Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବଳ ଶ୍ରୀକ୍ଷେତ୍ର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ନାନଯାତ୍ରା ପାଳିତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କେବଳ ଶ୍ରୀକ୍ଷେତ୍ର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ନାନଯାତ୍ରା ପାଳିତ

Key Points

ଆଜି ପବିତ୍ର ସ୍ନାନଯାତ୍ରା

ପୁରୀ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

କେବଳ ଶ୍ରୀକ୍ଷେତ୍ର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ନାନଯାତ୍ରା ପାଳିତ ହୋଇଯାଇଛି । କେନ୍ଦୁଝରରୁ କେନ୍ଦ୍ରାପଡ଼ା, ନୀଳଗିରିରୁ ନୂଆପଡ଼ା... ସବୁଠି ମହାସ୍ନାନ କରିଛନ୍ତି ଶ୍ରୀଜିଉ । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତି ଅନୁଷ୍ଠିତ ହୋଇଛି । ରତ୍ନବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂରତି ଆସି ସ୍ନାନବେଦୀରେ ସ୍ନାନ କରିଛନ୍ତି । କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ବି ସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହେଉଛି । ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ୧୦୮ ପାତ୍ର ପବିତ୍ର ଜଳରେ ସ୍ନାନ କରାଯାଇଛି । ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଉପାନ୍ତ ତୁକୁଳାରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି l ତୁକୁଳ ଜଗନ୍ନାଥ ମନ୍ଦିର ପରିସରରେ ରୀତିନୀତିରେ ପାଳିତ ହୋଇଛଇ ଦେବସ୍ନାନ ପୂର୍ଣ୍ଣିମା l ପ୍ରଭୁଙ୍କ ସ୍ନାନ ଦେଖିବାକୁ କାହିଁ କେଉଁ ଆଡୁ ଭକ୍ତଙ୍କ ସମାଗମ ହୋଇଛି ।


ସେହିପରି ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ପାଳନ ହୋଇଛି ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଦେବସ୍ନାନ । ପଦ୍ମପୁର ଉପଖଣ୍ଡର ଗାଁ ଠୁ ସହର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର । ସୋନପୁରର ପାତାଳି ଶ୍ରୀକ୍ଷେତ୍ର ସମେତ ଅନ୍ୟ ଜଗନ୍ନାଥ ମନ୍ଦିରରେ ବି ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି । ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ାର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଉତ୍ସବ ମୁଖର ହୋଇଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା । ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ ପୂର୍ଣ୍ଣିମାରେ ଯୋଗଦେଇ ଆଶୀର୍ବାଦ କାମନା କରିଛନ୍ତି । ବାଲେଶ୍ବର ଜିଲ୍ଲା ନୀଳଗିରିରେ ମହାବାହୁଙ୍କ ଦିବ୍ୟସ୍ନାନରେ ସାମିଲ ହୋଇଥିଲେ ଇନ୍ଦ୍ରଦେବ । ଗୋଟିଏ ପରେ ବର୍ଷା ଅନ୍ୟପଟେ ୧୦୮ ସୁବାସିତ ଜଳରେ ମହାବାହୁ ପବିତ୍ର ମହା ଦିବ୍ୟସ୍ନାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
not-only-in-the-temple-snana-yatra-is-celebrated-in-various-places-in-the-state | Argus News