Videos
|
Odisha

କେବଳ ଜଙ୍ଗଲ ଜମି ନୁହେଁ, ସାଧାରଣ ଲୋକଙ୍କ ଜମି ବି ଅଚ୍ୟୁତଙ୍କ କବଜାରେ !

Sushanta Sahoo
Browse all articles by Sushanta Sahoo
·1 year ago·2 min read
କେବଳ ଜଙ୍ଗଲ ଜମି ନୁହେଁ, ସାଧାରଣ ଲୋକଙ୍କ ଜମି ବି ଅଚ୍ୟୁତଙ୍କ କବଜାରେ !

ଭୁବନେଶ୍ଵର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାଁରେ ହରିଲୁଟର ଆଉ ଏକ ସଂଗୀନ ଅଭିଯୋଗ । କେବଳ ଜଙ୍ଗଲ ଜମି ନୁହେଁ, ସାଧାରଣ ଲୋକଙ୍କ ଜମି ବି ଅଚ୍ୟୁତଙ୍କ କବଜାରେ । ଜମି କେଳେଙ୍କାରୀ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିଲେ ନବୀନ ସରକାର । ଅଚ୍ୟୁତଙ୍କ ଦ୍ଵାରା ପୀଡ଼ିତ ବାରମ୍ବାର ଗୁହାରି କରିଥିଲେ ବି ଶୁଣିନଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ । ଏବେ ପ୍ରଶ୍ନ, କିଟ୍-ନ୍ୟାୟ ଲଢେଇର ଅନ୍ତ କେବେ ?

ଜୋର୍ ଜବରଦସ୍ତ ପ୍ରାଇଭେଟ୍ ଜମିକୁ KIIT କର୍ତ୍ତୃପକ୍ଷ ହାତେଇବା ଓ ଏହାକୁ ସରକାରୀ କଳ ଲଗେଇ GA ବିଭାଗ ମାଧ୍ୟମରେ ଆବଣ୍ଟନ କରିବା ଭଳି ସାଂଘାତିକ ଅଭିଯୋଗ ଅଚ୍ୟୁତଙ୍କ ନାଁରେ । କିଟର ବେଆଇନ୍ କାମ ବିରୋଧରେ ନବୀନଙ୍କୁ ଗୁହାରି କରିଥିଲେ ଜମି ମାଲିକମାନେ ।

ପ୍ରାଇଭେଟ୍ ପ୍ଲଟ ଓ ପ୍ରାଇଭେଟ ଲୋକଙ୍କ ନାଁରେ ରାଜସ୍ବ ରେକର୍ଡ ଥିବା ଜମିକୁ କିଭଳି ସରକାରୀ କଳ ଲଗେଇ KIITକୁ ହସ୍ତାନ୍ତର କରାଯାଉଛି ସେ ନେଇ ପ୍ରଶ୍ନ ବି କରିଥିଲେ। ହେଲେ ଅଚ୍ୟୁତଙ୍କୁ ଘଣ୍ଟ ଘୋଡାଇ ରଖିଲେ ନବୀନ ସରକାର। ଜମି ଫେରିବା ଆଶା ରଖିଥିବା ଲୋକଙ୍କୁ ଧୋକ୍କା ଦେଲେ ନବୀନ ।

ଶହ ଶହ ଏକର ଜଙ୍ଗଲ ଜମିକୁ ସରକାରୀ ଷଡ଼ଯନ୍ତ୍ର ଦ୍ଵାରା ହାତେଇବା ପରେ ଏବେ କିଭଳି ଗରିବ ଲୋକଙ୍କ ଜମିକୁ KIIT କର୍ତ୍ତୃପକ୍ଷ ହାତେଇଛନ୍ତି ଚିଠି ହେଉଛି ତାର ବଡ଼ ପ୍ରମାଣ । ଜଣେ କି ଦୁଇ ଜଣ ନୁହେଁ ନିଜର ଜମି କାଗଜ ପତ୍ର ଓ ପ୍ଲଟ ନମ୍ବର ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିଥିଲେ ୩୨ ଜଣ ଅଭିଯୋଗ କାରୀ ।

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସରକାରୀ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ସବୁଠିକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ଜମି ମାଲିକ । ଅନେକ ଆଖି ବି ବୁଜିଲେଣି । ସରକାରୀ କଳ ଓ ବଳ ସାମ୍ନାରେ କ୍ଷମତାଧାରୀ ସାଜିଥିଲେ ଅଚ୍ୟୁତ ସାମନ୍ତ । ବିଜେଡି ସରକାରକୁ କିଭଳି ପକେଟରେ ପୁରେଇ KIIT ଓ KISS ଭଳି ବେଆଇନ ସାମ୍ରାଜ୍ୟ ଅଚ୍ୟୁତ ସାମନ୍ତ ଗଢ଼ିଛନ୍ତି ୨୦୦୯ର ଚିଠି ହେଉଛି ତାହାର ବଡ଼ ପ୍ରମାଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Not Only Forest Land, Alleges Private Land Grabbed By Achyut KIIT | Argus News