Videos
|
Odisha

ଖାଲି ହାତ ନୁହେଁ ଗୋଡ ବି ଆଙ୍କୁଛି ଯାଦୁକରି ଚିତ୍ର

Manini Pattanayak
Browse all articles by Manini Pattanayak
·2 years ago·2 min read
ଖାଲି ହାତ ନୁହେଁ ଗୋଡ ବି ଆଙ୍କୁଛି ଯାଦୁକରି ଚିତ୍ର

ସୁବର୍ଣ୍ଣପୁର: ଖାଲି ହାତ ନୁହେଁ ଗୋଡ ବି ଆଙ୍କୁଛି ଯାଦୁକରି ଚିତ୍ର।  ଗୋଟିଏ ଥରକେ  ଗୋଡରେ  ଆଙ୍କିଦେଉଛନ୍ତି ଭିନ୍ନ ଭିନ୍ନ ଦୁଇଟି ଚିତ୍ର।  କିଛି ସମୟର ପରିଶ୍ରମ ପରେ ଜୀବନ୍ତ ହୋଇ ପଡୁଛି ପେନସିଲ ମୁନରେ ଅଙ୍କା ହୋଇଥିବା ଚିତ୍ର । ହାତ, ଗୋଡରେ ଆକର୍ଷଣୀୟ ଚିତ୍ର ଆଙ୍କୁଥିବା ଯୁବକ ଜଣଙ୍କ ହେଉଛନ୍ତି   ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଗାଁର ରାଧେଶ୍ୟାମ ରଣା। ଏକ ଗରିବ କୁମ୍ଭାର ଘରେ ଜନ୍ମିତ ରାଧେଶ୍ୟାମଙ୍କ ଏ ଚମତ୍କାରୀ ଚିତ୍ରକଳା ଥରେ ଦେଖିଲେ ନଜର ହଟିବନ।  ସ୍କୁଲରେ ବିଭିନ୍ନ ସମୟରେ ଆକର୍ଷଣିୟ ଚିତ୍ର ଆଙ୍କି ପ୍ରଥମ ସ୍ଥାନ ମଧ୍ୟ ଅଧିକାର କରୁଥିଲେ । ତେବେ ପରବର୍ତି ମୁହୁର୍ତରେ ସେ ସୋସିଆଲ ମିଡିଆରୁ କିଛି ଜ୍ଞାନ ନେଇ ବିଭିନ୍ନ ପ୍ରକାର ଚିତ୍ର ସବୁ ଆଙ୍କିବା ସହ ଗୋଡରେ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି । ହେଲେ ଘରର ପରିସ୍ଥିତି ତାଙ୍କୁ ଆଗକୁ ଝିବାକୁ ବାଡଟ ଓଗାଳିଛି ।  

ଆର୍ଥୀକ ସ୍ଥିତି ଠିକ ନଥୀବାରୁ  +୨ ପରେ ଆଗକୁ ପଢି ପାରି ନାହାନ୍ତି ରାଧେଶ୍ୟାମ ।  ତେବେ ତାଙ୍କୁ କିଛି ସରକାରୀ ସହାୟତା ମିଳିଲେ ପୁଅ ଆଗକୁ ଯାଇ ପାରିବ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ରାଧେଶ୍ୟାମଙ୍କ ମା ।   ଖାଲି ରଙ୍ଗତୁଳିରରେ ଜୀବନନ୍ତ ଚିତ୍ର ଆଙ୍କନ୍ତି ନାହିଁ ମାଟିରେ ମଧ୍ୟ ସୁନ୍ଦର ସୁନ୍ଦର ମୁର୍ତ୍ତି ଗଢିଥାନ୍ତି ରାଧେଶ୍ୟାମ। ପ୍ରତିଭା ଅଛି ହେଲେ ରହିଛି ପ୍ରତ୍ସାହନର ଅଭାବ । ମିଳୁନି ଉଚ୍ଚିତ ସମ୍ମାନ । ତେବେ ଅଭାବ ଅନଟନର କଷାଘାତରେ ବି ଆଗକୁ ବଢିବାର ଲକ୍ଷ୍ୟ ନେଇ କିଛି ନୁଆଁ କରି ଦେଖାଇବାର ପଣ ନେଇଛନ୍ତି ଜଣେ ଚିତ୍ରଶିଳ୍ପୀ । ଅପରପକ୍ଷରେ ତାଙ୍କ ପାଇଁ ସରକାରୀ ସହାୟତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ । ରାଧେଶ୍ୟାମଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାବେଳେ ପର ଘରେ ମୁଲ ଲାଗି ଯାହା ଦୁଇ ପଇସା ଆୟ କରନ୍ତି ସେଥିରେ ପରିବାର ଚଳେ । ସେପଟେ ବର୍ତମାନ ଆଧିନୁକତାର ଛାପରେ ମାଟି ପାତ୍ରର ଚାହିଦା ନଥିବାରୁ କୌଳିକ ବୃତି ମଧ୍ୟ ପେଟକୁ ଦାନା ଯୋଗାଇ ପାରୁନି । ଫଳରେ ରାଧେଶ୍ୟାମଙ୍କୁ  ଥିବା ଆର୍ଟ କଲେଜରେ  ପାଠ ପଢାଇବାର ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି।  ପାଠରେ ଡୋରେି ଲାଗିଥିଲେ ହେଁ  କିନ୍ତୁ ଚିତ୍ର ଆଙ୍କିବାରୁ ନିବୃତ ରହି ନାହାନ୍ତି । ପ୍ରତିକୁଳ ପରିସ୍ଥିତିରେ ବି ଆକର୍ଷଣିୟ ଚିତ୍ର ଆଙ୍କି ଚାଲିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଜାଦୁକରୀ ଚିତ୍ରକାରଙ୍କୁ ଆର୍ଥିକ ସହାୟତା ।

ଅଧିକ ଦେଖନ୍ତୁ:  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Not bare hands but legs draw magical pictures | Argus News