Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସର ବନ୍ଦ ଯୋଗୁଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ

Banajyotshna Ray
Browse all articles by Banajyotshna Ray
·12 months ago·3 min read
କଂଗ୍ରେସର ବନ୍ଦ ଯୋଗୁଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ

Key Points

କଂଗ୍ରେସର 12 ଘଣ୍ଟିଆ ଓଡ଼ିଶା ବନ୍ଦ
କେଉଁଠି ଜୋରଦାର, କେଉଁଠି ଆଂଶିକ ତ କେଉଁଠି ପ୍ରଭାବଶୂନ୍ୟ
କଂଗ୍ରେସର ବନ୍ଦ ଯୋଗୁଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ
ଡ୍ରୋନରେ ପୋଲିସ ରଖିଲା ନଜର, ସୁରକ୍ଷା ବ୍ୟବସ୍ଥା ଶକ୍ତ
କଂଗ୍ରେସ ବନ୍ଦକୁ ବିଡେଜି ଜଣାଇଲା ନୈତିକ ସମର୍ଥନ

ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ନ୍ୟାୟିକ ତଦନ୍ତ ଦାବିରେ ଗୁରୁବାର ଓଡିଶା ବନ୍ଦର ଦେଖିବାକୁ ମିଳିଛି ମିଶ୍ରିତ ପ୍ରଭାବ। ଏ ଦୃଶ୍ୟ ରାଜଧାନୀ ଭୁବନେଶ୍ୱରର। ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ କଳ୍ପନା ଛକରେ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ଗାଡି ମଟର ମଟର ଅଟକାଇ ଧାରଣ ଦେଇଥିଲେ। ବନ୍ଦ ପାଳନରେ ପିସିସି ସଭାପତିଙ୍କ ସମେତ ରାଷ୍ଟ୍ରୀୟ ନେତ୍ରୀ ଅଳକା ଲାମ୍ବା ହୋଇଥିଲେ ସାମିଲ।ରାଜଧାନୀରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହ ଗାଡ଼ି ଚଳାଳଚ ବନ୍ଦ ରହିଥିବା ବେଳେ ଲୋକସେବା ଭବନରେ କାର୍ଯ୍ୟ ସ୍ବାଭାବିକ ଥିଲା। କଂଗ୍ରେସ କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଥିଲା। ବରିଷ୍ଠ ନେତାଙ୍କ ସହ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ। ମାମଲାର ନ୍ୟାୟିକ ତଦନ୍ତ ସହ, ବାଲେଶ୍ବର ଏସପି ଓ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।

କଂଗ୍ରେସ ବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀରେ ପୋଲିସ ପକ୍ଷରୁ କରାଯିଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା। ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା। ଡ୍ରୋନ ସାହାଯ୍ୟରେ ସହର ଉପରେ ନଜର ରିଖିଥିଲା ପୋଲିସ। କଣ୍ଟ୍ରୋଲ ରୁମରେ ମନିଟରିଙ୍ଗ କରାଯାଉଥିଲା। ବନ୍ଦ ଯୋଗୁଁ ହଇରାଣ ହେଉଥିବା ଲୋକଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଥିଲା। ଜଣେ ବୃଦ୍ଧା SCB ଯାଉଥିବା ବେଳେ ଗାଡ଼ି ବନ୍ଦ ଥିବାରୁ ପାହାଳ ଥାନା SI ନିଜ ହାତରେ ତାଙ୍କୁ ଉଠାଇ ମେଡିକାଲରେ ପହଞ୍ଚାଇଥିଲେ। ବନ୍ଦ ବେଳ ନିୟମ ଭାଙ୍ଗିଥିବାରୁ 48ଜଣ ଆନ୍ଦୋଳନକାରୀଙ୍କ ପୋଲିସ ଅଟକ ରଖିଥିଲା।

