Lord Jagannath / ଏମିତି ସେବା କୌଣସି ପୁଅ ବି କରିବେନି, ଯାହା ଜ୍ୱାଇଁ କରୁଛନ୍ତି !

Key Points
ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭାବବିହ୍ବଳ ପରିବେଶ । କିଛିଦିନ ପୂର୍ବରୁ ଜଣେ ଅସହାୟ ବାପା ତାର ଅସୁସ୍ଥ ପୁଅ ପାଇଁ ପତିତପାବନଙ୍କ ଆଗରେ ବୁକୁଫଟା ଚିତ୍କାର କରୁଥିଲେ । ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଦେଇ ବାଇଶିପାହାଚରେ ଟେକିଟେକି ଅସୁସ୍ଥ ପୁଅକୁ ମହାପ୍ରଭୁଙ୍କ ପାଖକୁ ମଧ୍ୟ ନେଇଥିଲେ। କିନ୍ତୁ ଏଥର ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ଏକ ବଡ଼ ଉଦାହରଣ । ସାଧରଣତଃ ପୁଅ ଝିଅ ମାନେ ନିଜ ବାପା ମାଙ୍କ ସୁସ୍ଥତା ପାଇଁ ସେମାନେ ମହାପ୍ରଭୁଙ୍କ ନିକଟକୁ ଆଣିଥାନ୍ତି। ମହାପ୍ରଭୁଙ୍କୁ ଶେଷ ସାହାରା ଭାବି ଗୁହାରି କରିଥାନ୍ତି ।
ଚିକିତ୍ସା ବିଜ୍ଞାନ ବା ଡାକ୍ତର ଯେଉଁଠି ଫେଲ୍ ମାରନ୍ତି ସେଠି ମହାପ୍ରଭୁଙ୍କ ଉପରେ ଲୋକଙ୍କର ଗଭୀର ବିଶ୍ୱାସ ଥାଏ । କିନ୍ତୁ ଏଠି ଘରର ଜ୍ବାଇଁମାନେ ଅସୁସ୍ଥ ଶଶୁରଙ୍କୁ ହ୍ବିଲ୍ ଚେୟାରରେ ଆଣିଛନ୍ତି ଶ୍ରୀମନ୍ଦିର । ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ଶ୍ବଶୂରଙ୍କୁ ମହାପ୍ରଭୁଙ୍କ ଆର୍ଶୀବାଦ ନେବାକୁ ଆଣିଛନ୍ତି ଦୁଇ ଜ୍ବାଇଁ । ପ୍ରଶାସନ ଦ୍ବାରା ଦିଆଯାଇଥିବା ହ୍ବିଲ୍ ଚେୟାରରେ ଶ୍ବଶୂରଙ୍କୁ ବସାଇ ଦୁଇଜଣ ସିଂହଦ୍ଵାର ସମ୍ମୁଖକୁ ଆଣି ପତିତପାବନଙ୍କ ଦର୍ଶନ କରାଇଛନ୍ତି। ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଆର୍ଶୀବାଦରୁ ପୁଣି ଶ୍ବଶୂର ପୂର୍ବଭଳି ଠିକ୍ ହୋଇଯିବେ । ମହାପ୍ରଭୁଙ୍କ ଦର୍ଶନ କରିବାର ଇଚ୍ଛା ଥିଲା । ଶ୍ବଶୂରଙ୍କ ଇଚ୍ଛା ପୂରଣ କରିଛନ୍ତି ଦୁଇଜଣ ସୁଯୋଗ୍ୟ ଜୋଇଁ ।
📱 Get Argus News App
✨Related Topics
Explore more stories