୪ଖଣ୍ଡ ଗାଁକୁ ହୋଇପାରୁନି ପକ୍କା ରାସ୍ତା

କୋରାପୁଟ: ୨୪ ବର୍ଷର ସରକାରଙ୍କ ବିକାଶ ବାସ୍ତବତା ବଖାଣୁଛି ଏହି ଚିତ୍ର । ୪ ଖଣ୍ଡ ଗାଁକୁ ହୋଇ ପାରୁନି ରାସ୍ତା ସଂଯୋଗ। ପାହାଡ ଜଙ୍ଗଲ ଭରା କଚ୍ଚା ରାସ୍ତା ପାଲଟିଛି ଗମନାଗମନର ମାଧ୍ୟମ। ରାସ୍ତାତ ନୁହେଁ ନର୍କ ଯନ୍ତ୍ରଣା। ପାହାଡି ଖାଲଖମାରେ ଭରା ରାସ୍ତାରେ ଚାଲିକି ଯିବା ମୁସ୍କିଲ । ଏହି ରାସ୍ତାରେ ଗାଡିମଟର ଯିବା କଥା କିଏ ପଚାରେ। ବର୍ଷା ଦିନେ ଏହି ରାସ୍ତାରେ ଗମନାଗମନ କରିବା କଷ୍ଟକର । ସେଥିପାଇଁ ବନ୍ଦୀ ଜୀବନ ବଞ୍ଚନ୍ତି ଅଞ୍ଚଳବାସୀ।
ପଟ୍ଟାଙ୍ଗିର କନ୍ଧଗୁଞ୍ଜିପାଡୁ ଗାଁ। ଗାଁରେ ଜନବସତି ବହୁ ବର୍ଷରୁ ଗଢି ଉଠିଥିବା ବେଳେ ମୌଳିକ ସୁବିଧାର କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ରାସ୍ତା ସମସ୍ୟାକୁ ଦାୟୀ କରନ୍ତି ଅଞ୍ଚଳବାସୀ। କାହିଁକି ନା ରାସ୍ତା ସମସ୍ୟା ପାଇଁ ଗାଁକୁ ଗଡିପାରୁନି ଗାଡି। ଫଳରେ ବିକାଶଠୁ ଦୁରରେ କନ୍ଧଗୁଞ୍ଜିପାଡୁ। ଗାଁଗାଁକୁ ରାସ୍ତାର ନାରା ଦେଉଥିବା ପୂର୍ବ ସରକାରଙ୍କ ବିକାଶ ବାସ୍ତବତା ବଖାଣୁଛି ଏହି ଚିତ୍ର। ଏଠି ଆଜି ଯାଏଁ ହୋଇ ପାରିନି ରାସ୍ତା। ଫଳରେ ବର୍ଷ ତମାମ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ।