Chandaka Elephant Ramu / ଫିଲ୍ମ ନୁହେଁ ସତସତିକା ହାତୀ ସୁଝାଉଛି ପୁରୁଣା ରାଗ !

Key Points
ଅସ୍ଥି ସଂରକ୍ଷଣରେ ପ୍ରତିବନ୍ଧକ ପାଲଟିଛି 'ପଲଙ୍କ' ।
ଚନ୍ଦକା ଭରତପୁର ଜଙ୍ଗଳରୁ ଆସିଛି ରୋଚକ ଖବର I ଚନ୍ଦକା ରାଜା କୁହାଯାଉଥିବା ରାମୁ ଦନ୍ତା ହାତୀ ମରିଗଲା ପରେ ତାର ଅସ୍ଥି ସଂରକ୍ଷଣରେ ପ୍ରତିବନ୍ଧକ ସାଜିଛି ପଲଙ୍କ ଦନ୍ତା ହାତୀ । ରାମୁ ହାତୀର ଅସ୍ଥି ସଂରକ୍ଷଣ ପାଇଁ ଥିବା ସେଡକୁ ଭାଙ୍ଗି ଦେଇଛି ଯୁବ ଦନ୍ତା ହାତୀ ପଲଙ୍କ । ସୋଲାର ଖୁଣ୍ଟ ଭାଙ୍ଗି ରାମୁର ଖପୁରୀକୁ କରିଛି ଆକ୍ରମଣ ଯାହା ବେଶ ଚର୍ଚ୍ଚା ସାଉଁଟିଛି ।
ରାମୁର କଙ୍କାଳକୁ ସଫା ପାଇଁ ନିର୍ମିତ ସେଡ୍କୁ ଭାଙ୍ଗି ଚାଲିଗଲା ନୂଆ ମୁଖିଆ ସାଜିଥିବା ଯୁବ ଦନ୍ତାହାତୀ ପଲଙ୍କ । ଦୀର୍ଘ ବର୍ଷ ଧରି ରାମୁ ପ୍ରତି ଥିବା ରାଗ, କଙ୍କାଳ ଉପରେ ଶୁଝାଇଛି ବୋଲି କହିଲେ ବିଶେଷଜ୍ଞ । ଏଭଳି ଘଟଣା ପୂର୍ବରୁ କେବେ ବି ନଜର ଆସିନଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ଷେ ତଳୁ ରାମୁ ମରି କଙ୍କାଳ ପାଲଟି ଗଲାଣି । ତଥାପି ଏତେ ରାଗ ଯେ, ରାମୁର ଖପୁରିକୁ ଭୁସି କଣା କରି ପକାଇଛି ପଲଙ୍କ । ଏଭଳି ରୋଚକ ଘଟଣା ଘଟିଛି ଚନ୍ଦକା ଅଭୟାରଣ୍ୟର ଭରତପୁର ଜଙ୍ଗଲରେ।
'ରାମୁ' ଉପରେ ରାଗ ଶୁଝାଉଛି 'ପଲଙ୍କ' । 'ରାମୁ' ଚନ୍ଦକା ଜଙ୍ଗଲର ସବୁଠାରୁ ବଡ଼ ଦନ୍ତାହାତୀ ଥିଲା । ଏଣୁ 'ରାମୁ' ଭୟରେ କେହି ତା ଜଙ୍ଗଲରେ ପଶି ପାରୁନଥିଲେ । ସେ ଚଳପ୍ରଚଳ କରୁଥିବା ସ୍ଥାନକୁ ଅନ୍ୟ ହାତୀ ଆସିବାକୁ ଡରୁଥିଲେ । ଭୟଭୀତ ହୋଇ ରହିଥିବା ହାତୀଙ୍କ ଭିତରେ ଥିଲା 'ପଲଙ୍କ' ହାତୀ । ତେଣୁ 'ପଲଙ୍କ' ହାତୀ ଏବେ ରାଗ ଶୁଝାଉଥିବା କୁହାଯାଉଛି । ଜୀବିତ କିମ୍ବା ମୃତ ହାତୀର ବାସ୍ନା ବାରିପାରନ୍ତି ଅନ୍ୟ ହାତୀ । ଏବେ 'ରାମୁ' ହାତୀର ଅସ୍ଥି ସଂରକ୍ଷଣ ବେଳେ 'ପଲଙ୍କ' ତାର ବାସ୍ନା ବାରି ପାରୁଛି । ୨ ତାରିଖରେ ଡ୍ରମରେ ଥିବା ରସାୟନିକ ପଦାର୍ଥକୁ ନଷ୍ଟ କରିଥିଲା 'ପଲଙ୍କ' ହାତୀ ।
ଅସ୍ଥିର ରସାୟନିକ ପ୍ରଲେପ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହ ସଂରକ୍ଷଣ ପ୍ରକ୍ରିୟାରେ ନିୟୋଜିତ ଦଳଙ୍କୁ ବି ଭୟଭୀତ କରିଛି ପଲଙ୍କ ହାତୀ । ଶେଷରେ ରାମୁର ସମସ୍ତ ଅସ୍ଥିକୁ ଭରତପୁର ବନାଞ୍ଚଳ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରଥମ ରାସାୟନିକ ପ୍ରଲେପ ସରିଥିବା ବେଳେ ଭରତପୁର ବନାଞ୍ଚଳ କାର୍ଯ୍ୟାଳୟରେ ଦ୍ବିତୀୟ ପ୍ରଲେପ ଦିଆଯିବ । ପରେ ଗୋଡ଼ିବାରି ପ୍ରକୃତି ନିବାସରେ ରାମୁର ଅସ୍ଥି ସୁରକ୍ଷିତ ଖଞ୍ଜା ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ହାତୀ କେମିତି ରାଗ ରଖି ପ୍ରତିଶୋଧ ପରାୟଣ ହୋଇପାରେ, ତାହା ସମସ୍ତଙ୍କୁ ଚକିତ କରିଛି ।
📱 Get Argus News App
✨Related Topics
Explore more stories