ଜଣେ ନୁହଁନ୍ତି ଅନେକ ଛାତ୍ରୀ ହୋଇଥିଲେ କାମନ୍ଧ ସାମୀର ସାର୍ଙ୍କ ଶିକାର

Key Points
ଭଲ ନଥିଲା ସମୀର ସାରଙ୍କ ଚରିତ୍ର !
ICC କୋର୍ଡିନେଟର ମୀନତି ସେଠିଙ୍କ ପରେ ପୀଡ଼ିତାଙ୍କ ସାଙ୍ଗ ବଖାଣିଲେ ସାରଙ୍କ ଚରିତ୍ର ।
ମନ୍ଦିର ନନାଙ୍କ ଆଗରେ ଅନେକ ପୀଡ଼ିତା ଜଣାଇଛନ୍ତି ଦୁଃଖ ।
ସମସ୍ତେ ସେଇ କାମନ୍ଧ ସାମୀର ସାର୍ଙ୍କ ଶିକାର ।
ଦିନେ ଛାତିରେ ଛାତିଏ କୋହ ଧରି ମନ୍ଦିର ପ୍ରାଙ୍ଗରେ କାନ୍ଦୁଥିଲେ ପୀଡ଼ିତା । ସମସ୍ତଙ୍କୁ ଗୁହାରି କରି କରି ଥକି ଯିବା ପରେ ଶେଷରେ ଭଗବାନ ହିଁ ଥିଲେ ସାହା ଭରସା । ଏତିକି ବେଳେ ମନ୍ଦିର ନନା ପଚାରନ୍ତି... ମାଆ କ'ଣ ହେଲା, କାଇଁ କାନ୍ଦୁଛୁ ? କ'ଣ ହେଇଛି ତୋର ? କଲେଜରେ କିଏ କ'ଣ କହିଲା କି ? ନନାଙ୍କ ମହୁଁରୁ ଏକଥା ଶୁଣିବା ପରେ କୋହଭରା କଣ୍ଠରେ ନିଜ ଦୁଃଖ ବଖାଣିଥିଲେ ଛାତ୍ରୀ । ଆଉ ସବୁ ଶୁଣିବା ପରେ ମନ୍ଦିର ନନା ବି କହିଥିଲେ ସେଇ ସାରଙ୍କ ଚରିତ୍ର ଭଲ ନୁହେଁ । କିଛି ଦିନ ପୂର୍ବରୁ ଠିକ୍ ଏମିତି ଜଣେ ଝିଅ ଆସି ଏଠି କାନ୍ଦୁଥିଲା । ସେଇ ସାର ତାକୁ କୁଆଡ଼େ ଭାରି ହଇରାଣ କରୁଥିଲେ । ହେଲେ ସେ ବିଚାରି କାହାକୁ କିଛି କହିପାରିନଥିଲା ।
ନନାଙ୍କ ପାଖରୁ ଏସବୁ ଶୁଣିବା ପରେ ପୀଡ଼ିତାଙ୍କ ସାଙ୍ଗମାନେ ବି ଆଶ୍ଚର୍ଯ୍ୟ ହୋଇଥିଲେ । ତଥାପି ସେମାନେ ସାଙ୍ଗଙ୍କୁ ନ୍ୟାୟ ଦେବା ପାଇଁ ଅଡ଼ି ବସିଥିଲେ । କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ । ଏମିତିକି ସମୀର ସାରଙ୍କ ସମର୍ଥିତ କିଛି ଛାତ୍ର ଓଲଟା ପୀଡ଼ିତାଙ୍କ ଚରିତ୍ର ସଂହାର କରିବା ଆରମ୍ଭ କରିଥିଲେ । ମାନସିକ ଭାବେ ଅଧିକ ଦୁର୍ବଳ କରାଇବାକୁ ଚେଷ୍ଟା କରିଥିଲେ । ସାରଙ୍କ ପ୍ରରୋଚନାରେ ନାନା ଟାହି ଟାପରା ବି କରିଥିଲେ । ହେଲେ ଆଜି ସବୁ କିଛି ସରିଯାଇଛି । ସେ ଝିଅ ନ୍ୟାୟ ପାଇବା ପାଇଁ ନିଜ ଜୀବନ ହାରିଦେଇଛି । ଆଉ ଏବେ ସେଇ ଛାତ୍ର ଗୋଷ୍ଠୀ ତାଙ୍କ ପାଇଁ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା । ଯଦି ସେତେବେଳେ ସେଇ ଛାତ୍ରମାନେ ପୀଡ଼ିତା ପାଇଁ ସ୍ୱର ଉତ୍ତୋଳନ କରିଥାନ୍ତେ ଆଜି ବୋଧ ହୁଏ ସେ ବଞ୍ଚିଯାଇଥାନ୍ତା । ଏମିତି କହିଲା ବେଳକୁ ପୀଡ଼ିତାଙ୍କ ସାଙ୍ଗ ଆଖିରେ ବି ଆସିଯାଉଥାଏ ଲୁହ ।