କି ସ୍ଥିତି ହେଲା ଯେ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଲାନି ? ସେନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ମତା ଏବେଠୁ ଦେଖାଯାଇଛି । ଆସନ୍ତାମାସ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ମତଦାତାମାନେ ଭୋଟ ଦେବେ । ହେଲେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା କିଛି ଆସନରେ ଏବେ ବି ତିନି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ସେଥିପାଇଁ ସ୍ଥାନୀୟ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଢେଙ୍କାନାଳର ହିନ୍ଦୋଳ , କେନ୍ଦୁଝରର ତେଲକୋଇ, ପାଟଣା, ଚମ୍ପୁଆ, ବାଲେଶ୍ଵରର ଭୋଗରାଇ, ନୀଳଗିରି, ଜଗତସିଂହପୁରର ବାଲିକୁଦା-ଏରସମା, ଯାଜପୁରର ବରୀ, କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା, ଖୋର୍ଦ୍ଧାର ବେଗୁନିଆ, ଖୋର୍ଦ୍ଧା, ମୟୂରଭଂଜର ସାରସକଣା, ବାଙ୍ଗିରିପୋଷି, କରଂଜିଆ, ପୁରୀର କାକାଟପୁର ଆସନରେ ବିଧାନସଭାରେ ବିଜେପି, ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାନ୍ତି।

ପ୍ରଥମ ପର୍ଯ୍ୟାୟ ମେ’ ୧୩ ତାରିଖରେ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଅଧୀନ ୨୮ଟି ବିଧାନସଭା ଆସନରେ ମତଦାନ ହେବ । ଏହି ୪ଟି ସଂସଦୀୟ କ୍ଷେତ୍ର ଅଧୀନରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଂଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା,ପାରଳାଖେମୁଣ୍ଡି, ଗୁଣପୁର, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କେରାପୁଟ ଓ ପଟ୍ଟାଙ୍ଗି ରହିଛି । ତେବେ ଖରିଆର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ କଂଗ୍ରେସ, ନର୍ଲା, ଚିତ୍ରକୋଣ୍ଡା, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେଡି ଏବଂ ଝରିଗାଁ, ଡାବୁଗାଁ, କୋଟପାଡ, ଚିତ୍ରକୋଣ୍ଡା, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେପି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି ଦ୍ବିତୀୟ, ତୃତୀୟ ଓ ଅନ୍ତିମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଆସନଗୁଡ଼ିକରେ ମଧ୍ୟ ସଂପୂର୍ଣ୍ଣ ରୂପେ ତିନି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର ।
 

Argus Whatsapp Channel Mobile Top
Sponsored
Election 2024 | Argus News