କଂଗ୍ରେସର ବନ୍ଦକୁ ବିଜେଡି ଜଣାଇଛି ନୈତିକ ସମର୍ଥନ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଏଫଏମ୍ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ବିଜେପି ସରକାର ବିରୋଧରେ ଯିଏ ଲଢେଇ କରିବ ସେମାନଙ୍କ ପ୍ରତି ରହିଛି ବିଜେଡିର ସମର୍ଥନ। କଂଗ୍ରେସ ଓ ବିଜେଡିକୁ ବିଜେପିର ଜୋରଦାର କାଉଣ୍ଟର। ବିଜେଡ଼ି ସରକାର ର 24 ବର୍ଷ ଓ କଂଗ୍ରେସର 40 ବର୍ଷ ଶାସନରେ ନାରୀ ନିର୍ଯ୍ୟାତନାର ଆଇନା ଦେଖାଇ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗି। କେବଳ ଭୁବନେଶ୍ବର ନୁହେଁ କଟକ, କେନ୍ଦ୍ରାପଡ଼ା,ବାଲେଶ୍ବର, ଭଦ୍ରକ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ଜଗତିସଂପୁର ଆଜି ଜିଲ୍ଲାରେ କଂଗ୍ରେସ ବନ୍ଦର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଅନେକ ସ୍ଥାନରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। କଗ୍ରେସର ଓଡ଼ିଶା ବନ୍ଦର ପୁରୀରେ ଆଂଶିକ ପ୍ରଭାବ। ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦଥିଲେ ବି ଟ୍ରେନ କିନ୍ତୁ ଚାଲୁଥିଲା। କୋର୍ଟ କଚେରୀରେ କାମ ବି ସ୍ବାଭାବିକ ଥିଲା।

ବ୍ରହ୍ମପୁରରେ ବି ଓଡ଼ିଶା ବନ୍ଦର ଦେଖିବାକୁ ମିଳିଛି ଆଂଶିକ ପ୍ରଭାବ। ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସାଧାରଣ ପରିବହନ ଚାଲୁ ରହିଥିଲା। ଦୋକାନ ବଜାର କେଉଁଠି ବନ୍ଦ ତ କେଉଁଠି ଖୋଲା ଥିଲା। କଳାହାଣ୍ଡି ନର୍ଲାରେ ବି କଂଗ୍ରେସ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସାଧାରଣ ପରିବହନ ଚଳାଚଳ କରୁଥିଲା ଦୋକାନ ବଜାରର ବନ୍ଦ ଥିଲା କିନ୍ତୁ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା।ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ରହିଥିଲା। ବସ୍ ଚଳାଚଳ ବନ୍ଦ ଥିଲା କିନ୍ତୁ ସାଧାରଣ ପରିବହନ ଚାଲୁଥିଲା ସରକାରୀ କାର୍ଯ୍ୟାଳୟ ଖୋଲା ଥିବା ବେଳେ ଦୋକାନ ବଜାର କଂଗ୍ରେସ ପକ୍ଷରୁ ବନ୍ଦ କରାଯାଇଥିଲା।

ସମ୍ବଲପୁରରେ କଂଗ୍ରେସର ଓଡ଼ିଶା ବନ୍ଦ ରଛିଛି ପ୍ରଭାବ ଶୂନ୍ୟ। ଏଠାରେ ଟ୍ରେନ ଚଳାଚଳ ସ୍ବାଭାବିକ ଥିଲା। ଦୋକାନ ବଜାର ଓ ଡେଲି ମାର୍କେଟ ବି ଖୋଲାଥିଲା। ଗାଡ଼ିଚଳ ବି ସ୍ବାଭାବିକ ଭାବେ କରୁଥିଲା। ଯେଉଁ ହାତ ଗଣତି କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ବାଇଥିଲେ ଦିନ ୧୨ଟା ବେଳକୁ ସେମାନଙ୍କର ବି ଆଉ ଦେଖା ମିଳିନଥିଲା।ଯାଜପୁରରେ କଂଗ୍ରେସ ଓ ବାମ ଦଳ ପକ୍ଷରୁ ବନ୍ଦ ପାଳନର ଦେଖିବାକୁ ମିଳିଥିଲା ଅଜବ ଚିତ୍ର। ରାସ୍ତାରେ ଜରିପାଲ ଓ ପ୍ଲାକାର୍ଡ ରଖିଦେଇ ପଳାଇଯାଇଥିଲା ନେତା ଓ କର୍ମୀ। ସହରରରେ ଗାଡ଼ି ଚଳାଚଳ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇନଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
normal-life-in-the-capital-disrupted-due-to-congress-shutdown | Argus News