Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରଣବଙ୍କୁ ନୋଟିସ୍

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରଣବଙ୍କୁ ନୋଟିସ୍
Pranab Balabantaray

Key Points

କେଉଁ ଉଦେଶ୍ୟରେ ଏତେ ଜମି ହାତେଇଛନ୍ତି ପକ୍ଷ ରଖିବାକୁ ତହସିଲଦାର ସମୀର ରଞ୍ଜନ ଦାସଙ୍କ ପକ୍ଷରୁ ଜାରି ହୋଇଛି ନୋଟିସ ।

ବଢ଼ିଲା ପ୍ରଣବଙ୍କ ଅଡ଼ୁଆ । ନୋଟିସ ଜାରିକଲେ ତହସିଲଦାର । ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରଣବଙ୍କୁ ନୋଟିସ କରାଯାଇଛି । ଧର୍ମଶାଳାର ପୁର୍ବତନ ବିଧାୟକ ତଥା ବିଜେଡି ନେତା ହେଉଛନ୍ତି ପ୍ରଣବ ବଳବନ୍ତରାୟ । ବିନା ଅନୁମତିରେ ସରକାରୀ ଜମିକୁ ବେଆଇନ ଭାବେ ହାତେଇଥିବା ଅଭିଯୋଗରେ ତାଙ୍କୁ ନୋଟିସ କରାଯାଇଛି । ନୋଟିସ କରିଚନ୍ତି ଧର୍ମଶାଳା ତହସିଲଦାର ।

ଧର୍ମଶାଳା ତହସିଲ ଅଧିନସ୍ଥ ପନ୍ତୁରୀ ଫାର୍ମ ହାଉସ ଜମି ଜବର ଦଖଲ ଉପରେ ପ୍ରଣବ ବଳବନ୍ତରାୟଙ୍କୁ ଧର୍ମଶାଳା ତହସିଲଦାର ନୋଟିସ କରିଛନ୍ତି । ଧର୍ମଶାଳା ତହସିଲଦାରଙ୍କ ନିକଟରେ ହାଜର ହେବାକୁ ପ୍ରଣବଙ୍କୁ ନୋଟିସରେ କୁହାଯାଇଛି । କେଉଁ ଉଦେଶ୍ୟରେ ଏତେ ଜମି ହାତେଇଛନ୍ତି ପକ୍ଷ ରଖିବାକୁ ତହସିଲଦାର ସମୀର ରଞ୍ଜନ ଦାସଙ୍କ ପକ୍ଷରୁ ଜାରି ହୋଇଛି ନୋଟିସ ।

ଅନ୍ୟପଟେ ଏବେ ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ନେଇ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଏବେ ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଗତବର୍ଷ ୭ ଜଣ ମେଳି କରିଥିବା ବେଳେ ଏ ବର୍ଷ ବିଦ୍ରୋହୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇଛି । ଆଗାମୀ ଦିନରେ ମେଳି କରି ପୁଣି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଆହ୍ବାନ ।

ଗତ ବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରର ଏକ ହୋଟେଲରେ ମେଳି ବାନ୍ଧି ଥିଲେ ବିଜେଡିର ୭ ଜଣ ଯୁବ ନେତା ତଥା ବିଜୁ ଲିଗାସୀ ନେତାଙ୍କ ପୁଅ । ଯେଉଁଥିରେ ସାମିଲ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ।

୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି । ବିଦ୍ରୋହୀ ଗୋଷ୍ଠୀରେ ଏବେ ଯୋଡ଼ି ହେଲେଣି ପ୍ରାୟ ୬୦ ଜଣ ଯୁବ ନେତା । ଏବେ ଆଉ ଲୁଚି ଛପି ନୁହେଁ ଖାଲା ଖୋଲି ଭୋଜି କରି ଦେଲେଣି ନେତୃତ୍ୱକୁ ଚ୍ୟାଲେଞ୍ଜ । ନବୀନଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ସ୍ଲୋଗାନ ଦେଇଥିବା ବେଳେ ପରୋକ୍ଷରେ ଅଲିଖିତ ବସ୍ ଭୈରବ ପାଣ୍ଡିଆନଙ୍କ ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଏପରିକି ଆଗକୁ ଜାନୁଆରୀ କିମ୍ବା ଫେବୃଆରୀରେ ପୁଣି ମେଳି କରି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଖୋଲା ଖୋଲି ଆହ୍ୱାନ ।

ସେପଟେ ଆଜି ବିଜେଡି ବିଧାୟକ ଅରୁଣ ସାହୁଙ୍କ ଘରେ ଦେଖିବାକୁ ମିଳିଥିଲା ବାଲେଶ୍ଵରର ୩ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ ଓ ସ୍ୱରୂପ ଦାସଙ୍କୁ । ଗତକାଲି ଏହି ନେତା ମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ । ତେବେ ନେତାଙ୍କ ମେଳିକୁ ଖୋଲା ସମର୍ଥନ ଜଣାଇ ଅରୁଣ କହିଛନ୍ତି ଯୁବ ନେତୃତ୍ୱ ସାମ୍ନାକୁ ଆସିବା ଦରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Notice issued to BJD leader Pranab for illegal land encroachment | Argus News