Videos
|
Odisha

ରାସ୍ତା ନଥିବାରୁ ଗାଁକୁ ପହଁଚି ପାରିନି ବିକାଶ

Rashmita Mishra
Browse all articles by Rashmita Mishra
·10 months ago·1 min read
ରାସ୍ତା ନଥିବାରୁ ଗାଁକୁ ପହଁଚି ପାରିନି ବିକାଶ

Key Points

ରାସ୍ତା ଦେଉଛି ଯମ ଯନ୍ତ୍ରଣା
ବର୍ଷ ବର୍ଷ ପରେ ମଧ୍ୟ ବହୁ ଦୂରରେ ବିକାଶ
କାଦୁଅ ରାସ୍ତାରେ ଜୀବନ କଲବଲ

ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୃଷ୍ଣପୁର ପଞ୍ଚାୟତ ବୋହୁମାଘେରୀ ଗାଁରେ ରାସ୍ତା ସାରା କାଦୁଅ ପଚ ପଚ । ଯାନବାହାନ ତ ଦୂରର କଥା ଚାଲି ଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇଛି । ରାସ୍ତା ନଥିବାରୁ ଗାଁକୁ ପହଁଚି ପାରିନି ବିକାଶ । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ l


ବୋହୁମାଘେରୀରୁ ଆଡିଆ ଗ୍ରାମ୍ୟ ଉନ୍ନୟନ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ପାଖାପାଖି ଦେଢ଼ କିଲୋମିଟର ହେବ । କାଦୁଅ ରାସ୍ତା ଉପରେ ଆଖପାଖ ୧୦ରୁ ଅଧିକ ଗାଁର ୫ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଦିନ ଛୋଟବଡ଼ ଅଘଟଣର ସାମନା କରିବାକୁ ପଡୁଥିବା ଅଭିଯୋଗ ହୋଇଛି । ସେପଟେ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି ବାସୁଦେବପୁର ବିଡିଓ । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ୟାର ସମାଧାନ କରିବା ଜୁରୁରୀ ହୋଇପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No Road, No Development: Villagers Struggle for Connectivity | Argus News | Argus News