Government Action / ଆମିଷ ବ୍ୟବସାୟୀମାନେ ସାବଧାନ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

Key Points
ବିମାନ ଉଡାଣରେ ବିପଦ ସୃଷ୍ଟି କରୁଛି ଆମିଷ ବର୍ଜ୍ୟ ।
ଆମିଷ ଦୋକାନ ଉପରେ ବିଏମ୍ସିର କଟକଣା ।
ମନ ଇଚ୍ଛା ରାସ୍ତା କଡରେ ବିକି ପାରିବେନି ଆମିଷ ।
ଆମିଷ ଦୋକାନ ଉପରେ ବିଏମ୍ସିର କଟକଣା । ମନ ଇଚ୍ଛା ରାସ୍ତା କଡରେ ବିକି ପାରିବେନି ଆମିଷ । ଏଣେତେଣେ ଫିଙ୍ଗି ପାରିବେନି ଆମିଷ ବର୍ଜ୍ୟ ବସ୍ତୁ । ଅମାନିଆ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଫେବ୍ରୁଆରି ୧ରୁ କଡ଼ାକଡ଼ି ହେବ ନିୟମ । ବିମାନ ନିରାପତ୍ତା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ପାଇଁ ଏପରି ପଦକ୍ଷେପ ।
ଏଣିକି ଭୁବନେଶ୍ୱର ମାଛ,ମାଂସ ଦୋକାନ ଉପରେ ଲାଗିବ କଟକଣା । ଏଣେତେଣେ ଫିଙ୍ଗି ପାରିବେନି ଆମିଷ ବର୍ଜ୍ୟ ବସ୍ତୁ । ବିମାନ ନିରାପତ୍ତା ଦୃଷ୍ଟିରୁ ଆମିଷ ଦୋକାନୀଙ୍କ ଉପରେ କଟକଣା ଲଗାଇଛି ବିଏମ୍ସି । ଆମିଷ ବର୍ଜ୍ୟ ଏଣେତେଣେ ଫିଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ନେଇିଛି ବିଏମ୍ସି ।
କେମିତି ଓ କେଉଁ ଉପାୟରେ ଆମିଷ ବର୍ଜ୍ୟ ରଖିବେ ଓ ବିଏମ୍ସି ଗାଡ଼ିକୁ ଦେବେ, ତାର ମାର୍ଗଦର୍ଶିକା ଜାରି କରିଛି । ଯେଉଁମାନେ ଅମାନିଆ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ସ୍ଥଳରେ ଦୋକାନ ଲାଇସେକ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛି ବିଏମ୍ସି । ଏଣେତେଣେ ଆମିଷ ବର୍ଜ୍ୟ ଫିଙ୍ଗିଲେ ଫେବ୍ରୁଆରି ୧ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିମାନ ନିରାପତ୍ତା ସହ ସ୍ୱଚ୍ଛ ଓ ସୁସ୍ଥ ପରିଷ୍କାର ପରିଚ୍ଛନ୍ନ ପରିବେଶ ପାଇଁ ଏଭଳି କଟକଣା ଜାରି କରିଛି ବିଏମ୍ସି । ଅନେକ ସମୟରେ ଆମିଷ ବ୍ୟବସାୟିକ ପ୍ରତିଷ୍ଠାନ ମାଛ, ମାଂସ ବିକ୍ରି ପରେ ଆମିଷ ବର୍ଜ୍ୟ ଏଣେତେଣେ ଫିଙ୍ଗି ଦେଉଛନ୍ତି । ଏହା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏହାକୁ ଖାଇବାକୁ ବହୁ ସଂଖ୍ୟାରେ ପକ୍ଷୀ ଏକତ୍ରିତ ହୋଇ ଆକାଶ ମାର୍ଗରେ ଉଡୁଛନ୍ତି । ଏମାନେ ବିମାନରେ ମାଡ଼ ହେଉଛନ୍ତି ଯାହା ଦ୍ଵାରା ଦୁର୍ଘଟଣା ଭୟ ସୃଷ୍ଟି କରୁଛନ୍ତି । ଯାହା ଦ୍ୱାରା ବିମାନ ଚଳାଚଳରେ ଅସୁବିଧା ହେଉଛି ।
ସବୁ ବର୍ଜ୍ୟ କେବଳ ବିଏମ୍ସି ସ୍ବଚ୍ଛ ଗାଡିକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅନୁପାଳନ ନକଲେ ଲାଇସେନ୍ସ ରଦ୍ଦ ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍ସି ନୋଟିସ ଜାରି କରିଛି ।
📱 Get Argus News App
✨Related Topics
Explore more stories