Aviation Rule / ବିମାନ ଚଳାଚଳ ପାଇଁ ଆମିଷ ମନା
·6 months ago·2 min read

Key Points
ବିମାନ ଚଳାଚଳ ସୁରକ୍ଷା ଲାଗି ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି
ଆସନ୍ତା ଫେବୃୟାରୀ ୧ରୁ ଏହି ନିୟମ କଡାକଡି ଲାଗୁ କରାଯିବ
ମାଛ, ମାଂସ ଏବଂ କୁକୁଡା ଦୋକାନୀ ପାଳନ କରିବାକୁ କଡା ନିର୍ଦ୍ଦେଶ ଦେଇଛି ବିଏମସି

ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଆସନ୍ତା ଫେବୃୟାରୀ ୧ ତାରିଖରୁ ଏହି ନିୟମ କଡାକଡି ଲାଗୁ କରାଯିବ। ସମସ୍ତ ମାଛ, ମାଂସ ଏବଂ କୁକୁଡା ଦୋକାନୀ, ବିକ୍ରେତା, କଂସେଇଖାନା ୟୁନିଟ୍ ନିର୍ଦ୍ଦେଶାବଳୀ ପାଳନ କରିବାକୁ କଡା ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମୁନସିପାଲ କର୍ପୋରେସନ।
ଆମିଷ ବଜାର ଏବଂ ଆମିଷ ବାଣିଜ୍ୟିକ ପ୍ରତିଷ୍ଠାନରେ ମାଛ, ମାଂସ ଓ କୁକୁଡା ବର୍ଜ୍ୟବସ୍ତୁର ଅନୁପଯୁକ୍ତ ପରିବହନ, ପରିଚାଳନା ଓ ନିଷ୍କାସନ ପାଇଁ ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି । ଏହା ଦ୍ୱାରା ପକ୍ଷୀମାନଙ୍କର ସମାବେଶ ମଧ୍ୟ ହେଉଛି । ଫଳରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଚଳାଚଳ ସମୟରେ ପକ୍ଷୀଙ୍କ ଦେହରେ ଆଘାତ ଲାଗି ଗୁରୁତର ବିପଦ ସୃଷ୍ଟି କରୁଛି । ବିମାନ ବନ୍ଦର ଆଖପାଖରେ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଜୈବିକ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ନିଷ୍କାସନକୁ କଡାକଡି ଭାବେ ବାରଣ କରାଯାଇଛି । ବିମାନବନ୍ଦର ପରିବେଶ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଚଳାଚଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ସହରାଂଚରେ ବର୍ଜ୍ୟ ପରିଚାଳନା ଅଭ୍ୟାସ କଡାକଡି ପାଳନ ମାଧ୍ୟମରେ ପକ୍ଷୀ ଆକର୍ଷଣ ହ୍ରାସ କରିବା ଆବଶ୍ୟକ । ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ ।
ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ । ଏଥିପାଇଁ କୌଣସି ପ୍ରକାରେ ଲିକେଜ୍ ହେଉନଥିବା ପାତ୍ରରେ ରଖିବେ । କୌଣସିମତେ ରାସ୍ତା, ଡ୍ରେନ, ଖୋଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବା ପାଇଁ ଅନୁମତି ଦିଆଯିବ ନାହିଁ । ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡିଆ ଜମିରେ ମାଛ, ମାଂସ ଏବଂ କୁକୁଡା ବର୍ଜ୍ୟବସ୍ତୁ ନିଷ୍କାସନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ସମସ୍ତ ବର୍ଜ୍ୟ କେବଳ ବିଏମ୍ ସି ସଫେଇ ଗାଡିକୁ ହସ୍ତାନ୍ତର କରାଯିବ, ଯାହାଦ୍ୱାରା ଏହାକୁ ବିଜ୍ଞାନସମ୍ମତ ସଂଗ୍ରହ ଓ ନିଷ୍କାସନ କରାଯାଇ ପାରିବ । ନିର୍ଦ୍ଧାରିତ ସମୟସୀମା ବାହାରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କିମ୍ବା ଖୋଲା ବର୍ଜ୍ୟବସ୍ତୁ ରଖିବା ସଂପୂର୍ଣ୍ଣ ନିଷେଧ ।
ସମସ୍ତ ପ୍ରତିଷ୍ଠାନ 11 ଫେବୃଆରୀ, 2026 ସୁଦ୍ଧା ଉପରୋକ୍ତ ନିର୍ଦେଶାବଳୀ କଡାକଡି ଅନୁପାଳନ କରିବାକୁ କୁହାଯାଉଅଛି । ଏହାକୁ ଅମାନ୍ୟ କଲେ, କଠିନ ବର୍ଜ୍ୟ ପରିଚାଳନା ନିୟମ, 2016 ପୌରପାଳିକା ଅଧିନିୟମ ଏବଂ ପ୍ରଯୁଜ୍ୟ ସୁରକ୍ଷିତ ବିମାନ ଚଳାଚଳ ନିୟମ ଅନୁଯାୟୀ ସଂପୃକ୍ତ ଉଲ୍ଲଘନକାରୀଙ୍କ ବିରୋଧରେ ବିବିଧ ପଦକ୍ଷେପ-ଯାହାକି ବାଣିଜ୍ୟ ଲାଇସେନ୍ସ ରଦ୍ଦ କରିବା, ଦୋକାନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଇତ୍ୟାଦି କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories