Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ଏଯାଏଁ ସଂଯୋଗ ହୋଇନି ପକ୍କା ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁକୁ ଏଯାଏଁ ସଂଯୋଗ ହୋଇନି ପକ୍କା ରାସ୍ତା

ଅର୍ଗସ ବ୍ୟୁରୋ: ଦୁର୍ଗମ ଆଦିବାସୀ ଅଧୁଷିତ ଅଞ୍ଚଳବାସୀଙ୍କୁ ବିକାଶ ପ୍ରହସନ । ଯୋଜନା ଆଳରେ ପୂର୍ବ ସରକାରର ପ୍ରତାରଣା। ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ, ଆବାସ ଯୋଜନା, ପକ୍କା ରାସ୍ତାର ଡିଣ୍ଡିମ ପିଟୁଥିବା ପୂର୍ବ ସରକାରର ଏ ଥିଲା ବାସ୍ତବ ଚିତ୍ର। ଏ ହେଉଛି କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ ଅନ୍ତର୍ଗତ ନୀଳବାଡି ପଞ୍ଚାୟତର ସାବଡାମ୍ ଗାଆଁ । ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡ଼ ଚଢି ପାଦଚଲା ରାସ୍ତା ଦେଇ ଯିବାକୁ ପଡେ। ତଳ ସାହି ଉପର ସାହି ମିଶି ଗାଁରେ 35 ଆଦିବାସି ପରିବାରର ପ୍ରାୟ 120 ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି।  କିନ୍ତୁ ଗାଁକୁ ଏଯାଏଁ ପକ୍କାରାସ୍ତା ସଂଯୋଗ ହୋଇନି। ଯେଉଁ କଚ୍ଚା ରାସ୍ତା ରହିଛି ତାର ଅବସ୍ଥା ବି ସଙ୍ଗିନ। ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆ ହିଁ ସାହାରା।

ଗାଁରେ ସରକାରୀ ଯୋଜନା ସାତ ସପନ। ଆବାସ ଯୋଜନା ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ।  ଝାଟି ମାଟି କୁଡିଆରେ କଟୁଛି ଜୀବନ। ନା ଶିକ୍ଷା, ନା ସ୍ବାସ୍ଥ୍ୟ ସେବା। ଶୁଦ୍ଧ ପାନୀୟ ଜଳ କହିଲେ କଣ ଏଠିକାର ଅଞ୍ଚଳବାସୀ ଜାଣି ନାହାନ୍ତି। ମୌଳିକ ସୁବିଧା ପାଇଁ ଗ୍ରାମବାସୀ ସ୍ଥାନୀୟ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
no road connected to the village yet | Argus News