Pollution Certificate Checking / ଦିଲ୍ଲୀରେ ଲୋକେ ହଟହଟା, ଓଡ଼ିଶାରେ ବି ଘଟିପାରେ ସମାନ ସ୍ଥିତି !

Key Points
PUC ନାହିଁ ତ ତେଲ ନାହିଁ । ରାଜଧାନୀ ଦିଲ୍ଲୀରେ କଡ଼ାକଡ଼ି ହୋଇଛି ଆଇନ । ଦିଲ୍ଲୀରେ ଗ୍ରାପ ଫୋର କଟକଣା ଲାଗୁ ରହିଥିବାବେଳେ ୪ ଦିନ ପୂର୍ବରୁ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ନଥିଲେ କୌଣସି ପେଟ୍ରୋଲ, ଡିଜେଲ ଷ୍ଟେସନରୁ ତେଲ ମିଳିପାରୁନାହିଁ । ନୂଆ ନିୟମ ଲାଗୁ ପରେ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ପ୍ରମାଣପତ୍ର ଯାଞ୍ଚ ସହ ଜାଲିଆତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା । ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଚାରିଟି ନୂଆ ସ୍ୱୟଂଚାଳିତ ପରୀକ୍ଷଣ ଷ୍ଟେସନକୁ ମଞ୍ଜୁରୀ ଦେଇଛନ୍ତି । ଦିଲ୍ଲୀରେ ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏପର୍ଯ୍ୟନ୍ତ ୪୧୧ଟି ବନ୍ଦ ନୋଟିସ୍ ଜାରି କରିଛି । MCD ମଧ୍ୟ ୪୦୦ ୟୁନିଟ୍ ସିଲ୍ କରିଥିବା ମନ୍ତ୍ରୀ କହିଛନ୍ତି ।
ସେହିଭଳି ଓଡ଼ିଶାରେ ମଧ୍ୟ କଡ଼ାକଡ଼ି ହେବ ଚେକିଂ । ଜାନୁଆରୀ ପହିଲାରୁ ଲାଗୁ ହେବ PUC ନିୟମ । ତେଣୁ ଫାଇନ୍ ଡରରେ ଏବେ ଲାଗିଛି ଲାଇନ୍ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଏବଂ ପୁରୀରେ । ପଲ୍ୟୁସନ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ୍ ଲାଗିଛି । ନୂଆବର୍ଷରୁ କଡ଼ାକଡ଼ି ହେବ ପଲ୍ୟୁସନ ସାର୍ଟିଫିକେଟ ନିୟମ । ବିନା ପଲ୍ୟୁସନ୍ ସାର୍ଟିଫିକେଟରେ ମିଳିବନି ପ୍ରେଟ୍ରୋଲ ଓ ଡିଜେଲ । ପରିବହନ ବିଭାଗର ନୂଆ ନିର୍ଦ୍ଦେଶାନାମାକୁ ନେଇ ଛାନିଆ ଗାଡ଼ି ମାଲିକ । କିଏ କିଏ ନିଷ୍ପତ୍ତିକୁ ସ୍ବାଗତ କରୁଛି ତ ଆଉ କିଏ ବିରୋଧ କରୁଛି । କାହାର କାହାର ପୁରୁଣା ଫାଇନ ଟେନସନ ବଢାଉଛି ।
ଗାଡି ଚାଳକଙ୍କ ଯଦି ପୂର୍ବରୁ କିଛି ଫାଇନ ପେଣ୍ଡିଙ୍ଗ ଥିବ ତେବେ ମିଳିବନି ପଲ୍ୟୁସନ ସାର୍ଟିଫିକେଟ। ପ୍ରଥମେ ଫାଇନର ଷ୍ଟାଟସ୍ ଅନୁସାରେ କୋର୍ଟ ନହେଲେ ଅନଲାଇନରେ ପେଣ୍ଡିଙ୍ଗ ଫାଇନ୍ ପେମେଣ୍ଟ କରିବାକୁ ପଡ଼ିବ। ପରେ ସାର୍ଟିଫିକେଟ ମିଳିବ। ସୋମବାର ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିଶନର ଅମିତାଭ ଠାକୁରଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ପଲ୍ୟୁସନ ସର୍ଟିଫିକେଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଯେଉଁ ଗାଡ଼ିର ପ୍ରଥମଥର ପାଇଁ ଚାଲାଣ କଟୁଛି ତାକୁ ଛାଡ଼ କରାଯିବ ।
ବିଧାନସଭାର ତଥ୍ୟ ଅନୁସାରେ ରାଜ୍ୟରେ ଜନସଂଖ୍ୟା ତୁଳନାରେ ଦୁଇ ଚକିଆ ଗାଡିର ସଂଖ୍ୟା ୧୭.୨୫ ଓ ୪ ଚିକିଆ ଯାନର ସଂଖ୍ୟା ୨.୧୦ । ପୁରା ହିସାବ କଲେ ମୋଟ ଯାନ ସଂଖ୍ୟା ୧ କୋଟି ୧୭ ଲକ୍ଷ 89 ହଜାର ୬୪୭ । ଏଥରୁ ୯୦ ଭାଗ ହେଉଛି ଦୁଇ ଚକିଆ । ବିଶେଷଜ୍ଞଙ୍କ କହିବା କଥା ମାତ୍ର ୧୦ ରୁ ୧୨ ପ୍ରତିଶତ ଦୁଇ ଚକିଆ ଯାନର ପ୍ରଦୁଷଣ ସାର୍ଟିଫିକେଟ ଅଛି ।
📱 Get Argus News App
✨Related Topics
Explore more stories