Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଣ ଓଡ଼ିଆ ଠିକା ସଂସ୍ଥାର ମନମାନି, ଜୋରିମାନା ପରେ ବି ଚେତୁନାହାନ୍ତି ଠିକାଦାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଣ ଓଡ଼ିଆ ଠିକା ସଂସ୍ଥାର ମନମାନି, ଜୋରିମାନା ପରେ ବି ଚେତୁନାହାନ୍ତି ଠିକାଦାର

Key Points

ପାନୀୟ ଜଳ ପ୍ରକଳ୍ପ ପାଇଁ DMF ପାଣ୍ଠିରୁ ଖର୍ଚ୍ଚ ହେଲା ଟଙ୍କା
ହେଲେ 5ବର୍ଷ ପରେ ବି ସରିଲାନି କାମ
ଅଣ ଓଡ଼ିଆ ଠିକା ସଂସ୍ଥାର ମନମାନି
ଜୋରିମାନା ପରେ ବି ଚେତୁନାହାନ୍ତି ଠିକାଦାର
କେନ୍ଦୁଝର ଜିଲ୍ଲାର ପାଣି ସମସ୍ୟାର ବିକଳ ଚିତ୍ର

କେନ୍ଦୁଝର ଜିଲ୍ଲାରେ ସମସ୍ତଙ୍କୁ ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ଥିଲା ଲକ୍ଷ୍ୟ । ଏଥିପାଇଁ ଘସିପୁରା, ଆନନ୍ଦପୁର ଓ ସାହାରପଡ଼ା ବ୍ଲକରେ ପାଞ୍ଚ ବର୍ଷ ତଳୁ ନିର୍ମାଣ କରାଯାଉଥିଲା ବଡ଼ ବଡ଼ ପାନୀୟ ଜଳ ପ୍ରକଳ୍ପ। ଏ ପର୍ଯ୍ୟନ୍ତ ଗୋଟିଏ ବି ଗାଁ ଭଲରେ ପାଣି ମୁନ୍ଦାଏ ପାଇପାରୁନି । ୨୦୧୯ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯାଇଥିଲା ପାନୀୟ ଜଳ ପ୍ରକଳ୍ପ। ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ନିର୍ମାଣ ହୋଇଥଲା ବଡ ବଡ଼ ତିନୋଟି ପ୍ରକଳ୍ପ । ପୂର୍ବ ବିଜେଡି ସରକାର ସମୟରେ ଅଣ ଓଡିଆ ଠିକା ସଂସ୍ଥା ଏହି କାମ କରୁଥିଲେ। ବିତିଗଲାଣି ୫ ବର୍ଷ। ପ୍ରକଳ୍ପ ଶେଷ ହେଉନି କି ଲୋକେ ପାଣି ପାଇ ପାରୁ ନାହାନ୍ତି । ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି ଠିକାଦାର ।


କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ଟଙ୍କା ଖର୍ଚ୍ଚ କରାଯାଇଛି । ସୂଚନା ଅନୁଯାୟୀ ଆନନ୍ଦପୁର ବ୍ଲକରେ ୮୧ ଟି ଗାଁ ପାଇଁ ଡି ଏମ ଏଫ ରୁ ବ୍ୟୟ ଅଟକଳ ହୋଇଛି ୧୩୫ କୋଟି ୬୨ ଲକ୍ଷ ଟଙ୍କା , ଘଷିପୁରା ବ୍ଲକରେ ୨୦୦ ଟି ଗାଁ ପାଇଁ ବ୍ୟୟ ଅଟକଳ ହୋଇଛି ୧୫୫କୋଟି ୨୧ ଲକ୍ଷ ଟଙ୍କା । ବଡ଼ କଥା ହେଉଛି ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ବାହାରର ଠିକାଦାର କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାମ ସରିନଥିବା ବେଳେ ଠିକା ସଂସ୍ଥା କୁ ଅନୁକମ୍ପା ଦେଖାଇ ୮୯ ପ୍ରତିଶତ ଅନୁଦାନ ରାଶି ଦିଆ ଯାଇଥିଲା। ୨୦୨୧ରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଏବେ ଅଧା ପନ୍ତରିଆ ଅବସ୍ଥାରେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଗତ ବର୍ଷ ମେଘା ଇଂଜିନିୟରିଂ ଠିକାସଂସ୍ଥା ଉପରେ ଜୋରିମନା କରିଥିଲା । ଚଳିତ ବର୍ଷ ମଧ୍ୟ ଜୋରିମନା କରିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Sponsored
non-odia-contractors-arbitrary-behavior-contractor-not-paying-attention-even-after-fine | Argus News