Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Temple / ଶ୍ରୀମନ୍ଦିର ଭିତରେ ଚିତ୍ର ଉତ୍ତୋଳନ ବେଳେ ଧରା ପଡିଲେ ଜଣେ ଅଣ ଓଡ଼ିଆ ଭକ୍ତ

Rashmita Mishra
Browse all articles by Rashmita Mishra
·8 months ago·2 min read
 ଶ୍ରୀମନ୍ଦିର ଭିତରେ ଚିତ୍ର ଉତ୍ତୋଳନ ବେଳେ ଧରା ପଡିଲେ ଜଣେ ଅଣ ଓଡ଼ିଆ ଭକ୍ତ

Key Points

ପୁରୀ ଶ୍ରୀମନ୍ଦିର ଭିତରୁ ହିଡେନ୍ କ୍ୟାମେରା ଜବତ ।
ଶ୍ରୀମନ୍ଦିର ଭିତରେ ଚିତ୍ର ଉତ୍ତୋଳନ ବେଳେ ଧରା ପଡିଲେ ଜଣେ ଅଣ ଓଡ଼ିଆ ଭକ୍ତ ।
ଚିତ୍ର ଉତ୍ତୋଳନ କରିବା ସମୟରେ ଧରିଥିଲେ ଜେଟିପି ।
ଶ୍ରଦ୍ଧାଳୁ ଜଣଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ପୁରୀ ଶ୍ରୀମନ୍ଦିର ଭିତରୁ ହିଡେନ୍ କ୍ୟାମେରା ଜବତ । ଶ୍ରୀମନ୍ଦିର ଭିତରେ ଚିତ୍ର ଉତ୍ତୋଳନ ବେଳେ ଧରା ପଡିଲେ ଜଣେ ଅଣ ଓଡ଼ିଆ ଭକ୍ତ । ଚିତ୍ର ଉତ୍ତୋଳନ କରିବା ସମୟରେ ଧରିଥିଲେ ଜେଟିପି । ମହାପ୍ରଭୁଙ୍କୁ ଦର୍ଶନ ସମୟରେ ନେଉଥିଲେ ଚିତ୍ର । ଶ୍ରଦ୍ଧାଳୁ ଜଣଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନାମୁତାବକ ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଜଗମୋହନ ନିକଟରୁ ଜବତ ହେଲା ହିଡେନ୍‌ କ୍ୟାମେରା । ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ଯାଇଥିଲେ ଜଣେ ଭକ୍ତ । ଭକ୍ତ ଜଣକ ହେଉଛନ୍ତି ଭରତ ପାଣ୍ଡିଆ।

ଜଗମୋହନରେ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ସେବାୟତଙ୍କ ହାତରେ ଧରାପଡିଲେ ଭରତ ପାଣ୍ଡିଆ । ପ୍ରୋଟକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ମହାପ୍ରଭୁଙ୍କ ଦର୍ଶନ ଚାଲିଥିବା ସମୟରେ ସେବାୟତ ମାନେ ଧରିଛନ୍ତି ଅଣ ଓଡ଼ିଆ ଭକ୍ତକୁ । ତା'ପରେ ଜେଟିପି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରା ଉଚରା କରିଥିଲେ । ପରେ ତାଙ୍କୁ ସିଂହଦ୍ଵାର ଥାନାକୁ ନିଆଯାଇଛି ।


ଏଥିସହ ପଢ଼ନ୍ତୁ: ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ ଜାରି 

ପୂର୍ବରୁ ମଧ୍ୟ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । ଏହି ଘଟଣା ନୂଆ ନୁହେଁ । ବାରମ୍ୱାର ଶ୍ରୀମନ୍ଦିର ଭିତରୁ ଜବତ ହେଲାଣି ହିଡେନ୍ କ୍ୟାମେରା । ଗତ କିଛି ଦିନ ତଳେ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୋଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୋଲିସ ଅଟକାଇଥିଲେ।

ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ପ୍ରତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ କରାଯାଇଛି। ପ୍ରତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagannath Temple | Non-Odia Devotee Caught Taking Photos Inside Srimandir, Puri | Argus News